ସ୍କୁଲରେ ପଶି ଆତଙ୍କୀଙ୍କ ଗୁଳିମାଡ଼, ପ୍ରିନ୍ସିପାଲ ଓ ଶିକ୍ଷକ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 7, 2021

ସ୍କୁଲରେ ପଶି ଆତଙ୍କୀଙ୍କ ଗୁଳିମାଡ଼, ପ୍ରିନ୍ସିପାଲ ଓ ଶିକ୍ଷକ ମୃତ

ଶ୍ରୀନଗର: ପୁଣିଥରେ ଜମ୍ମୁ-କଶ୍ମୀରକୁ ଅଶାନ୍ତ କରିଛନ୍ତି ଆତଙ୍କବାଦୀ। ଦୁଇ ଦିନ ତଳେ ଆତଙ୍କୀମାନେ ଗୋଟିଏ ଘଣ୍ଟା ମଧ୍ୟରେ ୩ଥର ଆକ୍ରମଣ କରି ୩ ଜଣଙ୍କୁ ହତ୍ୟା କରିଥିବା ବେଳେ ଆଜି ପୁଣିଥରେ ଆକ୍ରମଣ କରିଛନ୍ତି। ଆଜି ଆତଙ୍କବାଦୀମାନେ ଶ୍ରୀନଗରରେ ଥିବା ଗୋଟିଏ ସ୍କୁଲ ଉପରେ ହମଲା କରିଛନ୍ତି। ଆତଙ୍କୀ ଆଖିବୁଜା ଗୁଳିମାଡ଼ରେ ସ୍କୁଲର ପ୍ରିନ୍ସିପାଲ ଓ ଜଣେ ଶିକ୍ଷକ ପ୍ରାଣ ହରାଇଛନ୍ତି। ଏଥିରେ ଆଉ କିଛି ଲୋକ ଆହତ ହୋଇଥିବା ଖବର ମିଳିଛି।

କିନ୍ତୁ ଆକ୍ରମଣ ବେଳେ ସ୍କୁଲରେ ପିଲାମାନେ ଥିଲେ କି ନାହିଁ ଜଣାପଡ଼ିନି। ସେହିପରି ଆତଙ୍କବାଦୀମାନେ ସେଠାରେ ଏବେ ଅଛନ୍ତି ନା ଫେରାର ହୋଇଯାଇଛନ୍ତି, ସେକଥା ମଧ୍ୟ ସ୍ପଷ୍ଟ ହୋଇନି। କେବଳ ସ୍କୁଲରେ ହୋଇଥିବା ଆତଙ୍କୀ ହମଲାରେ ୨ ଜଣଙ୍କ ମୃତ୍ୟୁ ଖବର ମିଳିଛି।

ଜମ୍ମୁ-କଶ୍ମୀର ପୁଲିସ୍‌ କହିଛି ଯେ ଶ୍ରୀନଗରର ଇଦଗା ସଙ୍ଗମରେ ଥିବା ଗୋଟିଏ ସରକାରୀ ସ୍କୁଲରେ ଆତଙ୍କୀ ହମଲା ହୋଇଛି। ଏଥିରେ ସ୍କୁଲ ପ୍ରିନ୍ସିପାଲଙ୍କ ସମେତ ୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ପ୍ରିନ୍ସିପାଲ ସୁପିନ୍ଦର କୌର(୪୪) ଓ ଶିକ୍ଷକ ଦୀପକ ଚାନ୍ଦ। ଉଭୟ ସଙ୍ଗମରେ ଥିବା ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟରେ ପିଲାମାନଙ୍କୁ ପାଠପଢ଼ାନ୍ତି।

ଗୁଳିମାଡ଼ ପରେ ସେମାନଙ୍କୁ ସୌରାରେ ଥିବା ଏସକେଆଇଏମସ୍‌ ହସ୍ପିଟାଲକୁ ନିଆଯାଇଥିଲା। ତେବେ ସେଠାରେ ଡାକ୍ତରମାନେ ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି। ଘଟଣା ପରେ ସୁରକ୍ଷାକର୍ମୀମାନେ ପୂରା ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିବା ପୁଲିସ୍‌ କହିଛି।


