ପୁଣି ମା’ ହେଲେ ନେହା, ଆସିଲେ ନୂଆ ସଦସ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 3, 2021

ପୁଣି ମା’ ହେଲେ ନେହା, ଆସିଲେ ନୂଆ ସଦସ୍ୟ

ମୁମ୍ବାଇ: ପୁଣି ମା’ ହେଲେ ବଲିଉଡ ଅଭିନେତ୍ରୀ ନେହା ଧୁପିଆ। ତାଙ୍କ ଘରୁ ଆସିଲେ କୁନି ସଦସ୍ୟ। ସେ ପୁଣି ଆଜି ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଏନେଇ ଅଙ୍ଗଦ ବେଦି ସୋଶାଲ ମିଡିଆରେ ସୂଚନା ଦେଇଛନ୍ତି।

ଅଙ୍ଗଦ ନେହା ଓ ତାଙ୍କର ଫଟୋକୁ ନିଜ ଇନ୍‌ଷ୍ଟାଗ୍ରାମରେ ଅପ୍‌ଲୋଡ କରିଛନ୍ତି। ଏଥିସହ କ୍ୟାପସନରେ ଆଜି ତାଙ୍କ ଘରକୁ କୁନି ଅତିଥି ଆସିଥିବା କହିଛନ୍ତି। ସେ ଆହୁରି ଲେଖିଛନ୍ତି, ‘ଭଗବାନ ଆଜି ଆମକୁ ଏକ ପୁତ୍ର ଦେଇଛନ୍ତି। ନେହା ଏବଂ ଶିଶୁ ଦୁହେଁ ଭଲ ଅଛନ୍ତି। ମେହେର ନୂତନ ଅତିଥିଙ୍କୁ ‘ବେବି’ ଆଖ୍ୟା ଦେବାକୁ ପ୍ରସ୍ତୁତ। ନେହା ଧୁପିଆ ଏହି ଯାତ୍ରାରେ ଜଣେ ଯୋଦ୍ଧା ହୋଇଥିବାରୁ ଧନ୍ୟବାଦ।’

ଉଲ୍ଲେଖଯୋଗ ଯେ, କିଛି ମାସ ପୂର୍ବରୁ ନେହା ଧୁପିଆ ଏବଂ ଅଙ୍ଗଦ ବେଦୀ ପୁଣି ଥରେ ବାପା-ମା’ ହେବାକୁ ଯାଉଥିବା ନେଇ ଘୋଷଣା କରିଥିଲେ। ଏକ ଫ୍ୟାମିଲି ଫଟୋ ଶେୟାର କରି ଉଭୟ କହିଥିଲେ ଯେ ଶୀଘ୍ର ସେମାନେ ତିନିରୁ ଚାରି ହେବାକୁ ଯାଉଛନ୍ତି। ଉଭୟଙ୍କ ପରିବାର ଏବଂ ପ୍ରଶଂସକମାନେ ମଧ୍ୟ ଏହି ଖବରରେ ଖୁସି ବ୍ୟକ୍ତ କରିଥିଲେ।

ପୁତ୍ର ସନ୍ତାନର ବାପା-ମା’ ହେଲେ ନେହା ଓ ଅଙ୍ଗଦ

ନେହା ଧୁପିଆ ଏବଂ ଅଙ୍ଗଦ ବେଦୀଙ୍କ ପୂର୍ବରୁ ଏକ ଝିଅ ଅଛି। ଝିଅର ନାମ ହେଉଛି ମେହେର, ଯିଏ ୨୦୧୮ ରେ ଜନ୍ମ ହୋଇଥିଲେ। ନେହା ଧୁପିୟା ବିବାହ ପୂର୍ବରୁ ଗର୍ଭବତୀ ହୋଇଥିଲେ ବୋଲି କୁହାଯାଉଛି।

୨୦୧୮ରେ ନେହା ଏବଂ ଅଙ୍ଗଦ ବିବାହ କରିଥିଲେ। ଦିଲ୍ଲୀର ଏକ ଗୁରୁଦ୍ୱାରାରେ ଉଭୟ ସିକ୍ରେଟ ରୂପେ ବିବାହ କରିଥିଲେ। ଏହି ବିବାହର ଉଭୟଙ୍କ ପରିବାର ଲୋକେ ଏବଂ ଘନିଷ୍ଠ ବନ୍ଧୁବାନ୍ଧବମାନେ ହିଁ ଯୋଗ ଦେଇଥିଲେ।

 

View this post on Instagram

 

A post shared by ANGAD BEDI (@angadbedi)

The post ପୁଣି ମା’ ହେଲେ ନେହା, ଆସିଲେ ନୂଆ ସଦସ୍ୟ appeared first on Odisha Reporter.



from Odisha Reporter https://ift.tt/3ouAtSE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages