ଆର୍ଯ୍ୟନଙ୍କ ପାଇଁ ଲଢ଼ିବେ ସତୀଶ ମନସିନ୍ଦେ, ଜାଣନ୍ତୁ, କିପରି ଖେଳିବେ ଚାଲ୍‌… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 3, 2021

ଆର୍ଯ୍ୟନଙ୍କ ପାଇଁ ଲଢ଼ିବେ ସତୀଶ ମନସିନ୍ଦେ, ଜାଣନ୍ତୁ, କିପରି ଖେଳିବେ ଚାଲ୍‌…

ମୁମ୍ବାଇ: ଏନସିବି ହେପାଜତରେ ଗତକାଲି କିଙ୍ଗ ଖାନ୍‌ଙ୍କ ପୁଅ ଆର୍ଯ୍ୟନଙ୍କ ରାତି କଟିଥିବା ବେଳେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆଜି ହେବ ।  ପୁଅକୁ ମୁକୁଳାଇବାକୁ ସୁଟିଂ ଛାଡ଼ି ସ୍ପେନରୁ ଫେରି ଆସିଥିବା ଶାହରୁଖ ଖାନ୍‌  ବରିଷ୍ଠ ଆଇନଜୀବୀ ସତୀଶ ମନସିନ୍ଦେଙ୍କୁ ନିଜ ଓକିଲ ରୂପେ ବାଛିଛନ୍ତି। ଏହି ହାଇପ୍ରୋଫାଇଲ୍‌ କେସ୍‌ ଉପରେ ସମସ୍ତଙ୍କ ନଜର ଥିବା ବେଳେ ଆର୍ଯ୍ୟନଙ୍କୁ ମୁକୁଳାଇବାକୁ ଆଜି କି ଚାଲ୍‌ ଖେଳିବେ ସତୀଶ ତାହା ଉପରେ ସମସ୍ତଙ୍କ ନଜର।

ମନେଶିନ୍ଦ କହିଛନ୍ତି, ‘କର୍ଡେଲିଆ କ୍ରୁଜ୍ ଏମ୍ପ୍ରେସ’ରେ ଆର୍ଯ୍ୟନ ଜଣେ ସ୍ପେଶାଲ ଅତିଥି ଭାବେ ଯୋଗ ଦେଇଥିଲେ। ସେଠାରେ ପହଞ୍ଚିବା ପରେ ଦୁଇଥର ତାଙ୍କର ସ୍କ୍ରିନ କରାଯାଇଥିଲା ଏବଂ ତାଙ୍କ ନିକଟରୁ କୌଣସି ନିଶା ସାମଗ୍ରୀ ମିଳି ନ ଥିଲା  ।  ତାଙ୍କ ପାଖରେ ଟିକେଟ୍ କିମ୍ବା ବୋର୍ଡିଂ ପାସ୍ ନାହିଁ । ଏହାବାଦ କୌଣସି ସିଟ୍ ନମ୍ବର କିମ୍ବା କ୍ୟାବିନ ନାହିଁ। ସେ କେବଳ ଜଣେ ନିମନ୍ତ୍ରୀତ ଅତିଥି ଭାବେ ସେଠାକୁ ନିଜ ସାଙ୍ଗମାନଙ୍କ ସହ ଯାଇଥିଲେ।  ତାଙ୍କ ସାଙ୍ଗମାନଙ୍କ ସାମଗ୍ରୀ ମଧ୍ୟ ସ୍କ୍ରିନ କରାଯାଇଥିଲା ଏବଂ କିଛି ମିଳି ନ ଥିଲା।

ସତୀଶ ଦାବି କରିଛନ୍ତି ଯେ ଆର୍ଯ୍ୟନଙ୍କୁ ଯାଞ୍ଚ ବେଳେ ପୁଲିସ୍‌ ତାଙ୍କ ନିକଟରୁ ଡ୍ରଗ୍ସ ପାଇ ନାହିଁ। କେବଳ ହ୍ୱାଟସ୍‌ ଆପ୍‌ର ଚାଟ୍ ଉପରେ ଆଧାର କରି ତାଙ୍କୁ ପଚରାଉଚରା ପାଇଁ ଅଟକ ରଖାଯାଇଛି। କିନ୍ତୁ ଗିରଫ ଅଭିଯୁକ୍ତମାନେ ଡ୍ରଗ୍ସ ସପ୍ଲାୟରଙ୍କ ସହ ଯୋଗାଯୋଗରେ ଥିଲେ ବୋଲି ଏନସିବି ପକ୍ଷରୁ କୁହାଯାଇଛି। ଏପରିକି ସେମାନଙ୍କ ପ୍ରଥମ ଦିନରେ ଚାଟ୍ ପୁନରୁଦ୍ଧାର ହୋଇଥିବା ଏନସିବି ପକ୍ଷରୁ କୁହାଯାଇଛି।

ଏନେଇ ସରକାରୀ ଓକିଲ ଆଡଭାଇଟ ସେଥନା କହିଛନ୍ତି ଯେ ହ୍ୱାଟସ୍‌ ଆପ୍‌ ଚାଟରୁ ଅଭିଯୁକ୍ତମାନେ ପେଡାଲମାନଙ୍କ ସହ ନିୟମିତ ଯୋଗାଯୋଗରେ ଥିଲେ ବୋଲି ଜଣାଯାଇଛି।  କିଏ ଠିକ୍‌, କିଏ ଭୁଲ୍‌ ମୁଁ ସେ ବିଷୟରେ କିଛି କହୁ ନାହିଁ। କେବଳ ସତ୍ୟର ଅନୁସନ୍ଧାନ ପାଇଁ ଅଭିଯୁକ୍ତଙ୍କୁ ୨ ଦିନ ହେପାଜତରେ ରଖିବାକୁ ଅନୁରୋଧ କରୁଛି।

ବଲିଉଡ ଷ୍ଟାରଙ୍କ ମୋଷ୍ଟ ଫେଭରାଇଟ ଓକିଲ ୫୬ ବର୍ଷୀୟ ସତୀଶ ମନସିନ୍ଦେଙ୍କ ପାଇଁ ଏପରି ହାଇ ପ୍ରୋଫାଇଲ କେସ୍‌ କିଛି ନୂଆ ନୁହେଁ। ଏହା ପୂର୍ବରୁ ମଧ୍ୟ ସତୀଶ ସଞ୍ଜୟ ଦତ୍ତ, ସଲମାନ ଖାନ୍‌ ଓ ରିୟା ଚର୍କବର୍ତ୍ତୀଙ୍କ ପାଇଁ ଓକିଲାତି କରିଛନ୍ତି।

୧୯୯୩ର ବହୁ ଚର୍ଚ୍ଚିତ ମୁମ୍ବାଇ ବ୍ଲାଷ୍ଟ ଘଟଣାରେ ସଞ୍ଜୟ ଦତ୍ତଙ୍କୁ ଗିରଫ କରାଯାଇଥିଲା। ସେତେବେଳେ ସଞ୍ଜୟଙ୍କ ଲିଗାଲ ଟିମ୍‌ରେ ମେମ୍ବର ଥିଲେ ସତୀଶ ମନସିନ୍ଦେ । ସଞ୍ଜୟଙ୍କ ଉପରେ ବହୁ ସଙ୍ଗୀନ ଦଫା ଲାଗିଥିବା ବେଳେ ସେ ତାଙ୍କୁ ବେଲ୍‌ରେ ମୁକୁଳାଇବାକୁ ସକ୍ଷମ ହୋଇଥିଲେ। ଏହାପରେ ସତୀଶ ଦେଶର ଜଣେ ହାଇ ପ୍ରୋଫାଇଲ କ୍ରିମିନାଲ ଓକିଲ ଭାବେ ବେଶ୍‌ ଜଣାଶୁଣା ଚେହେରା ପାଲଟିଗଲେ।

ସେହିପରି ୨୦୦୨ ମସିହାରେ ହିଟ୍‌ ଆଣ୍ଡ ରନ୍‌ କେସ୍‌ରେ ଫସିଥିବା ସଲମାନଙ୍କ ପାଇଁ ଦେବଦୂତ ସାଜିଥିଲେ ସତୀଶ । ସେ ହିଁ ବଲିଉଡର ଦବଙ୍ଗ ଖାନ୍‌ଙ୍କ ପାଇଁ ବେଲ୍‌ ଯୋଗାଡ଼ କରିବାରେ ସକ୍ଷମ ହୋଇଥିଲେ। ସେହିପରି ଡ୍ରଗ୍ସ  କେସ୍‌ରେ ଗତ ବର୍ଷ ନିଜ ଭାଇଙ୍କ ସହ ଏନସିବି ଦ୍ୱାରା ଗିରଫ  ହୋଇଥିବା ବଲିଉଡ ହିରୋଇନ୍‌ ରିଆ ଚକ୍ରବର୍ତ୍ତୀଙ୍କ କେସ୍‌ ମଧ୍ୟ ସତୀଶଙ୍କ ଝୁଲାରେ ପଡ଼ିଥିଲା। ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ସମ୍ପୃକ୍ତି ଅଭିଯୋଗ ଆଣି ସୋଶାଲ ମିଡିଆରେ ରିଆଙ୍କୁ ଖୁବ୍‌ ଟ୍ରୋଲ୍‌ କରାଯାଉଥିବା ସତ୍ତ୍ୱେ ଉଭୟ ଭାଉଭଉଣୀଙ୍କୁ ବେଲ୍‌ରେ ବାହାର କରିବାରେ ସମର୍ଥ ହୋଇଥିଲେ ସତୀଶ।

ତେଣୁ ସତୀଶଙ୍କ ପୁରୁଣା ରେକର୍ଡ ଦେଖି କିଙ୍ଗ ଖାନ୍‌ ମଧ୍ୟ ତାଙ୍କ ଉପରେ ଭରସା କରିଛନ୍ତି। ତେବେ ସତିଶ କିଙ୍ଗ ଖାନ୍‌ଙ୍କ ପୁଅକୁ କେତେ ଶୀଘ୍ର ଏନସିବି କବଳରୁ ବାହାର କରିପାରୁଛନ୍ତି ତାହା ସମୟ କହିବ ।

ବହୁ ଚର୍ଚ୍ଚିତ ପାଲଘର ମାମଲାରେ ପବ୍ଲିକ ପ୍ରସିକ୍ୟୁଟର ଥିବା ସତୀଶ ୧୯୮୩ ମସିହାରେ ଦେଶର ପ୍ରଖ୍ୟାତ  ଆଇନଜୀବୀ  ସ୍ୱର୍ଗତ ରାମ ଜେଟମଲାନୀଙ୍କ ଅଧୀନରେ ନିଜ ଆଇନ କ୍ୟାରିଅର ଆରମ୍ଭ କରିଥିଲେ। ରାମ ଜେଟମଲାନୀଙ୍କ ଅଧୀନରେ ପ୍ରାୟ ୧୦ ବର୍ଷ କାମ କରି ଆଇନ ବିଦ୍ୟାର ପାଠ ପଢ଼ିଥିବା ସତୀଶ ଏବେ ବଲିଉଡ ଷ୍ଟାରଙ୍କ ମୋଷ୍ଟ ଫେଭରାଇଟ ଓକିଲ ଭାବେ ପରିଚିତ ହୋଇପାରିଛନ୍ତି।

ସୂଚନାଯୋଗ୍ୟ, ବଲିଉଡର ବାହଶାହ ଶାହରୁଖଙ୍କ ପୁଅ ଆର୍ଯ୍ୟନଙ୍କୁ ଗତକାଲି ଏନସିବି ଗିରଫ କରିଥିବା ବେଳେ ଆଜି ଆରେଷ୍ଟ ରିପୋର୍ଟ ଭାଇରାଲ ହେବାରେ ଲାଗିଛି। ଏହି କପିରେ ସ୍ପଷ୍ଟ ଭାବେ ଉଲ୍ଲେଖ ଅଛି ଯେ, ୧୩ ଗ୍ରାମ କୋକେନ, ୫ ଗ୍ରାମ ଏମଡି, ୨୧ ଗ୍ରାମ ଚରସ ଓ ଏମଡିଏମ୍‌ଏର ୨୨ଟି ଟାବଲେଟ ରଖିଥିବା ଅଭିଯୋଗରେ ଆର୍ଯ୍ୟନ ଖାନଙ୍କୁ ଗିରଫ କରାଯାଇଛି। ଏହାବାଦ ତାଙ୍କ ନିକଟରୁ ନଗଦ ୧.୩୩ ଲକ୍ଷ ଟଙ୍କା ମଧ୍ୟ ଜବତ ହୋଇଛି। ଆରେଷ୍ଟ କପିରେ ଆର୍ଯ୍ୟନଙ୍କ ବିରୋଧରେ ଲାଗିଥିବା ସଙ୍ଗୀନ ଦଫାକୁ ଉଲ୍ଲେଖ କରାଯାଇଛି।  ଏନଡିପିଏସ୍‌ ଧାରା ୨୭ ଅଧୀନରେ ମାଦକ ପଦାର୍ଥ ସେବନ କରିବା, ୮ସି ଧାରାରେ ମାଦକ ଦ୍ରବ୍ୟ ଉତ୍ପାଦନ କରିବା, ରଖିବା, କିଣିବା ତଥା ବିକିବା  କାର୍ଯ୍ୟରେ ସମ୍ପୃକ୍ତି ଅଭିଯୋଗରେ ଆର୍ଯ୍ୟନଙ୍କୁ ଗିରଫ କରାଯାଇଥିବା ଉଲ୍ଲେଖ ଅଛି ।

ଏହି କପିରେ ଆର୍ଯ୍ୟନ ନିଜ ଗିରଫଦାରୀ ସମ୍ପର୍କରେ ଅବଗତ ଥିବା ସହ କାହିଁକି ତାଙ୍କୁ ଗିରଫ କରାଯାଇଛି ଜାଣିଥିବା ଉଲ୍ଲେଖ କରିଛନ୍ତି। ଏଥିସହ ଏ ସମ୍ପର୍କରେ ସେ ନିଜ ପରିବାରକୁ ଏ ସମ୍ପର୍କରେ ସୂଚନା ଦେଇଥିବା ମଧ୍ୟ ଉଲ୍ଲେଖ କରିଛନ୍ତି।  ଏଥିରେ ଆର୍ଯ୍ୟନଙ୍କ ସମେତ  ତାଙ୍କ ପିତା ଶାହରୁଖ ଖାନଙ୍କ ନାମ ଲେଖାଯିବା ସହ ମନ୍ନତର ଠିକଣା ଉଲ୍ଲେଖ ରହିଛି।

The post ଆର୍ଯ୍ୟନଙ୍କ ପାଇଁ ଲଢ଼ିବେ ସତୀଶ ମନସିନ୍ଦେ, ଜାଣନ୍ତୁ, କିପରି ଖେଳିବେ ଚାଲ୍‌… appeared first on Odisha Reporter.



from Odisha Reporter https://ift.tt/3DbbTtQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages