କେଉଁଠୁ ସୃଷ୍ଟି ହୋଇଛି କରୋନା ଭାଇରସ? ରିପୋର୍ଟ ଦେଲା ଆମେରିକା ଗୁଇନ୍ଦା ସଂସ୍ଥା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 30, 2021

କେଉଁଠୁ ସୃଷ୍ଟି ହୋଇଛି କରୋନା ଭାଇରସ? ରିପୋର୍ଟ ଦେଲା ଆମେରିକା ଗୁଇନ୍ଦା ସଂସ୍ଥା

ୱାଶିଂଟନ: ପୂରା ବିଶ୍ୱ ଦୀର୍ଘ ୨ ବର୍ଷ ହେଲା ମହାମାରୀ କରୋନାର ବିପଦକୁ ସାମ୍ନା କରି ଚାଲିଛି। କିନ୍ତୁ ଆଜି ଯାଏ କୋଟି କୋଟି ଲୋକଙ୍କୁ ପ୍ରଭାବିତ କରିଥିବା ଏହି କରୋନା ଭାଇରସର ଉତ୍ପତ୍ତି ସ୍ଥଳ ସମ୍ପର୍କରେ କାହାକୁ କିଛି ବି ଜଣାନାହିଁ। ଏହା କୌଣସି ଲ୍ୟାବରୁ ଲିକ୍‌ ହୋଇଛି ନା ଏହାକୁ କୌଣସି ଜୈବକ ଅସ୍ତ୍ର ଭାବେ ବ୍ୟବହାର କରାଯାଇଛି? କ’ଣ କୌଣସି ଜୀବଜନ୍ତୁ ଠାରୁ ଏହା ମଣିଷ ଶରୀରକୁ ଆସିଛି ?

ଏପରି ଅନେକ ପ୍ରଶ୍ନ ବିଶ୍ୱବାସୀଙ୍କ ମନରେ ଉଙ୍କି ମାରୁଛି। ଏସବୁ ଭିତରେ ଆମେରିକା ଗୁଇନ୍ଦା ସଂସ୍ଥା କରୋନାର ଉତ୍ପତ୍ତି ସ୍ଥଳ ଉପରେ ତଦନ୍ତ କରୁଥିଲା। ଏବେ ଏହି ସଂସ୍ଥା ତା’ର ରିପୋର୍ଟ ଦେଇଛି। ଏଥିରେ କୁହାଯାଇଛି ଯେ କରୋନାର ଉତ୍ପତ୍ତି ସ୍ଥଳ ସମ୍ପର୍କରେ ସମ୍ଭବତଃ କେବେ ହେଲେ କେହି ଜାଣିପାରିବେ ନାହିଁ। ଏହାର ଅର୍ଥ କରୋନାର ଉତ୍ପତ୍ତି ସ୍ଥଳ ସବୁବେଳେ ସମସ୍ତଙ୍କ ପାଇଁ ଏମିତି ରହସ୍ୟ ହୋଇ ରହିଯିବ।

ଆମେରିକା ଗୁଇନ୍ଦା ସଂସ୍ଥା ଭାଇରସର ଉତ୍ପତ୍ତି ସ୍ଥଳକୁ ନେଇ ବିସ୍ତୃତ ରିପୋର୍ଟ ଜାରି କରିଛି। ଏଥିରେ କରୋନା ଭାଇରସ୍ କୌଣସି ପଶୁ ଜରିଆରେ ମାନବ ଶରୀରରେ ପହଞ୍ଚିଛି ନା ଲ୍ୟାବରୁ ଲିକ୍ ହୋଇଛି ତା’ର ସମୀକ୍ଷା କରାଯାଇଛି। ଆମେରିକାର ନ୍ୟାସନାଲ ଇଣ୍ଟେଲିଜେନ୍ସ ଅଫ୍ ଡାଇରେକ୍ଟର (ODNI)ର କାର୍ଯ୍ୟାଳୟ ପକ୍ଷରୁ ଜାରି ରିପୋର୍ଟରେ କୁହାଯାଇଛି ଯେ SARS-COV-2 ମଣିଷକୁ ସଂକ୍ରମିତ କରିଛି। ଏଥିରେ କୌଣସି ଦ୍ୱିମତ ନାହିଁ। ତେବେ ଭାଇରସ ଆପେଆପେ ସୃଷ୍ଟି ହୋଇଛି କିମ୍ବା କୌଣସି ଲ୍ୟାବରୁ ଲିକ୍ ହୋଇଛି ବୋଲି କୁହାଯାଉଛି। କିନ୍ତୁ ଏହା କେବଳ ଗୋଟିଏ ଅନୁମାନ। ବିଶେଷଜ୍ଞମାନେ ଏହି ଦୁଇ ଅନୁମାନ ମଧ୍ୟରେ କେଉଁଠି ଅଧିକ ସଠିକ୍‌, ସେଥିରେ ଆଦୌ ଏକମତ ହୋଇପାରୁ ନାହାନ୍ତି। ଏହାକୁ ଅନେକ ପ୍ରକାରର ଥିଓରୀ ସାମ୍ନାକୁ ଆସୁଛି। ଉଭୟ କାରଣ ପାଇଁ ମହାମାରୀ କରୋନା ବ୍ୟାପିବାର ଆଶଙ୍କା ରହିଥିବା ତଦନ୍ତରୁ ଜଣାପଡ଼ିଛି।

ସୁବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଗୁଇନ୍ଦା ଏଜେନ୍ସି ତା’ ରିପୋର୍ଟରେ କରୋନା ଭାଇରସକୁ ଜୈବକ ଅସ୍ତ୍ର ଭାବେ ବ୍ୟବହାର କରିବାକୁ ତିଆରି କରାଯାଇଥିବା ଚର୍ଚ୍ଚାକୁ ଖାରଜ କରିଛି। ଯେଉଁମାନେ ଏପରି କଥା କହୁଛନ୍ତି, ସେମାନେ କେବେ ହେଲେ ଚାଇନାର ଉହାନରେ ଥିବା ଉହାନ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିକୁ ଯାଇ ନାହାନ୍ତି। ସେମାନେ କେବଳ ଲୋକଙ୍କୁ ବିଭ୍ରାନ୍ତ କରି ଅପ୍ରଚାର କରିବାରେ ଲାଗିଛନ୍ତି।

ଶୁକ୍ରବାର ପ୍ରକାଶିତ ରିପୋର୍ଟକୁ ୯୦ ଦିନର ବିସ୍ତୃତ ସମୀକ୍ଷା ପରେ ପ୍ରକାଶ କରାଯାଇଛି। ଏହାର ସଂକ୍ଷିପ୍ତ ରିପୋର୍ଟ ରାଷ୍ଟ୍ରପତି ଜୋ ବାଇଡେନ ଚଳିତ ବର୍ଷ ଅଗଷ୍ଟରେ ପ୍ରକାଶ କରିଥିଲେ। ଗୁଇନ୍ଦା ଏଜେନ୍ସିର କିଛି ସଦସ୍ୟ କହିଛନ୍ତି ଯେ ସଂକ୍ରମିତ ପଶୁ କିମ୍ବା ଏ ସଂକ୍ରାନ୍ତ ଭାଇରସରୁ କରୋନା ବ୍ୟାପିଛି। କିନ୍ତୁ ତଦନ୍ତରେ ସାମିଲ ଥିବା ଆଉ କିଛି ସଦସ୍ୟ କହିଛନ୍ତି ଯେ ଲ୍ୟାବ ଦୁର୍ଘଟଣାରୁ ହିଁ ବିଶ୍ୱର ପ୍ରଥମ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଛନ୍ତି।

ଉହାନ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲଜିରେ ଏହି ଭାଇରସକୁ ପରୀକ୍ଷା କରାଯାଉ ଥିଲା କିମ୍ବା କୌଣସି ସଂକ୍ରମିତ ପଶୁ ଲ୍ୟାବ ମଧ୍ୟରେ ରହିଥିଲା। ଏହି ଠାରୁ ହିଁ ଭାଇରସ ମଣିଷ ଶରୀରରକୁ ଆସିଛି। ହେଲେ ଏଥିରେ ଅନ୍ୟ ସଦସ୍ୟମାନେ ଏକମତ ହୋଇପାରି ନାହାନ୍ତି। ନୂଆ ତଥ୍ୟ ନ ମିଳିବା ଯାଏ କରୋନାର ଉତ୍ପତ୍ତି ଜାଣିବା କଷ୍ଟକର ବୋଲି ମଧ୍ୟ ଗୁଇନ୍ଦା ଏଜେନ୍ସି କହିଛି।

ଅନ୍ୟପକ୍ଷରେ ଚାଇନା ଏପରି ରିପୋର୍ଟକୁ ନେଇ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛି। ୱାଶିଂଟନ୍‌ରେ ଥିବା ଚାଇନା ଦୂତାବାସର ମୁଖପାତ୍ର ଲିୟୁ ପେଙ୍ଗୁ ଗୋଟିଏ ବିବୃତିରେ କହିଛନ୍ତି, କୋଭିଡ-୧୯ର ଉତ୍ପତ୍ତି ଜାଣିବା ପାଇଁ ବୈଜ୍ଞାନିକଙ୍କ ଅପେକ୍ଷା ଆମେରିକାର ଗୁଇନ୍ଦା ଏଜେନ୍ସି ଉପରେ ନିର୍ଭର କରିଥିଲେ।

ଏପରି ଗୁଇନ୍ଦା ବିଭାଗକୁ ଲଗାଇବା କେବଳ ରାଜନୀତିକ ପ୍ରହସନ। ଏହା କେବଳ ବିଜ୍ଞାନଙ୍କ ମୂଳ ଅଧ୍ୟୟନକୁ କ୍ଷୁର୍ଣ୍ଣ କରିବ। ସେହିପରି ଭାଇରସର ଅରଜିନକୁ ଖୋଜିବା ପାଇଁ ଚାଲିଥିବା ପ୍ରୟାସରେ ବାଧା ସୃଷ୍ଟି କରିବ ବୋଲି ସେ କହିଛନ୍ତି

The post କେଉଁଠୁ ସୃଷ୍ଟି ହୋଇଛି କରୋନା ଭାଇରସ? ରିପୋର୍ଟ ଦେଲା ଆମେରିକା ଗୁଇନ୍ଦା ସଂସ୍ଥା appeared first on Odisha Reporter.



from Odisha Reporter https://ift.tt/2Zxw1rF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages