ଟିଏମ୍‌ସିରେ ମିଶିଲେ ଅଭିନେତ୍ରୀ ନଫୀସା ଅଲୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 29, 2021

ଟିଏମ୍‌ସିରେ ମିଶିଲେ ଅଭିନେତ୍ରୀ ନଫୀସା ଅଲୀ

ପାଣାଜୀ: ତୃଣମୂଳ କଂଗ୍ରେସ (ଟିଏମ୍‌ସି)ରେ ମିଶିଲେ ଅଭିନେତ୍ରୀ ନଫୀସା ଅଲୀ। ଗୋଆରେ ଟିଏମ୍‌ସି ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପସ୍ଥିତିରେ ସେ ଏହି ଦଳରେ ମିଶିଛନ୍ତି। ଟିଏମ୍‌ସି ଏବେ ୨୦୨୨ରେ ହେବାକୁ ଥିବା ଗୋଆ ବିଧାନସଭା ନିର୍ବାଚନ ଉପରେ ଆଖି ରଖିଛି।

ମମତା ବାନାର୍ଜୀ ଗୁରୁବାର ସନ୍ଧ୍ୟାରେ ଗୋଆରେ ପହଞ୍ଚିଥିଲେ। ସେ ପ୍ରଥମ ଥର ପାଇଁ ଗୋଆ ଆସିଛନ୍ତି। ବିଜେପି ଶାସିତ ଏହି ରାଜ୍ୟର ରାଜନୀତିକ ସ୍ଥିତି ପରଖିବା ପାଇଁ ସେ ଏଠାକୁ ଆସିଥିବା ଜଣାପଡ଼ିଛି।

ଆଜି ସନ୍ଧ୍ୟାରେ ସେ ଗୋଆରେ ବସବାସ କରୁଥିବା ବିଭିନ୍ନ ସଂପ୍ରଦାୟର ଲୋକଙ୍କୁ ଭେଟିବେ ବୋଲି ଜଣେ ବରିଷ୍ଠ ଟିଏମ୍‌ସି ନେତା କହିଛନ୍ତି। ଶନିବାର (ଆସନ୍ତାକାଲି) ସେ ଏକ ସାମ୍ବାଦିକ ସମ୍ମିଳନୀ କରିବେ। ଏହା ସହିତ ରାଜଧାନୀ ପାଣାଜୀ ଠାରୁ ୯ କିଲୋମିଟର ଦୂର ମାପୁସା ବଜାରରେ ସେ ପନିପରିବା ଓ ଫୁଲ ଦୋକାନୀମାନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।

ତିନି ଦିନିଆ ଗସ୍ତରେ ଗୋଆ ଆସିଥିବା ମମତା ଦାବୋଲିମ୍ ବିମାନବନ୍ଦରରେ ସନ୍ଧ୍ୟା ପ୍ରାୟ ସାଢ଼େ ୫ଟାରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ ତୃଣମୂଳ କଂଗ୍ରେସ ସାଂସଦ ଡେରେକ ଓ’ବ୍ରାଇନ୍‌ ଓ ସ୍ଥାନୀୟ ନେତା ମାନେ ସ୍ୱାଗତ କରିଥିଲେ।

ପଶ୍ଚିମବଙ୍ଗରେ ପୁଣି ଥରେ ବଡ଼ ବିଜୟ ହାସଲ କରିବା ପରେ ଟିଏମ୍‌ସି ଏବେ ଜାତୀୟ ସ୍ତରରେ ନିଜର ଆଧିପତ୍ୟ ବିସ୍ତାର କରିବା ପାଇଁ ଚାହୁଁଛି। ସେଥିପାଇଁ ଦଳ ଏବେ ଗୋଆ ଓ ତ୍ରିପୁରା ଉପରେ ନଜର ରଖିଛି।

 

The post ଟିଏମ୍‌ସିରେ ମିଶିଲେ ଅଭିନେତ୍ରୀ ନଫୀସା ଅଲୀ appeared first on Odisha Reporter.



from Odisha Reporter https://ift.tt/3blnbQn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages