ବିକାଶର ନଗ୍ନ ଚିତ୍ର: ଗାଁକୁ ରାସ୍ତା ନ ଥିବାରୁ ବାପା କାନ୍ଧରେ ଗଲା ଝିଅ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 11, 2021

ବିକାଶର ନଗ୍ନ ଚିତ୍ର: ଗାଁକୁ ରାସ୍ତା ନ ଥିବାରୁ ବାପା କାନ୍ଧରେ ଗଲା ଝିଅ ଜୀବନ

ରେଢାଖୋଲି(ଓଡ଼ିଶା ରିପୋର୍ଟର): ଝିଅର ଜୀବନ ବଞ୍ଚାଇବାକୁ ପ୍ରାଣପଣେ ଉଦ୍ୟମ କଲା ବାପା। ଏପରିକି ଅନ୍ଧାର କିଟିମିଟି ରାତିରେ ଜଙ୍ଗଲିଆ ରାସ୍ତାରେ  କାନ୍ଧରେ ପକାଇ ୨ କିମି ଅତିକ୍ରମ କଲା।  ହେଲେ ମେଡିକାଲରେ ପହଞ୍ଚିଲା ବେଳକୁ ସବୁ ଶେଷ ଯାଇଥିଲା। ବାପା କାନ୍ଧରେ ହିଁ କୁନି ଝିଅ ପିଣ୍ଡରୁ ଜୀବନ ଚାଲିଯାଇଥିଲା। ହୁଏତ ଗାଁକୁ ଭଲ ରାସ୍ତା ଖଣ୍ଡେ ଥିଲେ, ଝିଅ ଏପରି ଅକାଳରେ ଚାଲି ଯାଇ ନ ଥାନ୍ତା ବୋଲି କୋହ ଭରା କଣ୍ଡରେ କହୁଛନ୍ତି ପରିବାର ଲୋକ ।   ଏହି ହୃଦୟ ବିଦାରକ ଘଟଣା ସମ୍ବଲପୁର ଜିଲ୍ଲା ରେଢାଖୋଲ ଥାନା କମଳାନାଳି ଗାଁରେ ଘଟିଥିଛି  । ଝିଅ ହରାଇବା ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ପରିବାର ଲୋକ ।

ସବୁ ଗାଁକୁ ରାସ୍ତା ସଂଯୋଗ ନିମନ୍ତେ ରାଜ୍ୟ ସରକାର ଡେଙ୍ଗୁରା ପିଟୁଥିବା ବେଳେ ଏହା କେତେଦୂର କାର୍ଯ୍ୟକାରୀ ହେଉଛି ତାହା ବାସ୍ତବ ଚିତ୍ରରୁ ସହଜେ ଅନୁମେୟ। କେତେବେଳେ ଆମ୍ବୁଲାନ୍ସ ପହଞ୍ଚି ନ ପାରିବାରୁ ଗର୍ଭବତୀ ଖଟିଆରେ ମାଇଲ ମାଇଲ ବାଟ ବୁହା ହେଉଛି ତ କେତେବେଳେ ମେଡିକାଲରେ  ପହଞ୍ଚିବା ଆଗରୁ ଚାଲି ଯାଉଛି ଜୀବନ । ଗାଁକୁ ଭଲ  ରାସ୍ତା ଖଣ୍ଡେ ନ ଥିବାରୁ ନିଜ ଝିଅକୁ ହାରିଥିବା କହିଛନ୍ତି  କମଳାନାଳି ଗାଁର ଅର୍ଜୁନ ଦେହୁରୀ।

ସୂଚନା ଅନୁଯାୟୀ, କମଳାନାଳି ଗାଁର ଅର୍ଜୁନ ଦେହୁରୀଙ୍କ ୫ ବର୍ଷ ବୟସର ଝିଅ ସାଙ୍ଗମାନଙ୍କ ସହ ଖେଳୁଥିଲା । ଅସାବଧାନତା ଯୋଗୁ ଝିଅଟି କୂଅରେ ପଡିଯାଇଥିଲା। ଖୋଜାଖୋଜି ପରେ ତାକୁ ପରିବାର ଲୋକ କୂଅରୁ ଉଦ୍ଧାର କରିଥିଲେ। ଏହାର ମେଡିକାଲ ନେବା ପାଇଁ ଆମ୍ବୁଲାନ୍ସକୁ ଫୋନ୍‌ କରିଥିଲେ।

ହେଲେ ଗାଁକୁ ଯିବାକୁ ଏକ ନାଳ ଅତିକ୍ରମ କରିବାକୁ ପଡ଼ୁଥିବାରୁ  ଆମ୍ବୁଲାନ୍ସ ସେଠାରେ ଅଟକି ରହିଲା।   ଶେଷରେ ଜୀବନ ବିକଳରେ ଅର୍ଜୁନ  ଝିଅକୁ ୨ କିମି କାନ୍ଧେଇ କାନ୍ଧେଇ ଆମ୍ବୁଲାନ୍ସ ନିକଟକୁ ଆଣିଲେ। ଏହାପରେ ସେଠାରୁ ଶିଶୁଟିକୁ ଆମ୍ବୁଲାନ୍ସରେ ମେଡିକାଲ  ନିଆଯାଇଥିଲା। ମାତ୍ର ମେଡିକାଲରେ ଡାକ୍ତର ଝିଅଟିକୁ ମୃତ ଘୋଷଣା କରିଥିଲେ । ଗାଁକୁ ଭଲ ରାସ୍ତା ଖଣ୍ଡେ ଥିଲେ ଆମ୍ବୁଲାନ୍ସ ଯୋଗେ ଝିଅକୁ ଶୀଘ୍ର ମେଡିକାଲରେ ଭର୍ତ୍ତି କରାଯାଇପାରିଥାନ୍ତା। ଫଳରେ ଝିଅ ବଞ୍ଚି ଯାଇପାରିଥାନ୍ତା ବୋଲି ପରିବାର ଲୋକ କହୁଛନ୍ତି।

ଗାଁକୁ ଭଲ ରାସ୍ତା ନ ଥିବା ବେଳେ ମୁଖ୍ୟ ରାସ୍ତା ସହ ସଂଯୋଗ ନିମନ୍ତେ ନାଳ ଅନ୍ତରାୟ ସୃଷ୍ଟି କରୁଥିବା କହିଛନ୍ତି ଗ୍ରାମବାସୀ। ଏଥିଯୋଗୁ  ଗୁରୁତର ରୋଗୀଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇବା ଅସମ୍ଭବ ହୋଇପଡ଼ୁଥିବା ବେଳେ ଅକାଳରେ ବହୁ ଜୀବନ ବି ଚାଲି ଯାଉଥିବା କହିଛନ୍ତି ଗ୍ରାମବାସୀ। ତେଣୁ ତୁରନ୍ତ ଏହି ସମସ୍ୟା ସମାଧାନ ସହ ଗାଁକୁ ରାସ୍ତା ଖଣ୍ଡେ ସହ ନାଳ ସହ ସଂଯୋଗ କରିବାକୁ ଦାବି କରିଛନ୍ତି ଗ୍ରାମବାସୀ।

The post ବିକାଶର ନଗ୍ନ ଚିତ୍ର: ଗାଁକୁ ରାସ୍ତା ନ ଥିବାରୁ ବାପା କାନ୍ଧରେ ଗଲା ଝିଅ ଜୀବନ appeared first on Odisha Reporter.



from Odisha Reporter https://ift.tt/3mHdbGB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages