କରୋନା ଟିକାର ବୁଷ୍ଟର ଡୋଜ୍‌ ସପକ୍ଷରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 11, 2021

କରୋନା ଟିକାର ବୁଷ୍ଟର ଡୋଜ୍‌ ସପକ୍ଷରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ଜେନେଭା: ମହାମାରୀ କରୋନା ବିରୋଧରେ ପୁଣିଥରେ ନିଜର ନୀତି ବଦଳାଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। ପୂର୍ବରୁ ସଂଗଠନ ବୁଷ୍ଟର ବା କରୋନା ଟିକାର ତୃତୀୟ ଡୋଜ୍‌ ନେବାକୁ ବାରଣ କରୁଥିଲା। ହେଲେ ଏବେ ହୁ’ ପକ୍ଷରୁ ବୁଷ୍ଟର ଡୋଜ୍‌ ସପକ୍ଷରେ ମତ ଦିଆଯାଇଛି। ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ଓ ବୟସ୍କଙ୍କୁ କରୋନା ଟିକାର ତୃତୀୟ ଡୋଜ୍‌ ଦେବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସୁପାରିସ କରିଛି।

ହୁ’ ପକ୍ଷରୁ କୁହାଯାଇଛି, ରୋଗ ପ୍ରତିରୋଧକ ଶକ୍ତି କମ ଥିବା ବର୍ଗର ଲୋକମାନେ କରୋନାରେ ଆକ୍ରାନ୍ତ ହେବାର ଆଶଙ୍କା ରହିଛି। ଏପରି ସ୍ଥିତିରେ ସେମାନଙ୍କୁ ସୁରକ୍ଷା ଦେବାକୁ ହେଲେ କରୋନା ଟିକାର ତୃତୀୟ ଡୋଜ୍‌ ଦେବାକୁ ପଡ଼ିବ। ସେହିପରି ବୟସ୍କଙ୍କୁ ମଧ୍ୟ ବୁଷ୍ଟର ଡୋଜ୍‌ ଦିଆଯିବା ଉଚିତ। ଯେକୌଣସି ସ୍ୱୀକୃତିପ୍ରାପ୍ତ କରୋନା ଟିକାକୁ ବୁଷ୍ଟର ଡୋଜ୍‌ ଭାବେ ବ୍ୟବହାର କରାଯାଇପାରିବ।

ତେବେ ଏହି ବୁଷ୍ଟର ଡୋଜ୍‌ ସାଧାରଣ ସ୍ୱାସ୍ଥ୍ୟବାନ ଲୋକମାନେ ନେବା ଉଚିତ ନୁହେଁ। ଅତିକମରେ ଚଳିତ ବର୍ଷ ସରିବା ଯାଏ କୌଣସି ସାଧାରଣ ଲୋକ କରୋନା ଟିକାର ତୃତୀୟ ଡୋଜ୍‌ ନିଅନ୍ତୁ ନାହିଁ ବୋଲି ହୁ’ ପକ୍ଷରୁ ପରାମର୍ଶ ଦିଆଯାଇଛି।

ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି, ଚାଇନାର ସିନୋଭାକ୍ ଓ ସିନୋଫାର୍ମ ଟିକାର ଦୁଇଟି ଯାକ ଡୋଜ୍‌ ନେଇ ସାରିଥିବା ୬୦ ବର୍ଷ ବୟସରୁ ଅଧିକ ବୟସ୍କଙ୍କୁ ଏହାର ତୃତୀୟ ଡୋଜ୍‌ ଦିଆଯାଇପାରିବ। ଅନ୍ୟ ବୟସ ବର୍ଗର ଲୋକମାନଙ୍କୁ ବୁଷ୍ଟର ଡୋଜ୍‌ ନେବାକୁ ବର୍ତ୍ତମାନ କୌଣସି ପ୍ରକାରର ସୁରପାରିସ କରାଯାଉ ନାହିଁ ବୋଲି ହୁ’ ସ୍ପଷ୍ଟ କରିଛି।

ହୁ’ କହିଛ, ସମଗ୍ର ବିଶ୍ୱରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଅତିକମରେ ଯେମିତି ହେଲେ ଟିକାର ଗୋଟିଏ ଡୋଜ୍‌ ନେବାର ବ୍ୟବସ୍ଥା କରାଯିବା ଦରକାର। ଏହା ଅତ୍ୟନ୍ତ ଜରୁରୀ। ଏହାପରେ ସମସ୍ତଙ୍କ ପାଇଁ ବୁଷ୍ଟର ଡୋଜ୍‌ର ବ୍ୟବସ୍ଥା ବିଷୟରେ ଚିନ୍ତା କରାଯିବ। ସେପ୍ଟେମ୍ବର ସୁଦ୍ଧା ସବୁ ରାଷ୍ଟ୍ରର ୧୦% ଲେଖାଏ ଲୋକଙ୍କୁ କରୋନା ଟିକାର ଡୋଜ୍‌ ଦେବାକୁ ହୁ’ ଲକ୍ଷ୍ୟ ରଖିଥିଲା। କିନ୍ତୁ ଏହି ଟାର୍ଗେଟ ମାତ୍ର ୫୬% ପୂରଣ ହୋଇଛି। ଗରିବ ରାଷ୍ଟ୍ରଗୁଡ଼ିକରେ ଟିକାକରଣ ଆଶାତୀତ ଭାବେ କମ ରହିଥିଲେ ହେଁ ଧନୀ ରାଷ୍ଟ୍ରରେ ଏହା ୯୦% ରହିଛି।

ଧନୀ ଦେଶମାନଙ୍କରେ ୬୦ରୁ ୭୦% ଲୋକଙ୍କୁ ଅତିକମରେ ଗୋଟିଏ ଲେଖାଏ କରୋନା ଟିକାର ଡୋଜ୍‌ ଦିଆଯାଇ ସାରିଛି। ଭାରତରେ ମଧ୍ୟ କରୋନା ଟିକାକରଣ ୧୦୦ କୋଟି ଛୁଇଁବାକୁ ବସିଲାଣି। କିନ୍ତୁ ଗରିବ ଦେଶମାନଙ୍କରେ ଏଯାଏ ୫% ଲୋକ ମଧ୍ୟ ଟିକା ନେବାକୁ ସକ୍ଷମ ହୋଇନାହାନ୍ତି। ଏପରି ସ୍ଥିତିରେ ବୁଷ୍ଟର ଡୋଜ୍‌ ପାଇଁ ହୁ’ ସୁପାରିସ କରିଛି।

The post କରୋନା ଟିକାର ବୁଷ୍ଟର ଡୋଜ୍‌ ସପକ୍ଷରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ appeared first on Odisha Reporter.



from Odisha Reporter https://ift.tt/3DAvOCC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages