ଥାନା ପାଲଟିଲା ରଣକ୍ଷେତ୍ର; ପୁଲିସ୍ କର୍ମଚାରୀଙ୍କ ସମେତ ୪ ଆହତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 22, 2021

ଥାନା ପାଲଟିଲା ରଣକ୍ଷେତ୍ର; ପୁଲିସ୍ କର୍ମଚାରୀଙ୍କ ସମେତ ୪ ଆହତ

ଆଠଗଡ଼ (ଓଡ଼ିଶା ରିପୋର୍ଟର): ତିନି ଜଣ ବ୍ୟକ୍ତିଙ୍କୁ ଗିରଫ କରିବା ଘଟଣାରେ ଆଜି ରଣକ୍ଷେତ୍ର ପାଲଟି ଯାଇଥିଲା କଟକ ଜିଲ୍ଲା ନରସିଂହପୁର ଥାନା ପରିସର। ପୁଲିସ୍ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ପିଟାପିଟିରେ ୪ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ତିନି ଜଣ ପୁଲିସ୍ କର୍ମଚାରୀ ରହିଥିବା ବେଳେ ଜଣେ ସାଧାରଣ ଲୋକ ଅଛନ୍ତି।

ଗତକାଲି ବିଳମ୍ବିତ ରାତିରେ ନରସିଂହପୁର ଥାନା ପୁଲିସ ବଡମ୍ବା ଥାନା ଅନ୍ତର୍ଗତ ରତାପାଟ ଗାଁର ୩ ଜଣ ବିଜେପି କର୍ମୀଙ୍କୁ ଉଠାଇ ଆଣିଥିଲା। ସେମାନେ ହେଉଛନ୍ତି ମନୋଜ ନାୟକ, ରଞ୍ଜନ ସାମନ୍ତରାୟ ଓ ଲିପୟ ବଳିୟାରସିଂ। ଏକ ଅପହରଣ ଓ ମାରଧର ମାମଲାରେ ସେମାନଙ୍କୁ ଗିରଫ କରାଯାଇଥିବା ପୁଲିସ୍ କହୁଥିବା ବେଳେ କୌଣସି କାରଣ ନଥାଇ ସେମାନଙ୍କୁ ଗିରଫ କରାଯାଇଥିବା ବିଜେପି ଅଭିଯୋଗ କରିଛି।

ଏହାର ପ୍ରତିବାଦରେ ଆଜି ଦଳ ପକ୍ଷରୁ ଥାନାରେ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ବିଜେପି କର୍ମୀମାନେ ଥାନାରେ ଗେଟ୍‌ରେ ତାଲା ପକାଇ ଧାରଣାରେ ବସିଥିଲେ। ପରେ ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଏହାପରେ ପୁଲିସ ଓ ଆନ୍ଦୋଳନକାରୀ ମୁହାଁମୁହିଁ ହୋଇଥିଲେ। ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ ପୁଲିସ୍ ପିଟିଥିଲା। ଲୋକେ ମଧ୍ୟ ପୁଲିସ୍ ଉପରେ ଢେଲା, ପଥର ମାଡ଼ କରିଥିଲେ।

ଗିରଫ ତିନି ଜଣଙ୍କ ବିରୋଧରେ ଅପହରଣ କରି ମାରଧର କରିଥିବା ଅଭିଯୋଗ ରହିଥିବା ବେଳେ ବିଜେପି ନେତା ବିଜୟ ଦଳବେହେରା କହିଛନ୍ତି ଯେ ସେମିତି କିଛି ହୋଇନାହିଁ। କେବଳ ପାଟିତୁଣ୍ଡ ହୋଇଥିଲା। କୋର୍ଟରେ ସତ୍ୟପାଠ ଦାଖଲ କରିବା ପରେ ଏହି ମାମଲାର ସମାଧାନ ହୋଇଯାଇଥିଲା। ତେବେ ସ୍ଥାନୀୟ ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କ କଥାରେ ଘଟଣାର ରାଜନୀତିକରଣ କରାଯାଇଛି ଓ ପୁଲିସ୍ ବିଜେପି କର୍ମୀମାନଙ୍କୁ ଗିରଫ କରିଛି।

ଅନ୍ୟପକ୍ଷରେ ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଅପରାଧୀ ମାନଙ୍କୁ ପୁଲିସ୍ ଗିରଫ କରିଥିବା ବେଳେ ସେମାନଙ୍କୁ ବଞ୍ଚାଇବାକୁ ବିଜେପି କର୍ମୀମାନେ ଥାନା ଉପରେ ଆକ୍ରମଣ କରି ପୁଲିସ୍‌କୁ ପିଟିଛନ୍ତି। ଅପରାଧୀଙ୍କୁ ପୁଲିସ୍ ଗିରଫ କଲେ କ’ଣ ଦେବୀ ମିଶ୍ର ଦାୟୀ। ଅପରାଧ ବଢ଼ିଯାଇଛି, ସେମାନଙ୍କୁ କ’ଣ ଦେଖାଯାଉ ନାହିଁ।

The post ଥାନା ପାଲଟିଲା ରଣକ୍ଷେତ୍ର; ପୁଲିସ୍ କର୍ମଚାରୀଙ୍କ ସମେତ ୪ ଆହତ appeared first on Odisha Reporter.



from Odisha Reporter https://ift.tt/30Ggeau

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages