କୁକୁର କାମୁଡିବା ଟିକା ବଦଳରେ ଦେଲେ କରୋନା ଟିକା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 1, 2021

କୁକୁର କାମୁଡିବା ଟିକା ବଦଳରେ ଦେଲେ କରୋନା ଟିକା

ରାଞ୍ଚି: ସ୍ୱାସ୍ଥ୍ୟକର୍ମୀଙ୍କ ଅବହେଳା। ସାମ୍ନାକୁ ଆସିଲା ଭୟାନକ ଚିତ୍ର। କୁକୁର କାମୁଡିବା ଟିକା ବଦଳରେ ବ୍ୟକ୍ତିଙ୍କୁ ଦେଇଦେଲେ କରୋନା ଟିକା। ଝାଡଖଣ୍ଡର ପଲାମୁ ଜିଲ୍ଲାରେ ଘଟିଛି ଏଭଳି ଅଭାବନୀୟ ଘଟଣା।

ସୂଚନା ମୁତାବକ, ଶନିବାର ନ୍ୟାଡିହା ଗାଁର ଜଣେ ବ୍ୟକ୍ତିଙ୍କୁ କୁକୁର କାମୁଡି ଥିଲା। ଏହାପରେ ସେ ପାଟନ ପ୍ରଖଣ୍ଡ ମୁଖ୍ୟ ସ୍ୱାସ୍ଥ୍ୟକେନ୍ଦ୍ରଙ୍କୁ କୁକୁର କାମୁଡିବା ଟିକା ନେବାକୁ ଯାଇଥିଲେ। କିନ୍ତୁ ସେଠାକାର ଜଣେ ସ୍ୱାସ୍ଥ୍ୟକର୍ମୀ ଉକ୍ତ ବ୍ୟକ୍ତିଙ୍କୁ ଆଣ୍ଟି ରେବିଜ ଟିକା ଦେବା ବଦଳରେ କରୋନା ଟିକା ଦେଇଥିବା ଅଭିଯୋଗ ହୋଇଛି।

ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ମୁତାବକ, ୫୦ ବର୍ଷୀୟ ରାଜୁ ପୂର୍ବରୁ କରୋନା ଟିକାର ଦୁଇଟି ଡୋଜ ନେଇ ସାରିଛନ୍ତି। ଏବେ ସ୍ୱାସ୍ଥ୍ୟକର୍ମୀଙ୍କ ଅବହେଳା ଯୋଗୁଁ ତାଙ୍କୁ କୁକୁର କାମୁଡା ଟିକା ବଦଳରେ ପୁଣି ଥରେ କରୋନା ଟିକା ଦିଆଯାଇଛି।

ସେପଟେ ଏନେଇ ପାଲାମୁ ଅଞ୍ଚଳର ମୁଖ୍ୟ ଚିକିତ୍ସା ଅଧିକାରୀ (ସିଭିଲ ସର୍ଜନ) ଡକ୍ଟର ଅନିଲ କୁମାର କହିଛନ୍ତି ଯେ, ଏହା ଏକ ସମ୍ପୂର୍ଣ୍ଣ ଅବହେଳା ମାମଲା। ଏହି ମାମଲାର ଉଚିତ ତଦନ୍ତ ହେବ। ତଦନ୍ତ ପାଇଁ ଡକ୍ଟର ସାଂସଦ ସିଂଙ୍କ ନେତୃତ୍ୱରେ ଏକ ତିନି ଜଣିଆ ଟିମ୍ ଗଠନ କରାଯାଇଛି। ଏହି ଦଳ ତଦନ୍ତ ପାଇଁ ପାଟନକୁ ଯିବେ।

ବର୍ତ୍ତମାନ ରୋଗୀର ଅବସ୍ଥା ସ୍ୱାଭାବିକ ରହିଛି। ତଦନ୍ତ ରିପୋର୍ଟ ଆସିବା ପରେ ଉକ୍ତ ସ୍ୱାସ୍ଥ୍ୟକର୍ମୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡକ୍ଟର ଅନିଲ କୁମାର କହିଛନ୍ତି।

The post କୁକୁର କାମୁଡିବା ଟିକା ବଦଳରେ ଦେଲେ କରୋନା ଟିକା appeared first on Odisha Reporter.



from Odisha Reporter https://ift.tt/3jTqsLF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages