ପୌର ନିର୍ବାଚନ ପାଇଁ ଫିଟିଲା ବାଟ: ଜାରି ହେଲା ଗେଜେଟ୍ ବିଜ୍ଞପ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 12, 2021

ପୌର ନିର୍ବାଚନ ପାଇଁ ଫିଟିଲା ବାଟ: ଜାରି ହେଲା ଗେଜେଟ୍ ବିଜ୍ଞପ୍ତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୌର ନିର୍ବାଚନ ନେଇ ଫିଟିଲା ବାଟ। ପୌର ଆଇନରେ ସଂଶୋଧନକୁ ଗତ ସପ୍ତାହରେ ରାଜ୍ୟପାଳ ଗଣେଶୀ ଲାଲଙ୍କ ଅନୁମୋଦନ ପରେ ଆଇନ ବିଭାଗ ପକ୍ଷରୁ ଗେଜେଟ୍ ନୋଟିସ୍ ଜାରି ହୋଇଛି। ଏହି ଆଇନ ଅନୁସାରେ ପୌର ନିର୍ବାଚନରେ ସଂରକ୍ଷଣକୁ ସର୍ବାଧିକ ୫୦ ପ୍ରତିଶତ ମଧ୍ୟରେ ସୀମିତ ରଖାଯିବ।

ଗେଜେଟ୍ ବିଜ୍ଞପ୍ତି ପରେ ଏବେ ନଗର ଉନ୍ନୟନ ବିଭାଗ ଉପରେ ରାଜନୈତିକ ମହଲର ନଜର ରହିଛି।  ବିଭାଗ ପକ୍ଷରୁ ଯେ କୌଣସି ଦିନ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇପାରେ। ପୌର ନିର୍ବାଚନରେ ୱାର୍ଡ ପୁନର୍ଗଠନ ସହ ସଂରକ୍ଷଣ କରାଯିବ। ଏଥିପାଇଁ ୨ରୁ ୩ ମାସ ସମୟ ଲାଗିପାରେ।

ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ଆସନ୍ତା ବର୍ଷ ଦ୍ୱିତୀୟାର୍ଦ୍ଧରେ ପୌର ନିର୍ବାଚନ ହେବାର ସମ୍ଭାବନା ରହିଛି।  ୨୦୧୮ ମସିହାରୁ ରାଜ୍ୟର ପୌରାଞ୍ଚଳରେ ନିର୍ବାଚନ ପରିଷଦର କାର୍ଯ୍ୟକାଳ ଶେଷ ହୋଇଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ନିର୍ବାଚନ ହୋଇପାରିନାହିଁ।  ନିର୍ବାଚନ ହୋଇନଥିବାରୁ ସବୁଠି ପ୍ରଶାସକ ନିଯୁକ୍ତି ଦିଆଯାଇଛି।

 

 

The post ପୌର ନିର୍ବାଚନ ପାଇଁ ଫିଟିଲା ବାଟ: ଜାରି ହେଲା ଗେଜେଟ୍ ବିଜ୍ଞପ୍ତି appeared first on Odisha Reporter.



from Odisha Reporter https://ift.tt/3mJBuUn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages