ମନ୍ତ୍ରୀ ପ୍ରତାପ ଜେନା ଅସୁସ୍ଥ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 31, 2021

ମନ୍ତ୍ରୀ ପ୍ରତାପ ଜେନା ଅସୁସ୍ଥ

ଫୁଲବାଣୀ(ତ୍ରୀନାଥ ସାହୁ): ମନ୍ତ୍ରୀ ପ୍ରତାପ ଜେନାଙ୍କର ବିଗିଡ଼ିଲା ସ୍ୱାସ୍ଥ୍ୟାବସ୍ଥା। କନ୍ଧମାଳ ଜିଲ୍ଲା ଗସ୍ତରେ ଥିବା ମନ୍ତ୍ରୀ ପ୍ରତାପ ଜେନା ହଠାତ ଅସୁସ୍ଥ ହୋଇପଡ଼ିଛନ୍ତି।  ସେ ବର୍ତ୍ତମାନ ଫୁଲବାଣୀ ସର୍କିଟ ହାଉସରେ ବିଶ୍ରାମ ନେଉଛନ୍ତି। ଏକ ଡାକ୍ତରୀ ଦଳ ତାଙ୍କର ଚିକିତ୍ସା ଜାରି ରଖିଛନ୍ତି। ତାଙ୍କୁ ଜ୍ୱର ହେବା ସହିତ ସେ ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିଛନ୍ତି। ଏଥିସହ ତାଙ୍କର ନିମ୍ନ ରକ୍ତଚାପ ଥିବା ସୂଚନା ମିଳିଛି।

ଭୁବନେଶ୍ୱରରୁ ଏକ ଏୟାର ଆମ୍ବୁଲାନ୍ସ ଫୁଲବାଣୀ ଯାଉଛି। ତାଙ୍କୁ ସେଠାରୁ ଭୁବନେଶ୍ୱରକୁ ଏୟାର ଲିଫ୍ଟିଂ କରାଯିବ। ଏନେଇ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ ଏଡିଏମ୍ଓ ଅଭୟ ପଟ୍ଟନାୟକଙ୍କ ସୂଚନା ଦେଇଛନ୍ତି।

ଡାକ୍ତର ପଟ୍ଟନାୟକ କହିଛନ୍ତି, ତାଙ୍କର କରୋନା ଟେଷ୍ଟ ହୋଇଛି। ତାଙ୍କ ଆଣ୍ଟିଜେନ୍‌ ରିପୋର୍ଟ ନେଗେଟିଭ ଆସିଛି, କିନ୍ତୁ ଆର୍‌ଟିପିସିଆର୍‌ ଟେଷ୍ଟ ରିପୋର୍ଟ ଏଯାଏଁ ଆସିନି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି।

ମନ୍ତ୍ରୀ ଶ୍ରୀ ଜେନାଙ୍କ ଦେହ ଅସୁସ୍ଥ ହୋଇପଡ଼ିବା କାରଣରୁ ଆଜି ତାଙ୍କର ବିଭିନ୍ନ କାର୍ଯ୍ୟକ୍ରମ ବାତିଲ ହେବା ସମ୍ଭାବନା ରହିଛି।

The post ମନ୍ତ୍ରୀ ପ୍ରତାପ ଜେନା ଅସୁସ୍ଥ appeared first on Odisha Reporter.



from Odisha Reporter https://ift.tt/3pQq5oT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages