‘ଫେସ୍‌ବୁକ୍‌ରେ ଫେକ୍‌ ଆକାଉଣ୍ଟ ଖୋଲିଛନ୍ତି ବିଜେପି, ଆପ୍‌ ଓ କଂଗ୍ରେସ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 22, 2021

‘ଫେସ୍‌ବୁକ୍‌ରେ ଫେକ୍‌ ଆକାଉଣ୍ଟ ଖୋଲିଛନ୍ତି ବିଜେପି, ଆପ୍‌ ଓ କଂଗ୍ରେସ’

ନୂଆଦିଲ୍ଲୀ: ୨୦୨୦ ଦିଲ୍ଲୀ ବିଧାନସଭା ନିର୍ବାଚନ ଜିତିବା ପାଇଁ ଆମ୍‌ ଆଦମୀ ପାର୍ଟି (ଆପ୍‌), ବିଜେପି ଓ କଂଗ୍ରେସ ଫେସ୍‌ବୁକ୍‌ରେ ଅନେକ ଜାଲ୍‌ ଆକାଉଣ୍ଟ ଖୋଲି ଲୋକଙ୍କୁ ମିଛ ତଥ୍ୟ ଜରିଆରେ ବିଭ୍ରାନ୍ତ କରିଥିଲେ ବୋଲି ପ୍ରକାଶ କରିଛନ୍ତି ଫେସ୍‌ବୁକ୍‌ର ଜଣେ ପୂର୍ବତନ କର୍ମଚାରୀ। ତାଙ୍କ ନାଁ ସୋଫି ଝାଙ୍ଗ। ସେ ଫେସ୍‌ବୁକ୍‌ରେ ଡାଟା ସାଇଣ୍ଟିଷ୍ଟ ଭାବେ କାର୍ଯ୍ୟ କରିଥିଲେ।

ସେ କହିଛନ୍ତି, ଜଣେ ବିଜେପି ଏମପି ଏପରି କରିଥିଲେ। ତାଙ୍କ ଫେସ୍‌ବୁକ୍‌ ପୋଷ୍ଟକୁ ରଦ୍ଦ କରାଯାଇ ନଥିଲା। ଅନ୍ୟ ବହୁ ଫେକ୍‌ ଫେସ୍‌ବୁକ୍‌ ପୋଷ୍ଟ ପଛରେ ହଟେଇ ଦିଆଯାଇଥିଲା। ଅନେକ ଆପ୍‌ ସମର୍ଥକ ନିଜକୁ ନରେନ୍ଦ୍ର ମୋଦୀଙ୍କ ସମର୍ଥକ ଭାବେ ଉପସ୍ଥାପିତ କରି ଫେସ୍‌ବୁକ୍‌ ଆକାଉଣ୍ଟ ଖୋଲିଥିଲେ। ସେମାନେ ଦୁର୍ନୀତି ହଟେଇବାକୁ ଅରବିନ୍ଦ କେଜ୍ରିୱାଲ୍‌ଙ୍କୁ ସମର୍ଥନ କରିବେ ବୋଲି ଏସବୁ ଫେକ୍‌ ଆକାଉଣ୍ଟ ଜରିଆରେ ବାର୍ତ୍ତା ପ୍ରେରଣ କରିଥିଲେ। ସେମାନେ ନରେନ୍ଦ୍ର ମୋଦୀଙ୍କ ଉପରେ ଅସନ୍ତୁଷ୍ଟ ବୋଲି ସନ୍ଦେଶ ଦେଇଥିଲେ। ଏହା ଲୋକଙ୍କୁ ବିଭ୍ରାନ୍ତ କରିବାକୁ ଉଦ୍ଦିଷ୍ଟ ଥିଲା ବୋଲ ଝାଙ୍ଗ କହିଛନ୍ତି। ସେ କହିଛନ୍ତି ଯେ ଫେସ୍‌ବୁକ୍‌ ଗଣତନ୍ତ୍ରର ସୁରକ୍ଷା ପାଇଁ ଖୋଲିନାହିଁ। ଏହାର ଏକମାତ୍ର ଲକ୍ଷ୍ୟ ହେଉଛି ଅର୍ଥ।

୨୦୨୦ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଅରବିନ୍ଦ କେଜ୍ରିୱାଲ୍‌ଙ୍କ ଆପ୍‌ ୭୦ରୁ ୬୨ ଆସନରେ ବିଜୟୀ ହୋଇଥିଲାବେଳେ ବିଜେପି ୮ ଆସନ ଜିତିଥିଲା।

ଚଳିତ ସପ୍ତାହ ପ୍ରାରମ୍ଭରେ ସୋଫି ଝାଙ୍ଗ ବ୍ରିଟିଶ ସଂସଦୀୟ କମିଟି ନିକଟରେ ହାଜର ହୋଇ ଜେରାର ସମ୍ମୁଖୀନ ହୋଇଥିଲେ। ସେ କହିଥିଲେ ଯେ ଫେସ୍‌ବୁକ୍‌ ରାଜନୀତିକ ବିତର୍କର ବିକୃତିକରଣ ଜରିଆରେ ବିଶ୍ୱର ଏକଛତ୍ରବାଦୀମାନଙ୍କର ସହାୟତା କରୁଛି। ମିଥ୍ୟା ରାଜନୀତିକ ବର୍ଣ୍ଣନା ପ୍ରସାର କରିବା ପାଇଁ ଫେସ୍‌ବୁକ୍‌ରେ ଫେକ୍‌ ଆକାଉଣ୍ଟ ଖୋଲାଯାଉଛି। ଏକଛତ୍ରବାଦୀ ରାଷ୍ଟ୍ରଗୁଡ଼ିକ ଏପରି ଆକାଉଣ୍ଟ ଜରିଆରେ ନିଜ ନେତାଙ୍କର ଗୁଣଗାନ କରୁଛନ୍ତି।

ସୋଫି ଝାଙ୍ଗ ଫେସ୍‌ବୁକ୍‌ରେ ଜଣେ ଡାଟା ସାଇଣ୍ଟିଷ୍ଟ ଭାବେ ତିନି ବର୍ଷ କାର୍ଯ୍ୟ କରିଥିଲେ। ୨୦୨୦ ମସିହାରେ ତାଙ୍କୁ ବାହାରି କରି ଦିଆଯାଇଥିଲା।

ସୋଫିଙ୍କ ଭଳି ଫେସ୍‌ବୁକ୍‌ର ଏହି ଭ୍ରଷ୍ଟାଚାର ସଂପର୍କରେ ଅନ୍ୟ ଜଣେ ହୁଇସିଲ୍‌ବ୍ଲୋର୍‌ ମଧ୍ୟ ମୁହଁ ଖୋଲିଛନ୍ତି। ସେ ହେଲେ ଫ୍ରାନ୍ସିସ୍‌ ହାଉଜେନ୍‌। ସେ ମଧ୍ୟ ଫେସ୍‌ବୁକ୍‌ର କର୍ମଚାରୀ ଥିଲେ। ସେ ଆମେରିକା ସିନେଟ୍‌ କମିଟି ଆଗରେ ସାକ୍ଷ୍ୟ ଦେଇ ଫେସ୍‌ବୁକ୍‌ ଓ ଇନ୍‌ଷ୍ଟାଗ୍ରାମ କିଶୋର କିଶୋରୀମାନଙ୍କୁ ନଷ୍ଟ କରୁଛି ସେ ସଂପର୍କରେ ସୂଚନା ପ୍ରଦାନ କରିଥିଲେ। ଏହି ଅନୈତିକ କାର୍ଯ୍ୟ ପାଇଁ ଫେସ୍‌ବୁକ୍‌ ବିରୋଧରେ ଦଣ୍ଡମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ସିନେଟ୍‌ ସଭ୍ୟମାନଙ୍କୁ ଅନୁରୋଧ କରିଥିଲେ।

The post ‘ଫେସ୍‌ବୁକ୍‌ରେ ଫେକ୍‌ ଆକାଉଣ୍ଟ ଖୋଲିଛନ୍ତି ବିଜେପି, ଆପ୍‌ ଓ କଂଗ୍ରେସ’ appeared first on Odisha Reporter.



from Odisha Reporter https://ift.tt/3vCFxWE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages