ଭୋପାଳ: ଛତିଶଗଡ଼ ଭଳି ଭୋପାଳରେ ଘଟିଛି ଅମାନବୀୟ ଘଟଣା। ପଛୁଆ କାର ରେସିଂ ବେଳେ ଘଟିଛି ଅଘଟଣ। ଦୁର୍ଗାମେଢ଼ ବିଷର୍ଜନ ପାଇଁ ଯାଉଥିବା ବେଳେ କାରଟି ଲୋକଙ୍କ ଉପରେ ମାଡ଼ି ଯାଇଥିଲା। ଏଥିରେ ଜଣେ ଯୁବକ ଆହତ ହୋଇଛନ୍ତି। ଏଥିରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛ ପୁଲିସ। ଶନିବାର ସନ୍ଧ୍ୟାରେ ଏହି ଘଟଣା ଘଟିଛି। ଦୃଶ୍ୟଟି କ୍ୟାମେରାରେ କଏଦ ହୋଇଛି।
ଲୋକମାନେ ଦୁର୍ଗାମେଢ଼ ନେଇ ଯାଉଥିବା ବେଳେ ଏକ କାର ପଛୁଆ ରେସଂରେ ଆସି ମାଡ଼ି ଯାଇଥଲା। ଦୁଇ ଦିନ ପୂର୍ବେ ଛତିଶଗଡ ଜଶପୁରରେ ଦୁର୍ଗାଙ୍କ ବିସର୍ଜନ ବେଳେ ଏକ ସମାନ ଘଟଣା ଘଟିଥିଲା । ଯେଉଁଥିରେ ଗୋଟିଏ କାର ଲୋକମାନଙ୍କୁ ଚଢାଇ ଚାଲିଯାଉଥିବା ଦେଖିବାକୁ ମିଳିଥିଲା । ଏହି ଘଟଣାରେ ଏବେ ସୁଦ୍ଧା ୧୬ ଜଣ ଲୋକ ଆହତ ହୋଇଥିବାବେଳେ ଜଣକର ମୃତ୍ୟୁ ଘଟିଥିବା ସୂଚନା ରହିଛି । ତେବେ ପୁଲିସ ଏହି ମାମଲାରେ ଗିରଫ କରିଥିବା ଅଭିଯୁକ୍ତ ଜଣେ ଜଣେ ଗଞ୍ଜେଇ ବେପାରୀ ବୋଲି ଖବର ମିଳିଛି ।
ପୁଲିସ ଅଫିସର ଅଜୟ ଯାଦବଙ୍କ କହିବା ମୁତାବକ,ଦୁଇ ଅଭିଯୁକ୍ତ ଦୀର୍ଘ ସମୟ ଧରି ଗଞ୍ଜେଇ ଚୋରାଚାଲାଣ କରିଆସୁଥିଲେ । ସେମାନେ ଓଡ଼ିଶାରୁ ମଧ୍ୟପ୍ରଦେଶ ଭିତରେ ଏହି ଗଞ୍ଜେଇ ବେପାର କରୁଥିଲେ । ଅନ୍ୟପଟେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଏହି ଘଟଣାକୁ ଦୁଃଖଦ ଓ ହୃଦୟ ବିଦାରକ ବୋଲି କହିଥିଲେ।
The post କାର ରେସିଂ ବେଳେ ଦୁର୍ଗା ଭଷାଣି ଶୋଭାଯାତ୍ରା ଉପରେ ମାଡ଼ିଗଲା appeared first on Odisha Reporter.
from Odisha Reporter https://ift.tt/3aJTE2q
No comments:
Post a Comment