ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦିଲ୍ଲୀରେ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ସୋନିଆଙ୍କ ସହ କେ.ସି ଭେନୁଗୋପାଳଙ୍କୁ ମଧ୍ୟ ଭେଟିଛନ୍ତି ନିରଞ୍ଜନ। ସେ ଉଭୟଙ୍କୁ ରାଜ୍ୟର ଦଳୀୟ ସଂଗଠନ ମଜବୁତ ସଂପର୍କରେ ଆଲୋଚନା କରିଥିବା ଗଣମାଧ୍ୟମକୁ କହିଛନ୍ତି।
ପ୍ରଦୀପ ମାଝୀଙ୍କ ଇସ୍ତଫା ପ୍ରସଙ୍ଗରେ ନିରଞ୍ଜନ କଡ଼ା ପ୍ରତିକ୍ରିୟା ଦେଇଛନ୍ତି। କହିଛନ୍ତି, “ସେବା ନୁହେଁ, ହେବା ପାଇଁ ସେ ଦଳ ଛାଡ଼ିଛନ୍ତି। ଅସ୍ଥିର ମନ, କାଲି କହିଥିଲେ କୁଆଡ଼େ ଯିବେନି? ଆଜି ଛାଡ଼ିଦେଲେ। କଂଗ୍ରେସରେ ଯେଉଁ ପୋଜିସନ ଓ ସମ୍ମାନ ପାଉଥିଲେ, ତାହା ପାଉଛନ୍ତି କି ନାହିଁ ଦେଖିବା।”
ସୂଚନାରୁ ପ୍ରକାଶ, କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ନବରଙ୍ଗପୁରର ପୂର୍ବତନ ସାଂସଦ ପ୍ରଦୀପ ମାଝୀ। ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ର କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ନିକଟକୁ ପଠାଇ ଦେଇଛନ୍ତି। ଅତି ଦୁଃଖ ଓ କଷ୍ଟର ସହ ସେ ଏହି ନିଷ୍ପତ୍ତି ନେଇଥିବା ତାଙ୍କ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି।
ପ୍ରଦୀପ ତାଙ୍କ ଇସ୍ତଫା ପତ୍ରରେ ଲେଖିଛନ୍ତି, ଗରିବ ଲୋକଙ୍କ ସେବା କରିବା ପାଇଁ ଅତି ଉତ୍ସାହର ସହିତ କଂଗ୍ରେସ ଦଳରେ ଯୋଗ ଦେଇଥିଲେ। ଦଳ ମଧ୍ୟ ଏଥିପାଇଁ ତାଙ୍କୁ ପ୍ରଚୁର ସୁଯୋଗ ଦେଇଥିଲା। ଦାବି ନ କରିଥିବା ସତ୍ତ୍ୱେ ଦଳ ଅନ୍ୟମାନଙ୍କ ଠାରୁ ଉଚ୍ଚ ପଦପଦବୀରେ ଅବସ୍ଥାପିତ କରିଥିଲା। ସଂପୃକ୍ତ ପଦପଦବୀରେ ରହି ସାଧାରଣ ଲୋକଙ୍କ ଭଲ ପାଇବା ଓ ସମର୍ଥନ ପାଇଛନ୍ତି ବୋଲି ନିଜର ଇସ୍ତଫାପତ୍ର ଲେଖିଛନ୍ତି ପ୍ରଦୀପ।
The post ‘ସେବା ନୁହେଁ, ହେବା ପାଇଁ ଦଳ ଛାଡ଼ିଛନ୍ତି’ appeared first on Odisha Reporter.
from Odisha Reporter https://ift.tt/3B9HRp0
No comments:
Post a Comment