ନବୀନ ନିବାସ ମୁହାଁ ହଜାର ହଜାର ଡ୍ରାଇଭର, କହିଲେ-ଆମେ ବି କରୋନା ଯୋଦ୍ଧା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 29, 2021

ନବୀନ ନିବାସ ମୁହାଁ ହଜାର ହଜାର ଡ୍ରାଇଭର, କହିଲେ-ଆମେ ବି କରୋନା ଯୋଦ୍ଧା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘ ୨ ମାସ ହେବ ୧୦ ଦଫା ଦାବି ପୂରଣ ପାଇଁ ଦାବିପତ୍ର ଦିଆଯାଇଥିବା ବେଳେ ଏହାକୁ କର୍ଣ୍ଣପାତ କରୁ ନାହାନ୍ତି ସରକାର।  କରୋନା ସମୟରେ ନିଜ ଜୀବନକୁ ବାଜି ଲଗାଇ ଡ୍ରାଇଭରମାନେ ଗୋଟିଏ ଜାଗାରୁ ଅନ୍ୟତ୍ର ଯାଉଥିବା ବେଳେ ସେମାନଙ୍କୁ କିନ୍ତୁ ମିଳୁନି କରୋନା ଯୋଦ୍ଧା ମାନ୍ୟତା। ତେଣୁ ନିଜ ନାର୍ଯ୍ୟ ଦାବି ପୂରଣ ଲାଗି ଷ୍ଟିଅରିଂ ଛାଡ଼ି ଆଜି ସକାଳୁ ସକାଳୁ ନବୀନ ନିବାସ ମୁହାଁ ହୋଇଛନ୍ତି ହଜାର ହଜାର ସଂଖ୍ୟାରେ ଡ୍ରାଇଭର।

ରାଜଧାନୀ ରାଜରାସ୍ତାରେ ଓଡିଶା ଡ୍ରାଇଭର ମହାସଂଘର ବିଶାଳ ଶୋଭାଯାତ୍ରା ହେତୁ ଏକ ପ୍ରକାର ବିପର୍ଯ୍ୟସ୍ତ ହୋଇପଡ଼ିଛି ଟ୍ରାଫିକ ବ୍ୟବସ୍ଥା।  ରସୁଲଗଡ଼, ବାଣୀବିହାର ହୋଇ  ହଜାର ହଜାର ଡ୍ରାଇଭର ହାତରେ ପ୍ଲାକାର୍ଡ ଧରି ବିଭିନ୍ନ ନାରା ଦେଇ ନବୀନ ନିବାସ ଅଭିମୁଖେ ଯାଉଛନ୍ତି । ଏଥିଯୋଗୁ ନିଜ ଲକ୍ଷ୍ୟ ସ୍ଥଳ ଅଭିମୁଖେ ଯାଉଥିବା ସାଧାରଣ ଲୋକ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ସୂଚନାଯୋଗ୍ୟ, ୧୦ ଦଫା ଦାବି ପୂରଣ ନିମନ୍ତେ ଗତ ସେପ୍ଟେମ୍ବର ୧ ତାରିଖରେ ଡ୍ରାଇଭର ଦିବସ ଅବସରରେ ଓଡ଼ିଶାର ୩୦ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଦାବିପତ୍ର ଦିଆଯାଇଥିଲା। ମାତ୍ର ଡ୍ରାଇଭରଙ୍କ ଦାବି ପୂରଣ ନେଇ ସରକାର କୌଣସି ପଦକ୍ଷେପ ଗ୍ରହଣ ନ କରିବାରୁ ରାସ୍ତାକୁ ଓହ୍ଲାଇଛନ୍ତି ମହାସଂଘ।

ଆନ୍ଦୋଳନରତ ଡ୍ରାଇଭର ମହାସଂଘ କର୍ମକର୍ତ୍ତା।

ଏପରିକି ଗତ ୨୧ ତାରିଖରୁ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଡ୍ରାଇଭରମାନେ ଚାଲି ଚାଲି ଭୁବନେଶ୍ୱରମୁହାଁ ହୋଇଥିଲେ। ଏହାପରେ ଆଜି ରାଜଧାନୀରେ ହଜାର ହଜାର ସଂଖ୍ୟାରେ ଡ୍ରାଇଭର ପହଞ୍ଚିବା ପରେ ନବୀନ ନିବାସ ମୁହାଁ ହୋଇଛନ୍ତି।

ଆନ୍ଦୋଳନରତ ଡ୍ରାଇଭରଙ୍କ ଦାବି ମୁତାବକ, କରୋନା କାଳରେ ଡ୍ରାଇଭରମାନେ ଅହରହ କାମ କରିଥିଲେ । ହେଲେ ତାଙ୍କ ପାଇଁ କୌଣସି ବ୍ୟବସ୍ଥା କରାଯାଇନଥିଲା । ତାଙ୍କୁ କରୋନା ଯୋଦ୍ଧା ଭାବେ ଘୋଷଣା କରାଯାଇ ନ ଥିବା ବେଳେ ଏ ଯାଏ ବହୁ ଡ୍ରାଇଭର କରୋନା ଟିକା ବି ପାଇପାରି ନାହାନ୍ତି।

ଏହାବାଦ ରାଜ୍ୟରେ ବିଭିନ୍ନ ସମୟରେ ଦୁର୍ଘଟଣାର ସମ୍ମୁଖୀନ ହେଉଥିବା ଡ୍ରାଇଭରମାନଙ୍କ ସୁରକ୍ଷା ପ୍ରତି ସରକାର ଧ୍ୟାନ ଦେଉନଥିବା ଅଭିଯୋଗ ହେଉଛି  । ଦୁର୍ଘଟଣାରେ ଡ୍ରାଇଭରଙ୍କ ମୃତ୍ୟୁ ହେଲେ ତାଙ୍କ ପରିବାର ପାଇଁ ୨୦ ଲକ୍ଷ ଟଙ୍କାର ଇନସୁରାନ୍ସ ତଥା   ୧୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ,  ପ୍ରତି ୧୦୦ କିମି ଦୂରତାରେ ବସ୍ ପାର୍କିଂ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉ । ଏହାବାଦ ୫୫ ବର୍ଷ ପରେ ଲାଇସେନ୍ସ ରଦ୍ଦ କରାଯାଉ ଥିବାରୁ ପେନସନ୍ ବ୍ୟବସ୍ଥା,  ଡ୍ରାଇଭରଙ୍କୁ ସୁରକ୍ଷା ଦେବା ପାଇଁ ଦାବି ହୋଇଛି।

ବିକ୍ଷୋଭରତ ଡ୍ରାଇଭର ସଂଘ କର୍ମକର୍ତ୍ତା ।

ସେହିପରି ଡ୍ରାଇଭରଙ୍କ ପ୍ରତିଦିନ କାମ କରିବାର  ସମୟ ସୀମା ୮ ଘଣ୍ଟା ରଖିବା ସହ  ଛୋଟ ଗାଡ଼ି ଡ୍ରାଇଭରଙ୍କ ଦରମା ଅତି କମ୍‌ରେ ୧୫ ହଜାର ଟଙ୍କା ଓ ଲାଇନ୍‌ ଗାଡ଼ି ଡ୍ରାଇଭରଙ୍କ ଦରମା ୨୦ ହଜାର ଉପରେ ରଖିବାକୁ ଦାବି ହୋଇଛି।

ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ଡ୍ରାଇଭର ମହାସଂଘ କର୍ମକର୍ତ୍ତା।  ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁ ବହୁ ସଂଖ୍ୟାରେ ପୁଲିସ୍‌ ମୁତୟନ ହୋଇଥିବା ସତ୍ତ୍ୱେ ରାଜଧାନୀରେ ଏକ ପ୍ରକାର ଠପ୍‌ ହୋଇପଡ଼ିଛଇ ଟ୍ରାଫିକ ବ୍ୟବସ୍ଥା।

The post ନବୀନ ନିବାସ ମୁହାଁ ହଜାର ହଜାର ଡ୍ରାଇଭର, କହିଲେ-ଆମେ ବି କରୋନା ଯୋଦ୍ଧା appeared first on Odisha Reporter.



from Odisha Reporter https://ift.tt/2Zr47gZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages