ସଲମାନଙ୍କ ବାପା ଚାହୁଁଛନ୍ତି ଅବସର ନିଅନ୍ତୁ ବିଗ୍‌ ବି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 12, 2021

ସଲମାନଙ୍କ ବାପା ଚାହୁଁଛନ୍ତି ଅବସର ନିଅନ୍ତୁ ବିଗ୍‌ ବି’

ମୁମ୍ବାଇ: ବଲିଉଡର ମହାନାୟକ ଅମିତାଭ ବଚ୍ଚନ। ଗତ ୫୦ ବର୍ଷ ଧରି ବି-ଟାଉନରେ ଜାରି ରହିଛି ବିଗ୍‌ ବି’ଙ୍କ ଦବ୍‌ଦବା। ସେ ଇଣ୍ଡଷ୍ଟ୍ରିକୁ ଅନେକ ସୁପରହିଟ୍‌ ଫିଲ୍ମ ଦେଇଛନ୍ତି। ନିଜ ଅଭିନୟ ଜାଦୁରେ ସମସ୍ତଙ୍କୁ ବାନ୍ଧି ରଖିଛନ୍ତି ବଲିଉଡର ଏହି ଶହେନ୍‌ସା। ଏବେ କିନ୍ତୁ ସେ ଅବସର ନେଇଯିବା ଉଚିତ। ଏକଥା ଆମେ କହୁନି, ଏଭଳି କିଛି ଇଚ୍ଛା ପ୍ରକାଶ କରିଛନ୍ତି ବଲିଉଡର ଭାଇଜାନ ସଲମାନ ଖାନ୍‌ଙ୍କ ବାପା ସଲିମ ଖାନ।

ନିକଟରେ ଏକ ସାକ୍ଷାତକାର୍‌ରେ ଅମିତାଭ ବଚ୍ଚନ ଏବେ ଫିଲ୍ମ ଦୁନିଆରୁ ଅବସର ନେଇଯିବା ଉଚିତ ବୋଲି ସଲିମ ଖାନ୍‌ କହିଛନ୍ତି। ବିଗ୍‌ ବି’ ନିଜ କ୍ୟାରିଅରରେ ସବୁ କିଛି ପାଇ ସାରିଛନ୍ତି। ଯାହାକି ଏହି ଜୀବନରେ ପାଇବା ଉଚିତ୍। ଏବେ ଅମିତାଭଙ୍କୁ ନିଜ ଜୀବନରେ ନିଜ ପାଇଁ କିଛି ବର୍ଷ ରଖିବା ଉଚିତ୍। ସେ ବୃତ୍ତିଗତ ଭାବେ ଏକ ଧମାକେଦାର ଇନିଂସ ଖେଳିଛନ୍ତି। ସେ ଚମତ୍କାର କାମ ମଧ୍ୟ କରିଛନ୍ତି। ବର୍ତ୍ତମାନ ସେ ନିଜକୁ ଏହି ଫିଲ୍ମ ଦୁନିଆର ରେସ୍‌ରୁ ମୁକ୍ତ କରିବା ଉଚିତ୍। ସେ ବର୍ତ୍ତମାନ  ଫିଲ୍ମ ଦୁନିଆରୁ ଅବସର ନେବା ଉଚିତ୍ ବୋଲି ସଲମାନଙ୍କ ବାପା କହିଛନ୍ତି।

ସଲିମ ଖାନ ସ୍ପଷ୍ଟ କରିଛନ୍ତି ଯେ, ଅବସର ପ୍ରଣାଳୀକୁ ବୁଝିବା ଉଚିତ ଯାହା ଦ୍ୱାରା ଜଣେ ବ୍ୟକ୍ତି ତାଙ୍କ ଇଚ୍ଛା ଅନୁଯାୟୀ କିଛି ବର୍ଷ ବଞ୍ଚିପାରିବ। ଜୀବନର ପ୍ରାରମ୍ଭିକ ବର୍ଷରେ, ଆପଣ ଅଧ୍ୟୟନ ଏବଂ ଶିଖିବାରେ ଅତିବାହିତ କରନ୍ତି। ଏହା ପରେ ପରିବାରର ଦାୟିତ୍ୱ ତୁମ ଉପରେ ଆସେ। ଉଦାହରଣ ସ୍ୱରୂପ, ମୋର ଦୁନିଆ ବର୍ତ୍ତମାନ ସୀମିତ ଅଟେ। ମୁଁ ଯେଉଁ ଲୋକମାନଙ୍କ ସହିତ ମର୍ଣ୍ଣି ୱାକ୍‌ରେ ଯାଉଛି ସେମାନଙ୍କ ମଧ୍ୟରୁ କିଏ ଜଣେ ବି ଚଳଚ୍ଚିତ୍ର ବ୍ୟାକ ଗ୍ରାଉଣ୍ଡର ନାହନ୍ତି ବୋଲି ସେ କହିଛନ୍ତି।

ସଲିମ ଖାନ ଆହୁରି କହିଛନ୍ତି ‘ଅମିତାଭ ବଚ୍ଚନ ହିରୋ ଥିଲେ ଯିଏ ଆଙ୍ଗ୍ରି ୟଙ୍ଗ ମ୍ୟାନ୍ ଚରିତ୍ରରେ ଅଭିନୟ କରିପାରୁଥିଲେ। ସେ ଏବେବି ହିରୋ ଅଛନ୍ତି। ତେବେ, ଅମିତାଭଙ୍କ ପରି ଅଭିନେତାମାନଙ୍କ ପାଇଁ କୌଣସି ନୂଆ କାହାଣୀ ନାହିଁ। ଆମ ଫିଲ୍ମଗୁଡିକରେ ଟେକ୍ନିକାଲି, ମ୍ୟୁଜିକ ଏବଂ ଆକ୍ସନ ଦୃଷ୍ଟିରୁ ବହୁତ ପରିବର୍ତ୍ତନ ହୋଇଛି, କିନ୍ତୁ ଆମର ପାଖରେ ଭଲ ସ୍କ୍ରିପ୍ଟ ନାହିଁ।’

ଅମିତାଭ ବଚ୍ଚନ ଏବଂ ସଲିମ ଖାନ୍‌ ଏକାଠି ୧୦ରୁ ଅଧିକ ଫିଲ୍ମରେ କାମ କରିଛନ୍ତି। ଫିଲ୍ମ ଜଞ୍ଜିରରେ ସଲିମ ଖାନ ଏବଂ ବିଗ୍‌ ବି’ ପ୍ରଥମ ଥର ପାଇଁ ଏକାଠି କାମ କରିଥିଲେ। ଏହି ଚଳଚ୍ଚିତ୍ରରେ ପ୍ରାଣ ଏବଂ ଜୟା ବଚ୍ଚନ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଥିଲେ। ସଲିମ ଖାନ୍‌ ଏବଂ ବିଗ୍‌ ବି’ ଉଭୟେ ଶୋଲେ, ଦିୱାର, କାଲା ପଥର, ଦୋସ୍ତାନା, ଡନ୍ ଭଳି ଅନେକ ସୁପରହିଟ୍ ଚଳଚ୍ଚିତ୍ରରେ କାମ କରିଛନ୍ତି।

The post ସଲମାନଙ୍କ ବାପା ଚାହୁଁଛନ୍ତି ଅବସର ନିଅନ୍ତୁ ବିଗ୍‌ ବି’ appeared first on Odisha Reporter.



from Odisha Reporter https://ift.tt/3BNq5t3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages