ପ୍ରକାଶ ଝାଙ୍କ ଶୁଟିଂ ସେଟ୍‌ରେ ବଜରଙ୍ଗ ଦଳର ଲଙ୍କାକାଣ୍ଡ, ଗୋଡ଼ାଇ ଗୋଡ଼ାଇ ପିଟିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 24, 2021

ପ୍ରକାଶ ଝାଙ୍କ ଶୁଟିଂ ସେଟ୍‌ରେ ବଜରଙ୍ଗ ଦଳର ଲଙ୍କାକାଣ୍ଡ, ଗୋଡ଼ାଇ ଗୋଡ଼ାଇ ପିଟିଲେ

ଭୋପାଲ: ବଲିଉଡ ଫିଲ୍ମ ନିର୍ମାତା ପ୍ରକାଶ ଝାଙ୍କ ଶୁଟିଂ ସେଟ୍‌ରେ ଭଙ୍ଗାରୁଜା କରିଛନ୍ତି ବଜରଙ୍ଗ ଦଳର ସଦସ୍ୟ। ସେମାନେ ଶୁଟିଂ ସେଟ୍‌ରେ ପହଞ୍ଚି ପ୍ରକାଶ ଝାଙ୍କ ମୁହଁରେ କାଳି ବୋଳିବା ସହ ସେଠାରେ ଥିବା କ୍ରୁ ସଦସ୍ୟଙ୍କୁ ମାଡ଼ ମାରିଛନ୍ତି। ଗୋଟିଏ ଭିଡିଓରେ ଜଣେ ବ୍ୟକ୍ତି ପ୍ରାଣ ବିକଳରେ ଦୌଡ଼ୁଥିବା ବେଳେ ବଜରଙ୍ଗ ଦଳର ସଦ୍ୟମାନେ ତାଙ୍କୁ ରାସ୍ତା ଉପରେ ମାଡ଼ି ବସି ପ୍ରବଳ ପଟିଛନ୍ତି। ସେହିପରି ସେମାନେ ବଲିଉଡ ଅଭିନେତା ବବି ଦେୱଲଙ୍କୁ ଖୋଜୁଛନ୍ତି ବୋଲି ମଧ୍ୟ କହିଛନ୍ତି। ରବିବାର ମଧ୍ୟପ୍ରଦେଶ ଭୋପାଲରେ ୱେବ ସିରିଜ୍‌ ଆଶ୍ରମ-୩ର ଶୁଟିଂ ସେଟ୍‌ରେ ଏପରି ଘଟଣା ଘଟିଛି।

ବଜରଙ୍ଗ ଦଳର ସଦସ୍ୟମାନେ କହିଛନ୍ତି ଯେ ପ୍ରକାଶ ଝାଙ୍କ ୱେବ ସରିଜ୍‌ ହିନ୍ଦୁତ୍ୱ ଉପରେ ଆକ୍ରମଣ। ଏଥିରେ ବବି ଦେୱଲ ଅଭିନୟ କରିଛନ୍ତି। ଯେଉଁ ପର୍ଯ୍ୟନ୍ତ ଏହି ୱେବ ସିରିଜ୍‌ର ନାଁ ବଦଳିବ ନାହିଁ ସେ ପର୍ଯ୍ୟନ୍ତ ଏହାକୁ ରିଲିଜ୍‌ କରିବାକୁ ଦିଆଯିବନି। ଘଟଣା ବିରୋଧରେ ପ୍ରକାଶ ଝା କୌଣସି ପ୍ରକାରର ଅଭିଯୋଗ ପୁଲିସ୍‌ରେ କରି ନାହାନ୍ତି। ଏଥିସହ ସେ ଫିଲ୍ମର ନାଁ ବଦଳାଇବେ ବୋଲି ପ୍ରତିଶ୍ରୁତି ଦେଇଥିବା ଆକ୍ରମଣକାରୀ ବଜରଙ୍ଗ ଦଳର ଜଣେ ସଦସ୍ୟ କହିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ରବିବାର ସନ୍ଧ୍ୟାରେ ଏରେରା ହିଲ୍ସ ଅଞ୍ଚଳରେ ଥିବା ପୁରୁଣା ଜେଲ୍‌ ପରିସର୍‌ରେ ଆଶ୍ରମ ୩ର ଶୁଟିଂ ଚାଲିଥିଲା। ଏହି ସମୟରେ ଶତାଧିକ ବଜରଙ୍ଗ ଦଳର ସଦସ୍ୟମାନେ ସେଠାରେ ପହଞ୍ଚି ବିରୋଧ ପ୍ରଦର୍ଶନ କରିଥିଲେ। ସେମାନେ ‘ପ୍ରକାଶ ଝା ମୁର୍ଦାବାଦ’ ‘ବବି ଦେୱଲ ମୁର୍ଦାବାଦ’ ଓ ‘ଜୟ ଶ୍ରୀରାମ’ ନାରା ଦେଇ ଆକ୍ରମଣ ଆରମ୍ଭ କରିଦେଇଥିଲେ। ପ୍ରକାଶ ଝା ସେଠାରେ ଉପସ୍ଥିତ ଥିବାରୁ ତାଙ୍କୁ କାଳି ମାଡ଼ ମଧ୍ୟ କରିଥିଲେ।

ବଜରଙ୍ଗ ଦଳର ସଦସ୍ୟମାନେ ବବି ଦେୱଲଙ୍କୁ ମଧ୍ୟ ଖୋଜିଥିଲେ। ହେଲେ ତାଙ୍କୁ ସେଠାରେ ପାଇ ନଥିଲେ। ବଜରଙ୍ଗ ଦଳର ଏପରି ରୂପ ଦେଖି ଶୁଟିଂ ସେଟ୍‌ରେ ଥିବା କ୍ରୁ ସଦସ୍ୟମାନେ ଦୌଡ଼ିଥିଲେ। କିନ୍ତୁ ଆକ୍ରମଣକାରୀ ଜଣଙ୍କୁ ରାସ୍ତାରେ ଧରି ପ୍ରବଳ ମାଡ଼ ମାରିଥିଲେ।


ବଜରଙ୍ଗ ଦଳର ନେତା ସୁଶୀଲ ସୁଦେଲ କହିଛନ୍ତି ଯେ ସେମାନେ ଆଶ୍ରମ-୧, ଆଶ୍ରମ-୨ ତିଆରି କରିଥିଲେ। ଏବେ ଭୋପାଲରେ ଆଶ୍ରମ-୩ର ଶୁଟିଂ କରୁଛନ୍ତି। ପ୍ରକାଶ ଝା ଆଶ୍ରମ ୱେବ ସିରିଜରେ ଜଣେ ଗୁରୁ ମହିଳାମାନଙ୍କୁ ଶୋଷଣ କରୁଥିବା ଦୃଶ୍ୟ ଦେଖାଉଛନ୍ତି। କ’ଣ ଚର୍ଚ୍ଚ ଓ ମଦ୍ରାସା ବିଷୟରେ ସେ ଏପରି ଫିଲ୍ମ ନିର୍ମାଣ କରିପାରିବେ? ତାଙ୍କର ସାହାସ ଅଛି? ସେ ନିଜକୁ କ’ଣ ବୋଲି ଭାବୁଛନ୍ତି?

ବଜରଙ୍ଗ ଦଳ ତାଙ୍କୁ ଚ୍ୟାଲେଞ୍ଜ କରୁଛି। ସେ କେବେ ହେଲେ ଏହି ଫିଲ୍ମକୁ ଶୁଟିଂ କରିପାରିବେ ନାହିଁ। ବର୍ତ୍ତମାନ ସୁଦ୍ଧା ଆମେ କେବଳ ପ୍ରକାଶ ଝାଙ୍କ ମୁହଁରେ କାଳି ବୋଳିଛୁ। ଆମେ ବବି ଦେୱଲଙ୍କୁ ଖୋଜୁଛୁ। ସେ ତାଙ୍କ ଭାଇ ସନ୍ନି ଦେୱଲଙ୍କ ଠାରୁ କିଛି ଶିଖିବା ଦରକାର। ସେ ଅନେକ ଦେଶଭକ୍ତିର ଫିଲ୍ମ ତିଆରି କରିଛନ୍ତି ବୋଲି ସେ କହିଛନ୍ତି।

ପ୍ରକାଶ ଝାଙ୍କ ଟିମର କେହି ବି ପୁଲିସରେ ଘଟଣାକୁ ନେଇ ଅଭିଯୋଗ କରି ନାହାନ୍ତି। କିନ୍ତୁ ପୁଲିସ୍‌ ଏହାକୁ ଗୁରୁତର ସହ ନେଇଛି। ଶୁଟିଂ ସେଟ୍‌ରେ ବିଶୃଙ୍ଖଳା କରି ମାଡ଼ ମାରିଥିବା ଲୋକଙ୍କୁ ଗିରଫ କରାଯିବ ବୋଲି ପୁଲିସ୍‌ ସୂଚନା ଦେଇଛି।

The post ପ୍ରକାଶ ଝାଙ୍କ ଶୁଟିଂ ସେଟ୍‌ରେ ବଜରଙ୍ଗ ଦଳର ଲଙ୍କାକାଣ୍ଡ, ଗୋଡ଼ାଇ ଗୋଡ଼ାଇ ପିଟିଲେ appeared first on Odisha Reporter.



from Odisha Reporter https://ift.tt/2ZuBf7M

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages