ପର୍ଣ୍ଣ ୱେବସାଇଟ୍‌ରେ ପଢ଼ାଉଛନ୍ତି ଗଣିତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 26, 2021

ପର୍ଣ୍ଣ ୱେବସାଇଟ୍‌ରେ ପଢ଼ାଉଛନ୍ତି ଗଣିତ

ନୂଆଦିଲ୍ଲୀ: ପିଲାମାନେ କିଭଳି ସରଳ ଢ଼ଙ୍ଗରେ ବୁଝିପାରିବେ ଏବଂ ମନେ ରଖିପାରିବେ ସେଥିପାଇଁ ଶିକ୍ଷକମାନେ ଶିକ୍ଷା ଦେବା ପାଇଁ ଚେଷ୍ଟା କରନ୍ତି। ଛାତ୍ରଛାତ୍ରୀଙ୍କୁ ପଢ଼ାଇବା ପାଇଁ ନୂଆ ନୂଆ ଉପାୟ ସବୁ ଆପଣାଇଥାନ୍ତି ଶିକ୍ଷକ। କିନ୍ତୁ ତାଇୱାନରେ ଜଣେ ଶିକ୍ଷକ ଗୋଟିଏ ପାଦ ଆଗକୁ ଯାଇ ପିଲାଙ୍କୁ ପଢ଼ାଇବା ଲାଗି ଏକ ଅଜବଗଜବ ଉପାୟ ଆପଣାଇଛନ୍ତି। ପର୍ଣ୍ଣ ୱେବସାଇଟ୍‌ ଜରିଆରେ ସେ ପିଲାଙ୍କୁ ପଢ଼ାଉଛନ୍ତି ଗଣିତ।

ଚାଙ୍ଗସୁ ନାମକ ଏହି ଶିକ୍ଷକ ଜଣକ ଗଣିତରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି। ସେ ୧୫ ବର୍ଷ ଧରି ଅନଲାଇନ୍ ଏବଂ ତାଇୱାନ ସ୍କୁଲରେ ଶିକ୍ଷାଦାନ କରୁଛନ୍ତି। ପୂର୍ବରୁ ସେ ଅନଲାଇନ୍ କ୍ଲାସ୍ ପାଇଁ ୟୁଟ୍ୟୁବ୍ ଉପରେ ନିର୍ଭର କରୁଥିଲେ, କିନ୍ତୁ ଗତ ବର୍ଷ ସେ ‘ପର୍ଣ୍ଣହବ୍‌’ କିଛି ଏପିସୋଡ୍ ଅପଲୋଡ୍ କରି କ୍ଲାସ ନେବାକୁ ନିଷ୍ପତ୍ତି ନେଇଥିଲେ।

ତାଇୱାନର ଗଣିତ ଶିକ୍ଷକ ଚାଙ୍ଗସୁ

ଚାଙ୍ଗସୁ କୁହନ୍ତି, ‘ଯେହେତୁ ବହୁତ କମ୍ ଲୋକ ଆଡଲ୍ଟ ଭିଡିଓ ପ୍ଲାଟଫର୍ମରେ ଗଣିତ ପଢ଼ାନ୍ତି। ଏହି ପ୍ଲାଟଫର୍ମରେ ବହୁତ ଲୋକ ଅଛନ୍ତି ଯେଉଁମାନେ କି ଅଶ୍ଳୀଳ ଭିଡିଓ ଦେଖନ୍ତି। ମୁଁ ଭାବିଲି ଯଦି ମୁଁ ମୋର ଭିଡିଓ ଅପଲୋଡ୍ କରେ, ତେବେ ଅନେକ ଲୋକ ଏହାକୁ ବ୍ୟବହାର କରିବେ।’ ଚାଙ୍ଗସୁ XVideos ଏବଂ NXNN ରେ ମଧ୍ୟ ତାଙ୍କ ଭିଡିଓ ଅପଲୋଡ୍ କରିବାକୁ ଚେଷ୍ଟା କରିଥିଲେ।

ବର୍ତ୍ତମାନ ଚାଙ୍ଗସୁଙ୍କ ନିଜର ‘ଚାଙ୍ଗସୁମାଥ୍ 666’ ନାମକ ଏକ ପର୍ଣ୍ଣହବ୍ ଚ୍ୟାନେଲ୍ ଅଛି। ସେ କହିଛନ୍ତି, ‘ ଯେଉଁ ଛାତ୍ରଙ୍କୁ ଗଣିତ ପଢ଼ିବା ପାଇଁ ଜଣେ ଶିକ୍ଷକଙ୍କ ଆବଶ୍ୟକତା ରହିଥାଏ, ସେମାନେ ମୋତେ ପର୍ଣ୍ଣହବ ଜରିଆରେ ଜାଣନ୍ତି। ସେମାନଙ୍କ ମଧ୍ୟରୁ କେତେକ ମୋ ପାଠ୍ୟକ୍ରମ କିଣନ୍ତି।’ ଚାଙ୍ଗସୁ ପର୍ଣ୍ଣହବ ଜରିଆରେ ପାଠ ପଢ଼ାଇ  ବାର୍ଷିକ ପ୍ରାୟ ୧.୮୮ କୋଟି ଟଙ୍କା ରୋଜଗାର କରନ୍ତି ଅର୍ଥାତ୍ ମାସକୁ ପ୍ରାୟ ୧୫ ଲକ୍ଷ ଟଙ୍କା ସେ ଅର୍ଜନ କରନ୍ତି।

ଚାଙ୍ଗସୁ ସ୍ୱୀକାର କରିଛନ୍ତି ଯେ ସେ ପର୍ଣ୍ଣହବ୍ ଜରିଆରେ ଗଣିତ ଶିକ୍ଷା ଦେବାକୁ ଚାହୁଁ ନଥୁଲେ, ବରଂ ଏହା ଜରିଆରେ ଜଣେ ତାଇୱାନ ଶିକ୍ଷକ ଭଲ କ୍ୟାଲକୁଲସ ଶିକ୍ଷା ଦେଇପାରିବ ବୋଲି ସେ ବିଶ୍ୱକୁ ଜଣାଇବାକୁ ଚାହୁଁଥିଲେ ବୋଲି କହିଛନ୍ତି।

The post ପର୍ଣ୍ଣ ୱେବସାଇଟ୍‌ରେ ପଢ଼ାଉଛନ୍ତି ଗଣିତ appeared first on Odisha Reporter.



from Odisha Reporter https://ift.tt/3vIlhTr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages