ରାଉରକେଲା(ପବନ ତିୱାରୀ): ସୁନ୍ଦରଗଡ଼ ଜିଲ୍ଲା ରାଉରକେଲାର ସେକ୍ଟର ୫ରେ ଥିବା ଏକ ଘରୋଇ ସ୍କୁଲ ପଛପଟ ବୁଦା ମୂଳରୁ ଜଣେ ଯୁବକଙ୍କ ଗଳାକଟା ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକଙ୍କ ପରିଚୟ ମିଳିନାହିଁ। ଯୁବକଙ୍କୁ ୨୫ ବର୍ଷ ହୋଇଥିବା ଅନୁମାନ କରାଯାଉଛି। ଯୁବକଙ୍କୁ ହତ୍ୟା କରି କିଏ ବୁଦା ମୂଳରେ ପକାଇ ଦେଇଥିବା ପୁଲିସ ସନ୍ଦେହ କରୁଛି।
ମିଳିଥିବା ସୂଚନା ଅନୁସାରେ, ଆଜି ସକାଳେ ଯୁବକଙ୍କ ମୃତଦେହ ବୁଦା ମୂଳରେ ପଡ଼ିଥିବା ସ୍ଥାନୀୟ ଲୋକ ଦେଖିଥିଲେ। ଏନେଇ ପୁଲିସକୁ ଖବର ଦେଇଥିଲା। ରାଉରକେଲା ଅତିରିକ୍ତ ଏସପି ସଂଗ୍ରାମ କେଶରୀ ବେହେରା ଓ ତାଙ୍କ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି।
ଅତିରିକ୍ତ ଏସପି ସଂଗ୍ରାମ କେଶରୀ ବେହେରା କହିଛନ୍ତି, ଯୁବକଙ୍କ ହତ୍ୟା କରି ବୁଦା ମୂଳରେ ପକାଇ ଦିଆଯାଇଛି। ଧାରୁଆ ଅସ୍ତ୍ରରେ ଯୁବକଙ୍କ ବେକକୁ କଟାଯାଇଛି। ସାଇଣ୍ଟିଫିକ୍ ଟିମ୍କୁ ଡକାଯାଇଛି। ସାଇଣ୍ଟିଫିକ୍ ଟିମ୍ ତଦନ୍ତ କରିବା ପରେ ଘଟଣାର ସତ୍ୟାସତ ଜଣାପଡ଼ିବ।
The post ବୁଦା ମୂଳରୁ ଯୁବକଙ୍କ ଗଳାକଟା ମୃତଦେହ ଉଦ୍ଧାର; ହତ୍ୟା ସନ୍ଦେହ appeared first on Odisha Reporter.
from Odisha Reporter https://ift.tt/3mUqfbx
No comments:
Post a Comment