ସୂଚନାଯୋଗ୍ୟ, ମଙ୍ଗଳବାର ସନ୍ଧ୍ୟାରେ ଆତଙ୍କବାଦୀମାନେ କଶ୍ମୀରର ୩ଟି ସ୍ଥାନରେ ହମଲା କରି ୩ ଜଣଙ୍କୁ ହତ୍ୟା କରିଥିଲେ। ଏମାନଙ୍କ ମଧ୍ୟରେ କଶ୍ମୀର ପଣ୍ଡିତ ତଥା ପ୍ରସିଦ୍ଧ ଔଷଧ ବ୍ୟବସାୟୀ ମଖନ ଲାଲ ବିନ୍ଦ୍ରୋ ରହିଥିଲେ। ଶ୍ରୀନଗରର ଇକବାଲ ପାର୍କ ନିକଟରେ ଥିବା ଔଷଧ ଦୋକାନର ମାଲିକ ମଖନ ଲାଲ ବିନ୍ଦ୍ରୋଙ୍କୁ ଆତଙ୍କବାଦୀମାନେ ହଠାତ୍‌ ଗୁଳି କରି ହତ୍ୟା କରିଥିଲେ। ଗୁଳିମାଡ଼ ପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା।

ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ହମଲା ପାଇଁ ଆତଙ୍କୀ ସଂଗଠନ ଦି ରେଜିଷ୍ଟାନ୍ସ ଫ୍ରଣ୍ଟ(ଟିଆରଏଫ) ନିଜକୁ ଦାୟୀ କରିଥିଲା। ଏଥିସହ କଶ୍ମୀର ବିରୋଧୀ ଆଭିମୁଖ୍ୟ ରଖୁଥିବା ଲୋକଙ୍କ ଉପରେ ଆଗକୁ ଏପରି ଆକ୍ରମଣ କରାଯିବ ବୋଲି ସଂଗଠନ ଧମକ ଦେଇଥିଲା। ସତକୁ ସତ ଆଜି ଆତଙ୍କବାଦୀମାନେ ସ୍କୁଲରେ ପଶି ଗୁଳିମାଡ଼ କରିଛନ୍ତି।

ଟିଆରଏଫ ଗୋଟିଏ ବିବୃତି ଜାରି କରି କହିଥିଲା ଯେ ଯେ ନିହତ ମଖନ ଲାଲ ବିନ୍ଦ୍ରୋ ଆରଏସଏସ୍‌ର କଥାରେ ପରିଚାଳିତ ହେଉଥିଲେ। ସେ ଆରଏସ୍‌ଏସ୍‌ର ହାତ ବାରିସି ସାଜିଥିଲେ। ତେଣୁ ତାଙ୍କୁ ଏହାର ପରିଣାମ ଭୋଗିବାକୁ ପଡ଼ିଲା। କଶ୍ମୀରବାସୀ ତାଙ୍କ ମୃତ୍ୟୁରେ କୌଣସି ପ୍ରକାରର ଶୋକ ପ୍ରକାଶ କରନ୍ତୁ ନାହିଁ। ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ବାହାନାରେ ବିନ୍ଦ୍ରୋ କଶ୍ମୀରବାସୀ ଓ ଯୁବକମାନଙ୍କୁ ନେଇ ଗୁପ୍ତ ସେମିନାର ଏବଂ ବୈଠକ କରୁଥିଲେ। ଏଥିରେ କଶ୍ମୀର ବିରୋଧୀ ଚିନ୍ତାଧାରାକୁ ସେମାନଙ୍କ ମୁଣ୍ଡରେ ଭର୍ତ୍ତି କରାଯାଉଥିଲା ବୋଲି ସଂଗଠନ ଅଭିଯୋଗ କରିଛି।

The post ସ୍କୁଲରେ ପଶି ଆତଙ୍କୀଙ୍କ ଗୁଳିମାଡ଼, ପ୍ରିନ୍ସିପାଲ ଓ ଶିକ୍ଷକ ମୃତ appeared first on Odisha Reporter.



from Odisha Reporter https://ift.tt/2YBr5Sm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages