ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତା ୨୧ ତାରିଖରୁ ଖୋଲିବ ଏକାଦଶ ତଥା ଯୁକ୍ତ୨ ପ୍ରଥମ ବର୍ଷ କ୍ଲାସ ଆରମ୍ଭ ହେବ ହେବ । ସେହିପରି ୨୫ରୁ ଖୋଲିବ ଅଷ୍ଟମ ଶ୍ରେଣୀ। ଏନେଇ ଆଜି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସୂଚନା ଦେଇଛନ୍ତି। ଅଷ୍ଟମ ଓ ଏକାଦଶ ଶ୍ରେଣୀର ପାଠପଢା ଅଫ୍ଲାଇନ୍ ମୋଡ୍ରେ କରାଯିବ। ପିଲାମାନେ ସ୍କୁଲକୁ ଯାଇ ପାଠ ପଢ଼ିବେ ବୋଲି ବିଭାଗ ସୂଚନା ଦେଇଛି।
ସେହିପରି ସବୁ ଜିଲ୍ଲାର ଡିଇଓଙ୍କ ସହ ଆସନ୍ତାକାଲି ବୈଠକ ହେବ। ଭର୍ଚୁଆଲ ମୋଡରେ ଏହି ବୈଠକ ହେବ। ଏଥିରେ କ୍ଲାସ ରୁମ୍ର ପରିଚାଳନା ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବ। ଏଥିସହ କିଭଳି ଗାଇଡଲାଇନ୍ ମାନି ପିଲାଙ୍କ ପାଠପଢ଼ା ହେବ ସେ ନେଇ ମଧ୍ୟ ଯୋଜନା ହେବ।
ବର୍ତ୍ତମାନ ନବମ, ଦଶମ ଓ ଦ୍ୱାଦଶ ଶ୍ରେଣୀ ଲାଗି ଅଫଲାଇନ ପାଠପଢ଼ା ଜାରି ରହିଛି। ତେବେ ପ୍ରଥମରୁ ସପ୍ତମ ଶ୍ରେଣୀ ଯାଏଁ ସ୍କୁଲ କେବେ ଖୋଲିବ ସେନେଇ ନିଷ୍ପତ୍ତି ନିଆଯାଇନଥିବା ମନ୍ତ୍ରୀ କହିଛନ୍ତି। ଅଷ୍ଟମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଯାଇ ଅଫ୍ ଲାଇନରେ କ୍ଲାସ୍ କରିବେ। ପୂର୍ବରୁ ନିର୍ଦ୍ଧାରିତ ଏସ୍ଓପି ଅନୁଯାୟୀ ହିଁ ପାଠପଢ଼ା ହେବ ବୋଲି ଗଣଶିକ୍ଷାମନ୍ତ୍ରୀ ସୂଚନା ଦେଇଛନ୍ତି।
ପୂର୍ବରୁ ନବମ ଓ ଦ୍ୱାଦଶ ଶ୍ରେଣୀ କ୍ଲାସ୍ ଚାଲିଥିଲା। ଉଭୟ କ୍ଲାସର ଛାତ୍ରଛାତ୍ରୀ ଅଫ୍ଲାଇନ୍ରେ ପାଠ ପଢୁଛନ୍ତି। ତେବେ ଦଶହରା ଛୁଟି ପରେ ୨୫ ତାରିଖରୁ ଅଷ୍ଟମ ଏବଂ ୨୧ ତାରିଖରୁ ଏକାଦଶ ପିଲାଙ୍କ ପାଠପଢ଼ା ଅଫଲାଇନ୍ ମୋଡ୍ରେ ହେବ।
The post ୨୧ରୁ ଏକାଦଶ ଓ ୨୫ରୁ ଅଷ୍ଟମ ଶ୍ରେଣୀ ପାଠପଢ଼ା appeared first on Odisha Reporter.
from Odisha Reporter https://ift.tt/3j5RTkN
No comments:
Post a Comment