ଡେରାଡୁନ୍: ଖାଇକୁ ଖସିଲା ଯାତ୍ରୀବାହୀ ଭ୍ୟାନ୍। ଉତ୍ତରାଖଣ୍ଡର ଡେରାଡୁନ୍ର ଚକରାତାରେ ଘଟିଛି ଏଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା। ଏଥିରେ ୧୧ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଖବର ଅନୁଯାୟୀ, ଏକ ୟୁଟିଲିଟି ଭ୍ୟାନ୍ ୧୬ ଜଣ ଯାତ୍ରୀଙ୍କୁ ନେଇ ବାୟଲାରୁ ବିକାଶନଗର ଯାଉଥିବା ବେଳେ ଭାରସାମ୍ୟ ହରାଇ ଖାଇକୁ ଖସିପଡିଥିଲା। ଉକ୍ତ ରାସ୍ତାଟି ଅତ୍ୟନ୍ତ ଖରାପ ଏବଂ ଦୁର୍ଗମ ହୋଇଥିବାରୁ ଏହି ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି।
ଦୁର୍ଘଟଣା ସଂପର୍କରେ ଖବର ପାଇ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତେବେ ଏହି ଦୁର୍ଘଟଣାରେ ୧୧ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ଭ୍ୟାନ୍ରେ ଥିବା ସମସ୍ତ ଯାତ୍ରୀ ଗୋଟିଏ ହିଁ ଗାଁର ବୋଲି ଜଣାପଡିଛି।
ସେପଟେ ଏହି ଦୁର୍ଘଟଣା ନେଇ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଦୁଃଖ ପ୍ରକାଶ କରିଛନ୍ତି। ସେ ଉଦ୍ଧାର କାର୍ଯ୍ୟକୁ ଜୋରଦାର କରିବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଆହତଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇବା ପାଇଁ ସେ କହିଛନ୍ତି।
चकराता क्षेत्र के अंतर्गत बुल्हाड़-बायला मार्ग पर हुए हृदय विदारक सड़क हादसे पर शोक व्यक्त करता हूँ। ईश्वर मृतकों की आत्मा को शांति और परिजनों को दुःख सहने की शक्ति प्रदान करे।
— Pushkar Singh Dhami (@pushkardhami) October 31, 2021
The post ଖାଇକୁ ଖସିଲା ଭ୍ୟାନ୍, ୧୧ ଯାତ୍ରୀ ମୃତ appeared first on Odisha Reporter.
from Odisha Reporter https://ift.tt/3CBeOw8
No comments:
Post a Comment