ଦୀପାବଳିରେ ବାଣ ଫୁଟାକୁ ମିଳିବ କି ଅନୁମତି? ଆଜି ଆସିପାରେ ରାୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 31, 2021

ଦୀପାବଳିରେ ବାଣ ଫୁଟାକୁ ମିଳିବ କି ଅନୁମତି? ଆଜି ଆସିପାରେ ରାୟ

କଟକ(ଓଡ଼ିଶା ରିପୋର୍ଟର): ଏ ବର୍ଷ ଦୀପାବଳିରେ ବାଣଫୁଟାକୁ ମିଳିବ କି ଅନୁମତି ? ଆଜି ଦିନ ପ୍ରାୟ ୨ଟା ବେଳେ ମାମଲାର ଚୂଡ଼ାନ୍ତ ଶୁଣାଣି ସହ ରାୟ ପ୍ରକାଶ କରିପାରନ୍ତି ହାଇକୋର୍ଟ।

କରୋନା ସଂକ୍ରମଣ ଓ ପ୍ରଦୂଷଣକୁ ରୋକିବା ଲାଗି ପୂର୍ବରୁ ରାଜ୍ୟ ସରକାର ବାଣ ବିକ୍ରି ଓ ଫୁଟା ଉପରେ ନିଷେଧାଦେଶ ଜାରି କରିଥିଲେ।  ତେବେ ସବୁଜ ବାଣ ବିକ୍ରିକୁ ଅନୁମତି ଦେବା ଲାଗି ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲା ବାଣ ବ୍ୟବସାୟୀ ସଂଘ।

ହାଇକୋର୍ଟ ଗତ ଶୁକ୍ରବାର ଆବେଦନର ଶୁଣାଣି କରି ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା କରି ନିଷ୍ପତ୍ତି ଜଣାଇବାକୁ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବାଣଫୁଟାକୁ ନେଇ ଏନ୍‌ଜିଟି ଗାଇଡଲାଇନ୍ସ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାବଳୀ ଏବଂ କୋଭିଡ୍ ପ୍ରୋଟୋକଲ ତଥା ସଂକ୍ରମଣ ସ୍ଥିତିକୁ ନଜରରେ ରଖି ଏସଆରସି ବିଭିନ୍ନ ପକ୍ଷ ସହ ଆଲୋଚନା କରିଛନ୍ତି।

ସୂଚନାଯୋଗ୍ୟ, ଗତକାଲି ରାଜ୍ୟରେ ମହାମାରୀ କରୋନାର ସ୍ଥିତିକୁ ଦେଖି ସରକାର ଜାରି କରିଛନ୍ତି ନଭେମ୍ୱର ମାସ ଗାଇଡ୍‌ଲାଇନ୍‌। ଗାଇଡଲାଇନ ଅନୁସାରେ ସହରାଞ୍ଚଳରେ ରାତ୍ରକଳୀନ କର୍ଫ୍ୟୁ ପୂର୍ବପରି ଜାରି ରହିବ। ରାତି ୧୦ଟାରୁ ସକାଳ ୫ଟା ଯାଏଁ କର୍ଫ୍ୟୁ ବଳବତ୍ତର ରହିବ। ସମସ୍ତ ପ୍ରକାର ଦୋକାନ ସକାଳ ୫ରୁ ରାତି ୧୦ ଖୋଲା ରହିପାରିବ।

ନଭେମ୍ବର ଗାଇଡଲାଇନରେ ରାଜ୍ୟବ୍ୟାପୀ କେଉଁଠି ସପ୍ତାହାନ୍ତ ଶଟ୍‌ଡାଉନ୍‌ କଟକଣା ଜାରି କରାଯାଇନି। ଅନଲକ ପିରିୟଡରେ ସାରା ରାଜ୍ୟରେ ସମସ୍ତ ପ୍ରକାର ଦୋକାନ, ମଲ ଖୋଲା ରହିବ। ସେହିଭଳି ରାଜ୍ୟରେ ସମସ୍ତ ଧାର୍ମିକ ଉତ୍ସବ, ପର୍ବପର୍ବାଣୀ ଓ ଅନ୍ୟ ସାମାଜିକ କାର୍ଯ୍ୟକ୍ରମ ପାଳନ କରାଗଲେ ମଧ୍ୟ ସରକାର ପୂର୍ବରୁ ଜାରି କରିଥିବା ଅଗଷ୍ଟ ୯ ର ଗାଇଡଲାଇନ୍‌ର ଅନୁପାଳନ କରାଯିବ।

 

The post ଦୀପାବଳିରେ ବାଣ ଫୁଟାକୁ ମିଳିବ କି ଅନୁମତି? ଆଜି ଆସିପାରେ ରାୟ appeared first on Odisha Reporter.



from Odisha Reporter https://ift.tt/3w4OzvN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages