ନମ୍ବର ବିହୀନ ଗାଡ଼ିରେ ଆସି ଗୁଳି କରି ପଳାଇଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 3, 2021

ନମ୍ବର ବିହୀନ ଗାଡ଼ିରେ ଆସି ଗୁଳି କରି ପଳାଇଲେ

ଯାଜପୁର(ଗୁଲାମ ଗସ୍):  ନମ୍ବର ବିହୀନ ଗାଡ଼ିରେ ୩ ଜଣ ଦୁର୍ବୃତ୍ତ ଆସି  ଜଣେ ଯୁବକଙ୍କୁ ଗୁଳି ମାଡ଼ କରି ପଳାଇଲେ। ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ନିକଟ ଓଳାଶୁଣୀ ପାହାଡ଼ ନିକଟରେ। ଗୁରୁତର ଯୁବକଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।  ଯୁବକ ଜଣଙ୍କ ହେଲେ ବନ୍ଦରେଶ୍ୱର ଗାଁର ସିଦ୍ଧାନ୍ତ ସାମଲ। ତାଙ୍କ ଜଙ୍ଘରେ ଗୁଳି ବାଜିଛି।

ମିଳିଥିବା ସୂଚନା ଅନୁସାରେ, ଗତକାଲି ସିଦ୍ଧାନ୍ତ ଓଳାଶୁଣୀ ପାହାଡ଼ ନିକଟରେ ଜଣେ ବନ୍ଧୁଙ୍କ ସହ ଛିଡା ହୋଇଥିଲେ। ଏହି ସମୟରେ ତିନି ଜଣ ଦୁର୍ବୃତ୍ତ ନମ୍ବର ବିହୀନ କାର୍‌ରେ ଆସି  ସିନ୍ଧାନ୍ତଙ୍କ ଉପରେ ଗୁଳିମାଡ଼ କରି ଚମ୍ପଟ ମାରିଥିଲେ। ପ୍ରଥମେ ତାଙ୍କୁ  ଗୁରୁତର ଅବସ୍ଥାରେ ବଡ଼ଚଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼  ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ତେବେ ଗୁଳିକାଣ୍ଡର କାରଣ ସ୍ପଷ୍ଟ ଜଣାପଡି ନାହିଁ। ବାଲିଚନ୍ଦ୍ରପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

The post ନମ୍ବର ବିହୀନ ଗାଡ଼ିରେ ଆସି ଗୁଳି କରି ପଳାଇଲେ appeared first on Odisha Reporter.



from Odisha Reporter https://ift.tt/3l6sNDZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages