ପୁଣି ଅଡୁଆରେ ଶିଳ୍ପା ଓ ରାଜ, FIR ରୁଜୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 16, 2021

ପୁଣି ଅଡୁଆରେ ଶିଳ୍ପା ଓ ରାଜ, FIR ରୁଜୁ

ମୁମ୍ବାଇ: ପିଛା ଛାଡୁନି ବିବାଦ।  ପୁଣି ଅଡୁଆରେ ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଓ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରା। ଗତ କିଛି ଦିନ ତଳେ ଅଶ୍ଳୀଳ ଫିଲ୍ମ ତିଆରି ମାମଲାରେ ଗିରଫ ହୋଇ ଜାମିନ୍‌ ପାଇ ଜେଲରୁ ମୁକୁଳିଥିବା ରାଜଙ୍କ ବିରୋଧରେ ପୁଣି ଥରେ ରୁଜୁ ହୋଇଛି ଏଫ୍ଆଇଆର୍‌। ଅଭିନେତ୍ରୀ ଶର୍ଲିନ୍‌ ଚୋପ୍ରା ଏହି ସ୍ୱାମୀ-ସ୍ତ୍ରୀଙ୍କ ବିରୋଧରେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ।

ଶର୍ଲିନ୍ ରାଜ ଏବଂ ଶିଳ୍ପାଙ୍କ ବିରୋଧରେ ଠକେଇ, ପ୍ରତାରଣା ଏବଂ ମାନସିକ ନିର୍ଯାତନା ଅଭିଯୋଗ କରିଛନ୍ତି। ଏନେଇ ସେ ଆଜି ନିଜ ଓକିଲଙ୍କ ସହ ଯାଇ ମୁମ୍ବାଇ ଜୁହୁ ପୁଲିସ ଷ୍ଟେସନରେ ଶିଳ୍ପା ଏବଂ ରାଜଙ୍କ ବିରୋଧରେ ଏଫ୍‌ଆଇଆର୍‌ ରୁଜୁ କରିଛନ୍ତି।

ଶର୍ଲିନ୍ ଚୋପ୍ରା ଅକ୍ଟୋବର ୧୪ରେ ରାଜ ଏବଂ ଶିଳ୍ପାଙ୍କ ବିରୋଧରେ ଏଫ୍ଆଇଆର୍ ଦାଖଲ କରିଥିଲେ। ଏ ବିଷୟରେ ଶର୍ଲିନ ଆଜି ଗଣମାଧ୍ୟମ ସାମ୍ନାରେ ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ, ‘ମୁଁ ରାଜ କୁନ୍ଦ୍ରାଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ, ପ୍ରତାରଣା ଏବଂ ଧମକ ଦେବା ଅଭିଯୋଗ ଆଣିଛି।’

ସାମ୍ବାଦିକ ସମ୍ମିଳନୀରେ ଶର୍ଲିନ୍ କହିଛନ୍ତି, ତୁମେ କାହିଁକି ଝିଅମାନଙ୍କୁ ଠକୁଛ? ଏହା ନୈତିକ ବ୍ୟବସାୟ କି? ଯଦି ଆପଣ ଜଣେ ବ୍ୟବସାୟୀ ହେବାକୁ ଚାହାଁନ୍ତି ତେବେ ଟାଟା ଠାରୁ କିପରି ବ୍ୟବସାୟ କରିବେ ଶିଖନ୍ତୁ। ସେମାନେ କରିଥିବା ପ୍ରତିଜ୍ଞା ପାଳନ କରନ୍ତି। ତୁମେ କ’ଣ କର?

ସେ ମୋତେ ଅଣ୍ଡରୱାର୍ଲ୍ଡର ଧମକ ଦେଇଛନ୍ତି। ସେ କଳାକାରଙ୍କ ଘରକୁ ଯାଇ ତାଙ୍କୁ ଅଣ୍ଡରୱାର୍ଲ୍ଡର ଧମକ ଦେଇଥାଏ। ଯୌନ ଶୋଷଣର ମାମଲା ଫେରାଇ ନିଅ, ନଚେତ୍ ତୁମ ଜୀବନ ନଷ୍ଟ କରିଦେବି ବୋଲି ରାଜ ଧମକ ଦେଉଥିବା ଶର୍ଲିନ କହିଛନ୍ତି।

ଶର୍ଲିନ୍ ଆହୁରି କହିଛନ୍ତି- ‘ମୁଁ ଆଜି ଭୟ କରିବି ନାହିଁ। ମୁଁ ଦୁର୍ଗା ମା’ଙ୍କ ଆଶୀର୍ବାଦ ନେଇ ଆସିଛି। ନା ତୁମକୁ ଡରିବି ନା ତୁମ ପାୱରକୁ। ତୁମେ କହିଥିଲ ଯେ ତୁମ ମୁଣ୍ଡ ଉପରେ ବିଗ୍ ବସ୍ ର ହାତ ଅଛି। ଯେ ପର୍ଯ୍ୟନ୍ତ ଏହି ହାତ ସେଠାରେ ଅଛି, ତୁମର କେହି କିଛି କରିପାରିବେ ନାହିଁ। ଏବେ ମୁଁ ଡରି ଡରି ଆଉ ବଞ୍ଚି ପାରିବି ନାହିଁ।’

ପୂର୍ବରୁ ମଧ୍ୟ ଶର୍ଲିନ୍‌ ରାଜ କୁନ୍ଦ୍ରାଙ୍କ ବିରୋଧରେ ବହୁ ଅଭିଯୋଗ ଆଣିଛନ୍ତି। ଗତ ଏପ୍ରିଲ ୧୪ରେ ସେ ଜୁହୁ ପୁଲିସ ଷ୍ଟେସନରେ ରାଜ କୁନ୍ଦ୍ରାଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ନେଇ ମାମଲା ରୁଜୁ କରିଥିଲେ। ୧୯ ଏପ୍ରିଲ ଦିନ ରାଜ ତାଙ୍କ ଘରକୁ ଜୋର ଜବରଦସ୍ତ ପଶି ଆସିଥିଲେ। ଏଥିସହ କେସ୍‌ ଫେରାଇ ନେବାକୁ ଧମକ ଦେଇଥିଲେ ବୋଲି ସେ କହିଛନ୍ତି।

ସୂଚନା ମୁତାବକ, ଅଶ୍ଳୀଳ ଭିଡିଓ ତିଆରି ଅଭିଯୋଗରେ ରାଜ କୁନ୍ଦ୍ରା ଦୀର୍ଘ ୨ ମାସ ଧରି ଜେଲରେ ରହିଥିଲେ। ପରେ ସେ ଜାମିନ ପାଇ ଜେଲ୍‌ରୁ ମୁକୁଳିଛନ୍ତି। ସେ ନିଜ ସୋଶାଲ ମିଡିଆ ଆକାଉଣ୍ଟକୁ ମଧ୍ୟ ପ୍ରାଇଭେଟ୍‌ କରି ନେଇଛନ୍ତି। ଏଥିସହ ସେ ଗଣମାଧ୍ୟମ ଠାରୁ ମଧ୍ୟ ଦୂରେଇ ରହିଛନ୍ତି।

The post ପୁଣି ଅଡୁଆରେ ଶିଳ୍ପା ଓ ରାଜ, FIR ରୁଜୁ appeared first on Odisha Reporter.



from Odisha Reporter https://ift.tt/3AGQLdu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages