ମହିଳା ବନ୍ଧୁଙ୍କ ପାଇଁ ଅଡ଼ୁଆରେ କ୍ୟାପ୍ଟେନ, କଂଗ୍ରେସ କରିବ ଆଇଏସଆଇ ଲିଙ୍କର ତଦନ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 22, 2021

ମହିଳା ବନ୍ଧୁଙ୍କ ପାଇଁ ଅଡ଼ୁଆରେ କ୍ୟାପ୍ଟେନ, କଂଗ୍ରେସ କରିବ ଆଇଏସଆଇ ଲିଙ୍କର ତଦନ୍ତ

ଅମୃତସର: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା କ୍ୟାପ୍ଟେନ ଅମରିନ୍ଦର ସିଂହ ବିଜେପି ଆଡ଼କୁ ଢଳିବାରୁ ଏବେ ନୂଆ ବିବାଦ ସୃଷ୍ଟି ହୋଇଛି। ଦୀର୍ଘ ଦଶନ୍ଧି ଧରି ସେ ଯେଉଁ କଂଗ୍ରେସ ସହ ରହିଥିଲେ ଏବେ ସେହି ଦଳ ତାଙ୍କ ବିରୋଧରେ ରଣହୁଙ୍କାର ଦେଇଛି।

ପଞ୍ଜାବର କ୍ଷମତାସୀନ କଂଗ୍ରେସ ସରକାର କ୍ୟାପ୍ଟେନଙ୍କ ଜଣେ ମହିଳା ବନ୍ଧୁଙ୍କ ଆଇଏସଆଇ ଲିଙ୍କର ତଦନ୍ତ କରିବ ବୋଲି କହିଛି। କ୍ୟାପ୍ଟେନଙ୍କର ପାକିସ୍ତାନୀ ବନ୍ଧୁ ଜଣଙ୍କ ଜଣେ ସାମ୍ବାଦିକ। ସେ ଅନେକ ସମୟରେ କ୍ୟାପ୍ଟେନଙ୍କ ସହ ନଜର ଆସିଛନ୍ତି। ଏବେ ତାଙ୍କର ଲିଙ୍କ ଆଇଏସଆଇ ସହ ରହିଛି ବୋଲି ପଞ୍ଜାବ ସରକାରର ଜଣେ ମନ୍ତ୍ରୀ କହିଛନ୍ତି। କୁହାଯାଉଛି କ୍ୟାପ୍ଟେନଙ୍କୁ ଚେକ୍‌ ଦେବାକୁ କଂଗ୍ରେସ ସରକାର ଏପରି ପଦକ୍ଷେପ ନେଇଛନ୍ତି।

ପଞ୍ଜାବର ଗୃହମନ୍ତ୍ରୀ ସୁଖଜିନ୍ଦର ରାନ୍ଧୱା କହିଛନ୍ତି, “କ୍ୟାପ୍ଟେନ କହୁଛନ୍ତି ପଞ୍ଜାବକୁ ଆଇଏସଆଇର ବିପଦ ରହିଛି। ତେଣୁ ଆମେ ତାଙ୍କ ବନ୍ଧୁ ଅରୋସା ଆଲାମଙ୍କ ଲିଙ୍କ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇ ସହ କ’ଣ ରହିଛି, ତା’ର ତଦନ୍ତ କରିବୁ। ପଞ୍ଜାବ ପୁଲିସ୍‌ ମୁଖ୍ୟଙ୍କୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।

ବିଗତ ସାଢ଼େ ୪ ବର୍ଷ ହେଲା ପାକିସ୍ତାନରୁ ପଞ୍ଜାବକୁ ଡ୍ରୋନ ଆସୁଥିବା କ୍ୟାପ୍ଟେନ କ୍ରମାଗତ ଭାବେ କହି ଚାଲିଛନ୍ତି। ପ୍ରଥମେ କ୍ୟାପ୍ଟେନ ଏହି ପ୍ରସଙ୍ଗ ଉଠାଇଲେ ଓ ଏହାପରେ ବିଏସଏଫ ମୁତୟନ କରାଗଲା। ତେଣୁ ଏହା ପଛରେ ଗଭୀର ଷଡ଼ଯନ୍ତ୍ରର ଆଶଙ୍କା କରାଯାଉଛି। ଏହାର ତଦନ୍ତ ଜରୁରୀ।”

ସୂଚନାଯୋଗ୍ୟ, ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂହ ସିଦ୍ଧୁଙ୍କ ସହ ତିକ୍ତତା କାରଣରୁ କ୍ୟାପ୍ଟେନ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିଥିଲେ। ଏଥିସହ ସେ କଂଗ୍ରେସ ସହ ସମ୍ପର୍କ ମଧ୍ୟ ତୁଟାଇଥିଲେ। ଏବେ ସେ ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ନିଜସ୍ୱ ଦଳ ଗଠନ କରିବେ ବୋଲି କହିଛନ୍ତି।

ଖାଲି ସେତିକି ନୁହେଁ, କଂଗ୍ରେସକୁ ଚେକ୍‌ ଦେବାକୁ ସେ ବିଜେପି ସହ ହାତ ମିଳାଇବେ ବୋଲି ଘୋଷଣା କରିଛନ୍ତି। କ୍ୟାପ୍ଟେନଙ୍କ ଏପରି ବିଜେପି ପ୍ରୀତି ପରେ କଂଗ୍ରେସ କାଉଣ୍ଟର ଆଟାକ ଆରମ୍ଭ କରିଛି।

The post ମହିଳା ବନ୍ଧୁଙ୍କ ପାଇଁ ଅଡ଼ୁଆରେ କ୍ୟାପ୍ଟେନ, କଂଗ୍ରେସ କରିବ ଆଇଏସଆଇ ଲିଙ୍କର ତଦନ୍ତ appeared first on Odisha Reporter.



from Odisha Reporter https://ift.tt/3jsW0Yx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages