ବିବାଦ ପରେ ବିଲ୍‌କୁ ନେଇ ସରକାରଙ୍କ ୟୁ-ଟର୍ଣ୍ଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 11, 2021

ବିବାଦ ପରେ ବିଲ୍‌କୁ ନେଇ ସରକାରଙ୍କ ୟୁ-ଟର୍ଣ୍ଣ

ଜୟପୁର: ନିକଟରେ ରାଜସ୍ଥାନ ସରକାର ପାରିତ କରିଥିବା ବିବାଦୀୟ ବିବାହ ପଞ୍ଜୀକରଣ ସଂଶୋଧନ ବିଲ୍‌ ୨୦୨୧କୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ବିଲ୍‌ ବିଧାନସଭାରେ ପାରିତ ହେବା ପରେ ଅନୁମୋଦନ ପାଇଁ ରାଜ୍ୟପାଳଙ୍କ ପାଖକୁ ଯାଇଛି। ହେଲେ ଏହାକୁ ନେଇ ସାରା ରାଜ୍ୟରେ ବିବାଦ ଦେଖାଯାଇଥିବାରୁ ଅନ୍ତର୍ଜାତୀୟ ଶିଶୁକନ୍ୟା ଦିବସରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏହାକୁ ପ୍ରତ୍ୟାହାର କରି ନିଆଯିବ ବୋଲି ଘୋଷଣା କରିଛନ୍ତି।

ବିଲ୍‌ରେ ସମସ୍ତ ପ୍ରକାରର ବାହାରଘର ପଞ୍ଜୀକରଣ ବାଧ୍ୟତାମୂଳକ କରିବାକୁ ବ୍ୟବସ୍ଥା ହୋଇଥିଲା। ଏପରି କି ବାଲ୍ୟ ବିବାହ ହୋଇଥିଲେ ଦମ୍ପତିଙ୍କ ବାପା ମା’ କିମ୍ବା ଅଭିଭାବକ ୩୦ ଦିନ ମଧ୍ୟରେ ଏହାର ପଞ୍ଜୀକରଣ କରିବେ ବୋଲି କୁହାଯାଇଥିଲା। ତେବେ ଏହି ବିଲ୍‌ ଦ୍ୱାରା ବାଲ୍ୟ ବିବାହକୁ ସରକାର ପ୍ରୋତ୍ସାହିତ କରୁଛନ୍ତି ବୋଲି ଅଭିଯୋଗ ହୋଇଥିଲା।

ବିଲ୍‌କୁ କୋର୍ଟରେ ମଧ୍ୟ ଚ୍ୟାଲେଞ୍ଜ କରାଯାଇଛି। ଏସବୁ ଭିତରେ ମୁଖ୍ୟମନ୍ତ୍ରୀ ଗେହଲଟ କହିଛନ୍ତି, ସାରା ଦେଶରେ ଆମେ ପାରିତ କରିଥିବା ବିଲ୍ ବାଲ୍ୟ ବିବାହକୁ ସମର୍ଥନ କରୁଛି ବୋଲି ଗୋଟିଏ ବିତର୍କ ଚାଲିଛି। ତେବେ ଏହି ବିଲ୍‌ ଆମର ସମ୍ମାନକୁ ଆଦୌ କ୍ଷତି ପହଞ୍ଚାଇବ ବୋଲି ଆମେ ବିଚାର କରୁନୁ। ଏହାକୁ ପ୍ରତ୍ୟାହାର କରିବାରେ ଆମର କୌଣସି ଅସୁବିଧା ନାହିଁ। ତେଣୁ ଆମେ ବିଲକୁ  ଫେରସ୍ତ କରିବାକୁ ରାଜ୍ୟପାଳଙ୍କୁ ଅନୁରୋଧ କରିବୁ।

ବିଲ୍‌ ଉପରେ ଆଇନଗତ ବିଚାର ବିମର୍ଶ କରାଯିବ। ଏହାପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ। ଯଦି ଦରକାର ପଡ଼ିବ, ଏହାକୁ ଲାଗୁ କରାଯିବ ନଚେତ ସଂପୂର୍ଣ୍ଣ ଭାବେ ପ୍ରତ୍ୟାହାର କରି ନିଆଯିବ। ରାଜସ୍ଥାନରେ ବାଲ୍ୟ ବିବାହ ଯେମିତି ନ ହେବ, ସେଥିପାଇଁ ତାଙ୍କ ସରକାର ସବୁ ପ୍ରକାରର ପଦକ୍ଷେପ ନେଇଥିବା ମଧ୍ୟ ଗେହଲଟ କରିଛନ୍ତି।

ସୂଚନାଯୋଗ୍ୟ, ସେପ୍ଟେମ୍ବର ୧୭ରେ ବିରୋଧ ମଧ୍ୟରେ ରାଜସ୍ଥାନ ବିଧାନସଭାରେ ଏହି ବିଲ୍ ପାରିତ ହୋଇଥିଲା। ବିଲକୁ ବିରୋଧ କରି ବିଜେପି ବିଧାୟକମାନେ କକ୍ଷତ୍ୟାଗ କରିଥିଲେ। ଏପରି କି ସେମାନେ ବିଧାନସଭା ଆଗରେ ବିକ୍ଷୋଭ ମଧ୍ୟ କରିଥିଲେ।

ବିଲ୍ ପାରିତ ହେବା ପରେ ବିଭିନ୍ନ ସଂଗଠନ ଏହାକୁ ବିରୋଧ କରିବା ଆରମ୍ଭ କରିଥିଲେ। ଏବେ ବିବାଦକୁ ଦୃଷ୍ଟିରେ ରଖି ରାଜସ୍ଥାନ ସରକାର ବିଲକୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି।

The post ବିବାଦ ପରେ ବିଲ୍‌କୁ ନେଇ ସରକାରଙ୍କ ୟୁ-ଟର୍ଣ୍ଣ appeared first on Odisha Reporter.



from Odisha Reporter https://ift.tt/3FxkLMB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages