ଚାଷୀଙ୍କ ଆନ୍ଦୋଳନ ବେଳେ ହିଂସା, କେନ୍ଦ୍ରମନ୍ତ୍ରୀ ଓ ପୁଅଙ୍କ ନାଁରେ ଏଫଆଇଆର୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 3, 2021

ଚାଷୀଙ୍କ ଆନ୍ଦୋଳନ ବେଳେ ହିଂସା, କେନ୍ଦ୍ରମନ୍ତ୍ରୀ ଓ ପୁଅଙ୍କ ନାଁରେ ଏଫଆଇଆର୍‌

ଲକ୍ଷ୍ନୌ: ଚାଷୀଙ୍କ ଆନ୍ଦୋଳନ ବେଳେ ଘଟିଥିବା ହିଂସାକାଣ୍ଡ ଘଟଣାରେ ପୁଲିସ୍‌ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ମନ୍ତ୍ରୀ ଅଜୟ ମିଶ୍ର ଟେନି ଓ ତାଙ୍କ ପୁଅ ଆଶିଷ ମିଶ୍ରଙ୍କ ନାଁରେ ଏଫଆଇଆର କରିଛି। ଆଶିଷ ଓ ତାଙ୍କ ସହଯୋଗୀମାନଙ୍କ ନାଁରେ ହତ୍ୟା ମାମଲା ମଧ୍ୟ ରୁଜୁ କରାଯାଇଥିବା ଜଣାପଡ଼ିଛି।

ଚାଷୀମାନେ ଆନ୍ଦୋଳନ କରୁଥିବା ବେଳେ ଆଶିଷ ଗାଡ଼ି ମଡ଼ାଇ ଦେଇଥିଲେ। ଏଥିରେ ୪ ଜଣ ଚାଷୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ପୂରା ଦେଶରେ ଅସନ୍ତୋଷର ବହ୍ନି ଜଳିବା ଆରମ୍ଭ ହୋଇଛି। ଏହି ହିଂସାକାଣ୍ଡ ଘଟଣାରେ ୪ ଚାଷୀଙ୍କ ବ୍ୟତୀତ ଆଉ ୪ ଜଣ ସାଧାରଣ ଲୋକଙ୍କ ମଧ୍ୟ ଜୀବନ ଯାଇଛି।

ଚାଷୀ ସଂଗଠନର ଜଣେ ନେତା କହିଛନ୍ତି, ଚାଷୀମାନେ କେନ୍ଦ୍ରମନ୍ତ୍ରୀ ଓ ୟୁପି ଉପ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ କରିବାକୁ ହେଲିପ୍ୟାଡ ନିକଟରେ ଏକାଠି ହୋଇଥିଲେ। ଘେରାଉ ସରିବା ପରେ ଅଧିକାଂଶ ଲୋକ ସେଠାରୁ ଫେରୁଥିଲେ। ଏହି ସମୟରେ ୩ଟି କାର୍‌ ସେଠାରେ ପହଞ୍ଚି ଚାଷୀମାନଙ୍କ ଉପରେ ଏହାକୁ ଚଢ଼ାଇ ଦେଇଥିଲେ।

ଜଣେ ଚାଷୀ ଘଟଣା ସ୍ଥଳରେ ପ୍ରାଣ ହରାଇଥିବା ବେଳେ ଅନ୍ୟମାନଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଆଉ ୩ ଜଣ ଚାଷୀ ପ୍ରାଣ ହରାଇଛନ୍ତି। ଏହା ପଛରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ର ଓ ତାଙ୍କ ପୁଅ ସାମିଲ ଥିବା ଚାଷୀ ନେତା ଜଣଙ୍କ ଅଭିଯୋଗ କରିଛନ୍ତି। ତେବେ ଆଶିଷ ପୂରା ଘଟଣା ବେଳେ ସେଠାରେ ନଥିବା କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ର କହିଛନ୍ତି।

ଅନ୍ୟପକ୍ଷରେ ଘଟଣାକୁ ନେଇ ଉତ୍ତେଜନା ଲାଗି ରହିଛି। ହିଂସା କ୍ଷତିଗ୍ରସ୍ତ ଲଖିମପୁରରେ ୧୪୪ ଧାରା ଲାଗୁ କରାଯାଇଥିବା ବେଳେ ଇଣ୍ଟରନେଟ ସେବାକୁ ବନ୍ଦ କରି ଦିଆଯାଇଛି। ପୁଲିସ୍‌ ଆଜି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ ଏଥିରେ ୮ ଜଣଙ୍କ ମୃତ୍ୟୁ ଘଟିଥିବା କହିଛି।

The post ଚାଷୀଙ୍କ ଆନ୍ଦୋଳନ ବେଳେ ହିଂସା, କେନ୍ଦ୍ରମନ୍ତ୍ରୀ ଓ ପୁଅଙ୍କ ନାଁରେ ଏଫଆଇଆର୍‌ appeared first on Odisha Reporter.



from Odisha Reporter https://ift.tt/3DeO9Fv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages