ଦାଢ଼ିବାଲାକୁ ନେଇ ସମୀରଙ୍କ ଉପରେ ଉଠିଲା ପ୍ରଶ୍ନ, ମାଗିଲେ ସିସିଟିଭି ଫୁଟେଜ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 27, 2021

ଦାଢ଼ିବାଲାକୁ ନେଇ ସମୀରଙ୍କ ଉପରେ ଉଠିଲା ପ୍ରଶ୍ନ, ମାଗିଲେ ସିସିଟିଭି ଫୁଟେଜ୍‌

ମୁମ୍ବାଇ: ମୁମ୍ବାଇ କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ଜାରି ରହିଛି ଥ୍ରୀଲର ଏବଂ ସସ୍‌ପେନ୍ସ। ଏହି ହାଇପ୍ରୋଫାଇଲ୍‌ କେସ୍‌ରେ ଦିନକୁ ଦିନ ନୂଆ ଟ୍ୱିଷ୍ଟ ସାମ୍ନାକୁ ଆସୁଛି। ଏନ୍‌ସିବିର ତଦନ୍ତ ଅଧିକାରୀ ସମୀର ୱାଙ୍ଖଡେଙ୍କ ତଦନ୍ତକୁ ନେଇ ଉଠିଛି ପ୍ରଶ୍ନ। ତାଙ୍କ ବିରୋଧରେ ନାନା ଅଭିଯୋଗ ଆଣିଛନ୍ତି ଏନ୍‌ସିପି ନେତା ନୱାବ ମଲିକ। ଆଜି ପୁଣି ସେ ଆଉ ଏକ ଚକିତ କଲା ଭଳି ଅଭିଯୋଗ ଆଣିଛନ୍ତି।

ଅଭିଯୋଗ ହୋଇଛି ଯେ ଏନସିବି ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେଙ୍କର ଡ୍ରଗ୍ ପ୍ୟାଡଲରଙ୍କ ସହ ସମ୍ପର୍କ। ୱାଙ୍ଖଡେଙ୍କର ଜଣେ ଦାଢ଼ିବାଲା ବନ୍ଧୁ ଏବଂ ତାଙ୍କ ଗାର୍ଲଫ୍ରେଣ୍ଡ ସେହି ରାତିରେ କ୍ରୁଜରେ ଉପସ୍ଥିତ ଥିଲେ, ଯାହାର ଯାଂଚ କରାଯିବା ଉଚିତ ବୋଲି ନୱାବ ମଲିକ କହିଛନ୍ତି।

ଏକ ସାମ୍ବାଦିକ ସମ୍ମଳିନୀ କରି ଆଜି ନୱାବ ଏହି ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି କ୍ରୁଜ ପାର୍ଟିରେ ଚଢ଼ାଉ ଦିନ ଜଣେ ଅନ୍ତରାଷ୍ଟ୍ରୀୟ ଡ୍ରଗ୍ସ ମାଫିଆ ମଧ୍ୟ ଉପସ୍ଥିତ ଥିଲା। ସେ ଦାଢ଼ିବାଲା କିଏ? ବୋଲି ସେ ସମୀରଙ୍କୁ ପ୍ରଶ୍ନ ପଚାରିଛନ୍ତି। ଏନ୍‌ସିବି ତାଙ୍କ ଉପରେ ଧ୍ୟାନ ଦେବା ଉଚିତ। ଉକ୍ତ ଦାଢ଼ି ବାଲା ଏବଂ ସମୀରଙ୍କ ମଧ୍ୟରେ କିଛି ସମ୍ପର୍କ ରହିଛି। କ୍ରୁଜରୁ ସମସ୍ତ ସିସିଟିଭି ଫୁଟେଜ ବାହାର କର, ସବୁକିଛି ଜଣା ପଡିବ। ଦିଲ୍ଲୀରୁ ଆସୁଥିବା ଏଜେନ୍ସି ଏଥିପ୍ରତି ଧ୍ୟାନ ଦେବା ଉଚିତ୍। ଆମ ପାଖରେ ଅନେକ ଭିଡିଓ ଅଛି।

ଡ୍ରଗ୍ସ ମାଫିଆଙ୍କୁ ଛାଡି ଉକ୍ତ ପାର୍ଟିରେ ଅନ୍ୟ ଲୋକଙ୍କୁ ଧରାଯାଇଛି। ଆଇନ ହିଁ ସମୀରଙ୍କୁ ଜେଲକୁ ପଠାଇବ। ନକଲି ଜାତି ପ୍ରମାଣ ପତ୍ର ତିଆରି କରି ସମୀର ଆଇଆରଏସ ହୋଇଗଲେ ଏବଂ ଜଣେ ଦଳିତଙ୍କ ଅଧିକାର ଛଡ଼ାଇ ନେଲେ ବୋଲି ଏନ୍‌ସିପି ନେତା କହିଛନ୍ତି।

ଆର୍ଯ୍ୟନ୍‌ ଖାନ୍‌ ଡ୍ରଗ୍ସ ମାମଲାରେ ଲଗାତାର ନୱାବ ମଲିକଙ୍କୁ ଘେରୁଛନ୍ତି। ଟ୍ୱିଟ୍‌ ଏବଂ ସମ୍ବାଦିକ ସମ୍ମିଳନୀ ଜରିଆରେ ତାଙ୍କୁ ଟାର୍ଗେଟ କରୁଛନ୍ତି। ଏହାକୁ ନେଇ ଗତକାଲି ସମୀର ୱାଙ୍ଖଡେଙ୍କ ପତ୍ନୀ କ୍ରାନ୍ତୀ ରାଡେକର ମଧ୍ୟ ସାମ୍ନାକୁ ଆସି ତାଙ୍କୁ ଜବାବ ଦେଇଥିଲେ। ସେ ଯେଉଁ ଅଭିଯୋଗ ଆଣିଛନ୍ତି ତାହା ମିଥ୍ୟା ବୋଲି ସେ କହିଛନ୍ତି।

The post ଦାଢ଼ିବାଲାକୁ ନେଇ ସମୀରଙ୍କ ଉପରେ ଉଠିଲା ପ୍ରଶ୍ନ, ମାଗିଲେ ସିସିଟିଭି ଫୁଟେଜ୍‌ appeared first on Odisha Reporter.



from Odisha Reporter https://ift.tt/3vNjnB1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages