ମୁମ୍ବାଇ: ଶାହରୁଖ ଖାନ୍ଙ୍କ ଘର ‘ମନ୍ନତ’ ବାହାରେ ବସିଛନ୍ତି ବାବା। ଦେହରେ ଗେରୁଆ ବସ୍ତ୍ର ହାତରେ ହନୁମନା ଚାଳିଶା ପାଖରେ କମଣ୍ଡଳ ରଖି ଲଗାତାର ପାଠ କରୁଛନ୍ତି ହନୁମାନ ଚାଳିଶା। ଆର୍ଯ୍ୟନ୍ କିଭଳି ସୁରକ୍ଷିତ ଭାବେ ଘରେ ପହଞ୍ଚିବେ ସେଥିପାଇଁ ଚାଲିଛି ପ୍ରାର୍ଥନା।
ଦୀର୍ଘ ୨୮ ଦିନ ପରେ ଜେଲରୁ ମୁକୁଳିଲେ ଶାହାରୁଖଙ୍କ ପୁଅ ଆର୍ଯ୍ୟନ୍ ଖାନ୍। ଏ ଖବର କେବଳ ଶାହରୁଖଙ୍କ ପରିବାର ସଦସ୍ୟ ନୁହେଁ ତାଙ୍କ ଫ୍ୟାନ୍ମାନଙ୍କୁ ଖୁସିକୁ ମଧ୍ୟ ଦ୍ୱିଗୁଣିତ କରିଦେଇଛି। ଶାହରୁଖ ଘର ‘ମନ୍ନତ’ ବାହାରେ ଲାଗିଛି ଫ୍ୟାନ୍ମାନଙ୍କ ଭିଡ। ଆର୍ଯ୍ୟନ୍ଙ୍କୁ ସ୍ୱାଗତ କରିବା ପାଇଁ ଫ୍ୟାନ୍ମାନେ ଭିଡ ଜମାଇଛନ୍ତି। ଏହାରି ଭିତରେ ମନ୍ନତ ବାହାରେ ଶୁଭିଛି ମନ୍ତ୍ର ଉଚ୍ଚାରଣ। ହନୁମାନ ଚାଳିଶା ପାଠ କରିଛନ୍ତି ଜଣେ ସାଧୁ ସନ୍ଥ। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହୋଇଛି।
ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କ ଫେରିବା ପରେ ପ୍ରଶଂସକମାନେ ଖୁସି କହିଲେ ନସରେ। ଜଣେ ବାବା ମଧ୍ୟ ତାଙ୍କ ମଙ୍ଗଳ ପାଇଁ ପ୍ରାର୍ଥନା କରୁଥିବା ଦେଖିବାକୁ ମିଳିଛି। ସେ କିଙ୍ଗ ଖାନଙ୍କ ଘର ବାହାରେ ବସି ହନୁମାନ ଚଲିଶା ପାଠ କରିଛନ୍ତି। ବାବାଙ୍କ ବ୍ୟତୀତ ଅନ୍ୟ ପ୍ରଶଂସକମାନେ ମଧ୍ୟ ଶାହରୁଖଙ୍କ ଘର ବାହାରେ ଏକାଠି ହୋଇଛନ୍ତି। ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ସୁରକ୍ଷା ବ୍ୟବସ୍ଥା ଉପରେ ବିଶେଷ ଧ୍ୟାନ ଦିଆଯାଇଛି। ବିଭିନ୍ନ ଫ୍ୟାନ୍ମାନେ ଆର୍ଯ୍ୟନ୍ଙ୍କ ପୋଷ୍ଟର ଧରି ଘର ଲେଉଟାଣି ବୋଲି କହୁଛନ୍ତି।
ସୂଚନା ମୁତାବକ, ଆର୍ଯ୍ୟନଙ୍କ ସ୍ୱାଗତ ପାଇଁ ‘ମନ୍ନତ’କୁ ନବବଧୂ ଭଳି ସଜେଇ ଦିଆଯାଇଛି। ବିଭିନ୍ନ ରଙ୍ଗ ବେରଙ୍ଗର ଲାଇଟେ ସଜେଇ ହୋଇଛି ମନ୍ନତ। ପୁଅ ଘରକୁ ଫେରିବା ଖୁସିରେ ଶାହରୁଖ ଏବଂ ଗୌରୀ ମଧ୍ୟ ବେଶ୍ ଖୁସି ଅଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ମୁମ୍ବଇ କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ଅକ୍ଟୋବର ୨ ତାରିଖରେ ଆର୍ଯ୍ୟନ୍ଙ୍କୁ ଏନ୍ସିବି ଅଟକ ରଖିଥିଲା। ଏହାପରେ ତାଙ୍କୁ ୮ ତାରିଖରେ ଗିରଫ କରାଯାଇଥିଲା। ଏହି ମାମଲାରେ ବମ୍ବେ ହାଇକୋର୍ଟ ୨୮ ତାରିଖ ଦିନ ଆର୍ଯ୍ୟନ୍ଙ୍କ ଜାମିନ ମଞ୍ଜୁର କରିଥିଲେ। ଆର୍ଯ୍ୟନ୍ଙ୍କ ସମେତ ମୁନ୍ମୁନ୍ ଧମେଚା ଏବଂ ଅରବାଜ ମର୍ଚ୍ଚେଣ୍ଟଙ୍କ ମଧ୍ୟ ଜାମିନ ମଞ୍ଜୁର ହୋଇଛି।
View this post on Instagram
The post ଶାହରୁଖଙ୍କ ‘ମନ୍ନତ’ ବାହାରେ ହନୁମାନ ଚାଳିଶା ପାଠ appeared first on Odisha Reporter.
from Odisha Reporter https://ift.tt/3mqI7fa
No comments:
Post a Comment