୧୮ ମାସ ପରେ ଆଜିଠୁ ସ୍କୁଲ ମୁହାଁ ଅଷ୍ଟମ ଛାତ୍ରଛାତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 24, 2021

୧୮ ମାସ ପରେ ଆଜିଠୁ ସ୍କୁଲ ମୁହାଁ ଅଷ୍ଟମ ଛାତ୍ରଛାତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିଠୁ ଅଫଲାଇନ୍‌ରେ ପାଠ ପଢ଼ିବେ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ । ପ୍ରାୟ ୧୮ ମାସ ପରେ କ୍ଲାସରୁମ୍‌ରେ ପାଠପଢ଼ା ଆରମ୍ଭ ହେବାକୁ ଯାଉଛି । ରାଜ୍ୟର ସମସ୍ତ ସରକାରୀ ଓ  ବେସରକାରୀ ସ୍କୁଲରେ ଆଜିଠୁ ପାଠପଢ଼ା ଆରମ୍ଭ ହେବ ।

ସକାଳ ୯ଟାରୁ ସାଢ଼େ ୧୨ଟା ଯାଏଁ କ୍ଲାସ୍ ଚାଲିବ । ଅଫଲାଇନ୍ ପାଠପଢ଼ା ପାଇଁ ସ୍କୁଲ କର୍ତ୍ତୃପକ୍ଷ ପୂର୍ବରୁ ବୈଠକ କରିଛନ୍ତି । ପାଠପଢ଼ା ସାଙ୍ଗକୁ କରୋନା କଟକଣାକୁ କିପରି କଡ଼ାକଡ଼ି ଭାବେ ପାଳନ କରାଯିବ ତାହା ଉପରେ ତୀକ୍ଷଣ ଦୃଷ୍ଟି ଦିଆଯାଇଛି।

ଯେହେତୁ ଏହି ପିଲାମାନେ କରୋନା ଟିକା ନେଇନାହାନ୍ତି,  ତେଣୁ ସଂକ୍ରମଣ  ଅାଶଙ୍କା ଅଧିକ ରହିଛି ।  ତେଣୁ ସାନିଟାଇଜର ଓ ମାସ୍କକୁ କଡ଼ାକଡ଼ା  ପାଳନ କରାଯିବ । ସେପଟେ ଲମ୍ବା ସମୟ ପରେ ସ୍କୁଲ ଖୋଲୁଥିବାରୁ ଛାତ୍ରଛାତ୍ରୀଙ୍କ  ମଧ୍ୟରେ ଉତ୍ସୁକତା ଦେଖାଦେଇଛି।    ଗତବର୍ଷ ବିନା କ୍ଲାସ ଯାଇ ଏହି ଛାତ୍ରଛାତ୍ରୀ ସପ୍ତମରୁ ଅଷ୍ଟମକୁ  ଉତ୍ତିର୍ଣ୍ଣ ହୋଇଛନ୍ତି ।

The post ୧୮ ମାସ ପରେ ଆଜିଠୁ ସ୍କୁଲ ମୁହାଁ ଅଷ୍ଟମ ଛାତ୍ରଛାତ୍ରୀ appeared first on Odisha Reporter.



from Odisha Reporter https://ift.tt/3jtMPHa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages