ମୃତକଙ୍କ ନାଁରେ ବୀମା କରି ୧.୧୮ କୋଟି ଟଙ୍କା ଠକେଇ; ଏଲ୍‌ଆଇସି ଏଜେଣ୍ଟ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 7, 2021

ମୃତକଙ୍କ ନାଁରେ ବୀମା କରି ୧.୧୮ କୋଟି ଟଙ୍କା ଠକେଇ; ଏଲ୍‌ଆଇସି ଏଜେଣ୍ଟ ଗିରଫ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମୃତ ବ୍ୟକ୍ତିଙ୍କ ନାଁରେ ବୀମା କରି ୧.୧୮ କୋଟି ଟଙ୍କାର ଠକେଇ ଅଭିଯୋଗରେ କ୍ରାଇମ୍‌ବ୍ରାଞ୍ଚ ଇଓଡବ୍ଳ୍ୟୁ ଜଣେ ଏଲ୍‌ଆଇସି ଏଜେଣ୍ଟକୁ ଗିରଫ କରିଛି। ଗିରଫ ବ୍ୟକ୍ତିଙ୍କ ନାଁ କବିରାଜ ବେହେରା। ତାଙ୍କ ଘର ପୁରୀ ଜିଲ୍ଲା କଣସା ଥାନା ଅନ୍ତର୍ଗତ ଝାଡ଼କଟାରେ।

ଏଲ୍‌ଆଇସିର ଖୋର୍ଦ୍ଧା ଶାଖାର ଅଭିଯୋଗକ୍ରମେ କ୍ରାଇମ୍‌ବ୍ରାଞ୍ଚ ଇଓଡବ୍ଲ୍ୟୁ ଘଟଣାର ତଦନ୍ତ କରିଥିଲା। ତଦନ୍ତ ବେଳେ ଜଣାପଡ଼ିଥିଲା ଯେ ୨୦୦୩ରୁ ଏଲ୍‌ଆଇସି ଏଜେଣ୍ଟ ଭାବେ କାର୍ଯ୍ୟ କରୁଥିବା କବିରାଜ ବେହେରା ୨୦୧୩ରୁ ୨୦୧୯ ମଧ୍ୟରେ ବେଆଇନ ଭାବେ ୪ ଜଣ ମୃତ ବ୍ୟକ୍ତିଙ୍କ ନାଁରେ ୨୩ଟି ପଲିସି ଖୋଲିଥିଲେ। ଉକ୍ତ ବ୍ୟକ୍ତିମାନଙ୍କୁ ଜୀବିତ ଦର୍ଶାଇ ସେ ଏହି ସବୁ ପଲିସି ଖୋଲିଥିଲେ। ତିନିରୁ ୫ ବର୍ଷ ପର୍ଯ୍ୟନ୍ତ ସେ ଏହି ପଲିସିଗୁଡ଼ିକ ପାଇଁ ଆବଶ୍ୟକ ପ୍ରିମିୟମ ରାଶି ଜମା କରିଥିଲେ। ପରେ ଏହି ବ୍ୟକ୍ତିମାନଙ୍କର ମୃତ୍ୟୁ ଘଟିଥିବା ନେଇ ଜାଲ୍ ପ୍ରମାଣପତ୍ର ପ୍ରସ୍ତୁତ କରିଥିଲେ। ଆଉ ଏହି ମୃତ୍ୟୁ ପ୍ରମାଣପତ୍ର ଗୁଡ଼ିକୁ ଦେଖାଇ ବୀମା ରାଶି ହଡ଼ପ କରିବା ପାଇଁ ସେ ପ୍ରୟାସ କରିଥିଲେ।

କବିରାଜ ଜାଣିଶୁଣି ଏହି ଜାଲ୍ ବୀମା ପଲିସି ଗୁଡ଼ିକରେ ସମ୍ ଆସ୍ୟୁର୍‌ଡକୁ ୧୦ ଲକ୍ଷ ଟଙ୍କା ଭିତରେ ସୀମିତ ରଖିଥିଲେ। କାରଣ ଏହା ଦ୍ୱାରା ବ୍ରାଞ୍ଚ ମ୍ୟାନେଜର ମୃତକଙ୍କ ପରିବାରକୁ ଅର୍ଥ ରିଲିଜ୍ କରିପାରିବେ। ଏଥିପାଇଁ ତାଙ୍କୁ ଡିଭିଜନାଲ ଅଫିସ୍‌ରୁ ଅନୁମତି ନେବାକୁ ପଡ଼ିବ ନାହିଁ। ୨୩ଟି ବୀମା ପଲିସି ପାଇଁ କବିରାଜ ୧.୮୧ କୋଟି ଟଙ୍କା ପାଇବାକୁ ଆବେଦନ କରିଥିଲେ। ଏପରିକି ଏଲ୍‌ଆଇସି ପକ୍ଷରୁ ୫ଟି ପଲିସି ପାଇଁ ଅର୍ଥ ରିଲିଜ୍ କରି ଦିଆଯାଇଥିଲା।

ତଦନ୍ତ ବେଳେ କ୍ରାଇମ୍‌ବ୍ରାଞ୍ଚ ଇଓଡବ୍ଲ୍ୟୁ ପକ୍ଷରୁ କବିରାଜଙ୍କ ଘରେ ମଧ୍ୟ ଯାଞ୍ଚ କରାଯାଇଥିଲା। ଏହି ସମୟରେ ଅନେକ ସନ୍ଦେହଜନକ କାଗଜପତ୍ର ଜବତ କରାଯାଇଥିଲା। ଏପରିକି ଉପରୋକ୍ତ ଜାଲ୍ ବୀମା ପଲିସି ସହିତ ଜଡ଼ିତ ଭୋଟର ପରିଚୟ ପତ୍ର, ଏଟିଏମ୍‌ କାର୍ଡ, ବ୍ୟାଙ୍କ୍ ପାସ୍ ବୁକ୍, ଚେକ୍ ବୁକ୍‌, ଆଧାରକାର୍ଡ ଓ ଅନ୍ୟାନ୍ୟ କାଗଜପତ୍ର ଜବତ କରାଯାଇଥିଲା। ଘଟଣାର ତଦନ୍ତ ଏବେ ବି ଜାରି ରହିଛି। ଏଥିରେ ଏଲ୍‌ଆଇସିର କୌଣସି ଅଧିକାରୀଙ୍କ ସଂପୃକ୍ତି ରହିଛି କି ନାହିଁ, ସେ ନେଇ ମଧ୍ୟ ତଦନ୍ତ ଚାଲିଛି। ସେହିଭଳି ଗିରଫ କବିରାଜ ଏଭଳି ଆଉ କିଛି ଠକେଇ କରିଛନ୍ତି ନା ନାହିଁ, ତା’ର ମଧ୍ୟ ତଦନ୍ତ ଚାଲିଛି।

The post ମୃତକଙ୍କ ନାଁରେ ବୀମା କରି ୧.୧୮ କୋଟି ଟଙ୍କା ଠକେଇ; ଏଲ୍‌ଆଇସି ଏଜେଣ୍ଟ ଗିରଫ appeared first on Odisha Reporter.



from Odisha Reporter https://ift.tt/3abXG3A

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages