ଭୋପାଳ: ଯୁବତୀଙ୍କ ସହ ଅସଦାଚରଣ। ବିଚ୍ ରାସ୍ତାରେ ଯୁବତୀଙ୍କୁ ବୁର୍ଖା କାଢିବାକୁ ବାଧ୍ୟ କରାଯିବା ଭଳି ଏକ ଅଭାବନୀୟ ଘଟଣା ଭୋପାଳରେ ଘଟିଛି। ଏହି ଦୃଶ୍ୟଟି ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଛି। ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ଏହି ଘଟଣା ଭୋପାଳର ଇସଲାମନଗର ଅଞ୍ଚଳରେ ଘଟିଛି। ଜଣେ ପୁଅ ସହ ଝିଅ ଯାଉଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କୁ ଅଟକାଇ ନିର୍ଯାତନା ଦେବା ସହ ସେମାନଙ୍କୁ ଅପମାନିତ କରିଥିବା ଭିଡିଓରେ ଦୃଶ୍ୟମାନ ହେଉଛି ।
ଜଣେ ଯୁବକ ସମ୍ପୃକ୍ତ ଯୁବତୀଙ୍କୁ ବୁର୍ଖା ବାହାର କରିବା ପାଇଁ ବାଧ୍ୟ କରୁଥିବା ଭିଡିଓ ରେକକର୍ଡ଼ ହୋଇଛି। ଏଏସପି ଦିନେଶ ଖୁସ୍ ୱାଲ କହିଛନ୍ତି ଯେ, ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି।
ଯୁବତୀ ଜଣକ ତାଙ୍କ ପୁରୁଷ ବନ୍ଧୁଙ୍କ ଏକ ସ୍କୁଟିରେ ସହ ଇସଲାମନଗର ଯାଉଥିଲେ। ବାଟରେ କିଛି ଲୋକ ତାଙ୍କୁ ଅଟକାଇ ହଇରାଣ କହିଥିଲେ। ସେମାନେ ତାଙ୍କୁ ବୁର୍ଖା ବାହାର କରିବାକୁ ବାଧ୍ୟ କରିଥିଲେ। ଉଭୟେ ପ୍ରତିବାଦ କରିଥିଲେ ମଧ୍ୟ ଦୁର୍ବୃତ୍ତମାନେ ଜବରଦସ୍ତ କରି ଯୁବତୀଙ୍କ ବୁର୍ଖା ବାହାର କରିଦେଇଥିଲେ। ହେଲେ ଏନେଇ ଅଭିଯୋଗ ଆଣି ନାହାନ୍ତି ଯୁବତୀ । ତେଣୁ ଅଭିଯୁକ୍ତଙ୍କ ବିରୋଧରେ ଦଫା ଲାଗୁ ହୋଇ ପାରି ନାହିଁ ବୋଲି ପୁଲିସ କହିଛି।
The post ବାନ୍ଧବୀଙ୍କ ମୁହଁରୁ ଜବରଦସ୍ତ ବୁର୍ଖା କାଢିଦେଲେ ଦୁର୍ବୃତ୍ତ appeared first on Odisha Reporter.
from Odisha Reporter https://ift.tt/3j9akFn
No comments:
Post a Comment