ପ୍ରଦୂଷଣ ମୁକାବିଲା ପାଇଁ ଦିଲ୍ଲୀ ପାଇବ ୧୮ କୋଟି ଟଙ୍କା   - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 3, 2021

ପ୍ରଦୂଷଣ ମୁକାବିଲା ପାଇଁ ଦିଲ୍ଲୀ ପାଇବ ୧୮ କୋଟି ଟଙ୍କା  

ନୂଆଦିଲ୍ଲୀ: ପ୍ରଦୂଷଣ ଜାଲରେ ଅଣନିଶ୍ୱାସୀ ହୋଇପଡ଼ିଥିବା ଦିଲ୍ଲୀକୁ ମୁକାବିଲା ପାଇଁ କେନ୍ଦ୍ର ସହଯୋଗ କରିଛି। ଏଥିପାଇଁ  ଦିଲ୍ଲୀ ୧୮ କୋଟିରୁ ଅଧିକ ଟଙ୍କା ପାଇବ। ନ୍ୟାସନାଲ କ୍ଲିନ୍‌ ଏୟାର ପ୍ଲାନ୍‌ (NCAP) ଅଧୀନରେ ଦିଲ୍ଲୀ ଏହି ଆର୍ଥିକ ସହାୟତା ପାଇବ। ପ୍ରଥମ ଥର ପାଇଁ ଦିଲ୍ଲୀ NCAP ଅଧୀନରେ  ଏହି ଅର୍ଥ ପାଇବ। ୨୦୨୪ ସୁଦ୍ଧା , PM2.5 ପ୍ରଦୂଷଣ ମାତ୍ରାରୁ  ୨୦ ରୁ ୩୦ ପ୍ରତିଶତ ହ୍ରାସ ପାଇଁ ଲକ୍ଷ ରଖାଯାଇଛି। ଦିଲ୍ଲୀ ପ୍ରଦୂଷଣ ସମସ୍ୟା ସମସ୍ତଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଥିବାରୁ ପୂର୍ବରୁ କେନ୍ଦ୍ରକୁ ତାଗିଦ୍‌ କରିଥିଲେ ସୁପ୍ରିମକୋର୍ଟ।

କୋର୍ଟ କହିଥିଲେ ମଧ୍ୟ ଦିଲ୍ଲୀବାସୀ ପ୍ରଦୂଷଣରୁ ମୁକ୍ତି ପାଉ ନାହାନ୍ତି। ଦିଲ୍ଲୀର ପ୍ରଦୂଷଣ ଏତେ ମାତ୍ରାରେ ବିଷାକ୍ତ ହୋଇଛି  ଯେ, ଏହି ବାୟୁକୁ ପ୍ରଶ୍ୱାସରେ ଗ୍ରହଣ କରିବା ଅର୍ଥ ଜଣେ ଶିଶୁକୁ ଦିନକୁ ୧୦ ସିଗାରେଟ୍‌ ଟାଣିବା ସହ ସମାନ ବୋଲି ଡାଟା ଇଣ୍ଟେଲିଜେନ୍‌ସ ୟୁନିଟ୍‌ (ଡିଆଇୟୁ) ପ୍ରକାଶ  କରିଥିଲା। ସେହିପରି ଦିଲ୍ଲୀର ବାୟୁମଣ୍ଡଳରେ ପିଏମ୍‌୨.୫ କଣିକା ସ୍ତର ଉଦ୍‌ବେଗଜନକ ସ୍ଥିତିରେ ପହଞ୍ଚିଛି ଯାହା ଫୁସ୍‌ଫୁସ୍‌ ପାଇଁ ହାନିକାରକ ବୋଲି ଡିଆଇୟୁ କହିଥିଲା।

ଦିଲ୍ଲୀର ବାୟୁମଣ୍ଡଳରେ ପିଏମ୍‌୨.୫ କଣିକା ସ୍ତର ଉଦ୍‌ବେଗଜନକ ସ୍ଥିତିରେ ପହଞ୍ଚିଛି । ଯାହା ଫୁସ୍‌ଫୁସ୍‌ ପାଇଁ ହାନିକାରକ ବୋଲି ଡିଆଇୟୁ କହିଛି। ବିଶେଷଜ୍ଞ ରିଚାର୍ଡ ମୁଲର ଏବଂ ଏଲିଜାବେଥ୍‌ ମୁଲରଙ୍କ ଆକଳନ ଅନୁସାରେ, ଗୋଟିଏ ଘନମିଟର ପିଏମ୍‌ ୨.୫ କଣିକାଯୁକ୍ତ ୨୨ ମାଇକ୍ରୋଗ୍ରାମ ବାୟୁ ପ୍ରଶ୍ୱାସରେ ନେବା ଅର୍ଥ ଗୋଟିଏ ସିଗାରେଟ୍‌ ଟାଣିବା ସହ ସମାନ।

The post ପ୍ରଦୂଷଣ ମୁକାବିଲା ପାଇଁ ଦିଲ୍ଲୀ ପାଇବ ୧୮ କୋଟି ଟଙ୍କା   appeared first on Odisha Reporter.



from Odisha Reporter https://ift.tt/3Dd6qTD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages