କାନ୍ଦିଲେ ଆର୍ଯ୍ୟନ୍‌, ଏନ୍‌ସିବି ଆଗରେ ମାନିଲେ ସତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 4, 2021

କାନ୍ଦିଲେ ଆର୍ଯ୍ୟନ୍‌, ଏନ୍‌ସିବି ଆଗରେ ମାନିଲେ ସତ

ମୁମ୍ବାଇ: କାନ୍ଦିଲେ ଶାହାରୁଖଙ୍କ ପୁଅ। ଏନ୍‌ସିବି ଆଗରେ ନିଜ ଲୁହ ଅଟକାଇ ପାରିଲେନି ଆର୍ଯ୍ୟନ୍‌ ଖାନ। କାନ୍ଦି କାନ୍ଦି ସବୁ ସତ ମାନି ନେଇଛନ୍ତି। ଏନ୍‌ସିବି ଜେରା ବେଳେ ଭାଙ୍ଗି ପଡିଛନ୍ତି ଏହି ଷ୍ଟାର କିଡ୍‌। ନିଜ କୋହକୁ ଆଉ ଅଟକାଇ ପାରିନାହାନ୍ତି। କାନ୍ଦି କାନ୍ଦି ଏନ୍‌ସିବି ଆଗରେ ସତ ମାନିବା ସହ ସବୁ କିଛି ଖୋଲି କହିଦେଇଛନ୍ତି।

ଡ୍ରଗ୍ସ ମାମଲାରେ ଛନ୍ଦି ହୋଇଛନ୍ତି ବଳିଉଡ ବାଦ୍‌ଶାହ ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍‌ ଖାନ୍‌। ଶନିବରା ରେଭ୍‌ ପାର୍ଟିରେ ସାମିଲ ହେବା ଅଭିଯୋଗରେ ସେ ଧରାପଡିଥିଲେ। ରବିବାର ତାଙ୍କୁ ଏନ୍‌ସିବି ଗିରଫ କରିଛି। ତେବେ ଏସବୁ ଭିତରେ ଏନ୍‌ସିବି ତାଙ୍କୁ ପଚରାଉଚରା ଜାରି ରଖିଛି। ଏନ୍‌ସିବିର ପ୍ରଶ୍ନ ବାଣ ଆଗରେ ସେ ନିଜ ମୁହଁ ଖୋଲିଛନ୍ତି। ଡ୍ରଗ୍ସ ସେବନ କରୁଥିବା ନେଇ ମାନିଛନ୍ତି ଆର୍ଯ୍ୟନ୍‌। ବର୍ଷେ କି ଦୁଇ ବର୍ଷ ନୁହେଁ ଗତ ୪ ବର୍ଷ ହେଲା ଲଗାତର ଡ୍ରଗ୍ସ ନେଉଥିବା କଥା ଆର୍ଯ୍ୟନ୍‌ ସ୍ୱୀକାର କରିଛନ୍ତି।

ଏନସିବି ସୂତ୍ର ଅନୁଯାୟୀ ଶାହରୁଖ ଖାନ ତାଙ୍କ ପୁଅ ଆର୍ଯ୍ୟନଙ୍କ ସହ ଫୋନରେ କଥା ହୋଇଛନ୍ତି। ଆଇନଗତ ପ୍ରକ୍ରିୟା ଭାବରେ ଆର୍ଯ୍ୟନ୍ ଗିରଫ ହେବା ପରେ, ଏନସିବି ଆର୍ଯ୍ୟନଙ୍କୁ ତାଙ୍କ ବାପା ଶାହାରୁଖଙ୍କ ସହ ଲ୍ୟାଣ୍ଡଲାଇନ ଫୋନରୁ ପ୍ରାୟ ୨ ମିନିଟ୍ କଥାବାର୍ତ୍ତା କରାଇଛି। ଏହି ସମୟରେ ଆର୍ଯ୍ୟନ ପଚରାଉଚରା ବେଳେ କ୍ରମାଗତ ଭାବରେ କାନ୍ଦୁଥିବା ଜଣାପଡିଛି।

ଏନସିବି ପଚରାଉଚୁରାରେ ଏହା ଜଣାପଡିଛି ଯେ ଆର୍ଯ୍ୟନ ପ୍ରାୟ ୪ ବର୍ଷ ଧରି ଡ୍ରଗ୍ସ ଖାଉଛନ୍ତି । କେବଳ ସେତିକି ନୁହେଁ ଭାରତ ବାହାରେ ୟୁକେ, ଦୁବାଇ ଏବଂ ଅନ୍ୟ ଦେଶରେ ମଧ୍ୟ ସେ ଡ୍ରଗ୍ସ ନେଇଥିବା କଥା ମାନିଛନ୍ତି। ଏତିକି ନୁହେଁ ସେ ଡ୍ରଗ୍ସ କିଣା ବିକାରେ ମଧ୍ୟ ସାମିଲ ଥିବା କଥା ମଧ୍ୟ ସାମ୍ନାକୁ ଆସିଛି।

ଏନ୍‌ସିବି ଗତକାଲି ଆର୍ଯ୍ୟନ୍‌, ଅରବାଜ ମର୍ଚ୍ଚେଣ୍ଟ ସମେତ ଏହି ମାମଲା ସହ ଜଡିତ ଅନ୍ୟ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରିଛି। ସମସ୍ତଙ୍କ ଫୋନ ଜବତ କରିବା ସହ ଚାଟିଂ ମ୍ୟାସେଜ ଖୋଲତାଡ କରିଥିଲା। ଯାଞ୍ଚ ବେଳେ ଆର୍ଯ୍ୟନ୍‌ ଡ୍ରଗ୍ ପେଡଲର ଏବଂ ଡ୍ରଗ୍ସ ସପ୍ଲାଏର ସହ ଲିଙ୍କରେ ଥିବା କଥା ସାମ୍ନାକୁ ଆସିଛି। ପ୍ରମାଣ ସ୍ୱରୂପ ଏନ୍‌ସିବି ଉଭୟ ଆର୍ଯ୍ୟନ୍‌ ଏବଂ ଅରବାଜଙ୍କୁ ମୁହାଁମୁହିଁ ବସାଇ ଜେରା କରିଛି।

ଗତକାଲି ରେଭ୍‌ ପାର୍ଟି ଚାଲିଥିବା ଜାହାଜ ଉପରେ ଏନ୍‌ସିବି ଚଢ଼ାଉ କରିଥିଲା। ଏହି ଚଢ଼ାଉ ବେଳେ ଏନ୍‌ସିବି ବିପୁଳ ପରିମାଣର ଡ୍ରଗ୍ସ ଜବତ କରିଛି। ୧୩ ଗ୍ରାମ କୋକିନ୍‌, ୫ ଗ୍ରାମ ଏମ୍‌ଡି, ୨୧ ଗ୍ରାମ ଚରସ, ଏମ୍‌ଡିଏମଏର ୨୨ଟି ଟାବଲେଟ୍‌ ଏବଂ ନଗ୪ ୧ ଲକ୍ଷ ୩୩ ହଜାର ଟଙ୍କା ଜବତ କରିଥିା ଏନ୍‌ସିବି ଅଧିକାରୀ କହିଛନ୍ତି।

The post କାନ୍ଦିଲେ ଆର୍ଯ୍ୟନ୍‌, ଏନ୍‌ସିବି ଆଗରେ ମାନିଲେ ସତ appeared first on Odisha Reporter.



from Odisha Reporter https://ift.tt/3l47kvo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages