PPP ମୋଡ଼ରେ ହେବ ଭୁବନେଶ୍ୱର ରେଳଷ୍ଟେସନର ବିକାଶ, ବ୍ଲୁ ପ୍ରିଣ୍ଟ ଫାଇନାଲ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 3, 2021

PPP ମୋଡ଼ରେ ହେବ ଭୁବନେଶ୍ୱର ରେଳଷ୍ଟେସନର ବିକାଶ, ବ୍ଲୁ ପ୍ରିଣ୍ଟ ଫାଇନାଲ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶ୍ୱସ୍ତରୀୟ ଷ୍ଟେସନରେ ପରିଣତ ହେବ ଭୁବନେଶ୍ୱର ରେଳଷ୍ଟେସନ । ଏଥିନିମନ୍ତେ PPP ମୋଡ଼ରେ  ଷ୍ଟେସନ ଡେଭଲପମେଣ୍ଟ ପ୍ଲାନ କରାଯାଇ ବିକାଶ କରାଯିବ।  ରେଲେଓ୍ୱ ପାଖରେ ସୀମିତ ଜାଗା ରହିଛି ଏବଂ ବଳକା ଜାଗା ବିଡିଏ ପାଖରେ ରହିଛି । ବିଡିଏ ସହ ଆଲୋଚନା କରି ଯୁଗ୍ମ ଭାବେ ପ୍ଲାନ ପ୍ରସ୍ତୁତ ହୋଇଥିବା ସୂଚନା ଦେଇଛନ୍ତି ରେଳବୋର୍ଡ଼ ଅଧ୍ୟକ୍ଷ ତଥା ସିଇଓ ସୁନୀତ ଶର୍ମା ।

ସେ କହିଛନ୍ତି, ଖୁବଶୀଘ୍ର  ରେଳ ଲ୍ୟାଣ୍ଡ ଡେଭଲପମେଣ୍ଟ ଅଥରିଟି ବା RLDA ଭୁବନେଶ୍ୱର ଷ୍ଟେସନ ଅଞ୍ଚଳର ବିକାଶ କରିବ ।  ବିଡିଏ ବଳକା ଏରିଆର ବିକାଶ କରିବ ଏବଂ ଏହାକୁ ଭୁବନେଶ୍ୱର ସିଟି ସହ ମର୍ଜ କରାଯିବ  ।  PPP ମୋଡରେ ହେଉଥିବାରୁ ନିବେଶକ ପୁଞ୍ଜିନିବେଶ କରିବେ । ଖୁବଶୀଘ୍ର ଟେଣ୍ଡର ଡକାଯାଇ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ ବୋଲି କହିଛନ୍ତି ରେଳ ବୋର୍ଡ଼ ଅଧ୍ୟକ୍ଷ ।

ଏଥିସହ ସେ କହିଛନ୍ତି, ଭୁବନେଶ୍ୱର ରେଳଷ୍ଟେସନରେ ଆଉ ଗୋଟିଏ ନୂଆ ପ୍ଲାଟଫର୍ମ ସହ ୨ ଟି ନୂଆ ଲାଇନ ଯୋଡ଼ା ହେବ ।  କୋଭିଡ ଯୋଗୁ ଏବେ ୯୦ ପ୍ରତିଶତ ଯାତ୍ରୀବାହୀ ଟ୍ରେନ ଚଳାଚଳ କରୁଛି ।  ଆସନ୍ତା ୨ରୁ ୩ ମାସ ମଧ୍ୟରେ ସବୁ ଯାତ୍ରୀବାହୀ ଟ୍ରେନ୍ ଚାଲିବ ବୋଲି ରେଳବୋ଼ର୍ଡ ଅଧ୍ୟକ୍ଷ କହିଛନ୍ତି ।

The post PPP ମୋଡ଼ରେ ହେବ ଭୁବନେଶ୍ୱର ରେଳଷ୍ଟେସନର ବିକାଶ, ବ୍ଲୁ ପ୍ରିଣ୍ଟ ଫାଇନାଲ୍‌ appeared first on Odisha Reporter.



from Odisha Reporter https://ift.tt/39ZvzVc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages