RT-PCR ଟେଷ୍ଟ କରି ପଶ୍ଚାତାପ କରୁଛନ୍ତି, ବିଲ୍‌ ଆସିଛି ୪୦ ଲକ୍ଷ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 1, 2021

RT-PCR ଟେଷ୍ଟ କରି ପଶ୍ଚାତାପ କରୁଛନ୍ତି, ବିଲ୍‌ ଆସିଛି ୪୦ ଲକ୍ଷ

ଟେକ୍ସାସ:କରୋନା ସମଗ୍ର ବିଶ୍ୱକୁ ଦୋହଲାଇ ଦେଇଥିବା ବେଳେ ଲୋକଙ୍କ ଆର୍ଥିକ ମେରୁଦଣ୍ଡକୁ ବି ଭାଙ୍ଗି ଦେଇଛି। ଏବେ ରୋଜଗାର ଏକ ପ୍ରକାର ଠପ୍‌ ହୋଇ ଯାଇଥିବା ବେଳେ ସବୁଠୁ ଅଧିକ କଷ୍ଟ ଦେଉଛି କରୋନାଜନିତ ଟେଷ୍ଟ ତଥା ଚିକିତ୍ସାର ବିଲ୍‌ ଭରଣା କରିବା। ଏପରି ଚକିତ କରିଦେବା ପରି ଏକ ଘଟଣା ନିକଟ ଅତୀତରେ ଯୁକ୍ତରାଷ୍ଟ୍ର ଆମେରିକାର ଟେକ୍ସାରରେ ଘଟିଛି।

ଟେକ୍ସାସରେ ରହୁଥିବା ଟ୍ରାଭିସ୍‌ ୱାରନର ନାମକ ବ୍ୟକ୍ତିଙ୍କ ସାଙ୍ଗଙ୍କର କୋଭିଡ ପଜିଟିଭ ଚିହ୍ନଟ ହୋଇଥିଲା। ଏହାପରେ ନିଜର କୌଣସି ଲକ୍ଷଣ ନ ଥିଲେ ବି ମନରେ ସନ୍ଦେହ ହେବାରୁ ଟ୍ରାଭିସ୍‌ ମଧ୍ୟ  ଏକ ଘରୋଇ ହସ୍ପିଟାଲରେ ନିଜର ଆରଟିପିସିଆର ଟେଷ୍ଟ କରାଇଥିଲେ। ମାତ୍ର ରିପୋର୍ଟ ଆସିବା ପରେ ତାଙ୍କ ହୋସ୍‌ ଉଡ଼ିଗଲା। କାରଣ ରିପୋର୍ଟ ନେଗେଟିଭ ଆସିଥିଲେ ବି ଏହା ସହିତ ଆସିଥିବା ବିଲ୍‌ ଦେଖି ଟ୍ରାଭିସ୍‌ଙ୍କ ମୁଣ୍ଡରେ ଚଡ଼କ ପଡ଼ିଥିଲା। କାରଣ କେବଳ ଆରଟିପିସିଆର ଟେଷ୍ଟର ବିଲ୍‌ ଆସିଥିଲା ୪୦ ଲକ୍ଷ ଟଙ୍କା।

ଟ୍ରାଭିସ୍‌ଙ୍କ ନିକଟକୁ ଆସିଥିବା ମେଡିକାଲ ବିଲ୍‌ରେ ସମୁଦାୟ ୫୬,୩୮୪ ଡଲାର ଅର୍ଥାତ ୪୧ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଚାର୍ଜ କରାଯାଇଥିଲା। ସେଥିରୁ ତାଙ୍କ ଆଟିପିସିଆର ବିଲ୍‌ କେବଳ ୪୦ ଲକ୍ଷ ଟଙ୍କା ଥିଲା। ଅବଶିଷ୍ଟ ଟଙ୍କା ଆଣ୍ଟିଜେନ୍‌ ଟେଷ୍ଟ ଓ ଅନ୍ୟ ମେଡିକାଲ ସୁବିଧା ପାଇଁ ଚାର୍ଜ କରାଯାଇଛି । ଟ୍ରାଭିସ୍‌ଙ୍କ ପତ୍ନୀଙ୍କ ଇନସୁରାନ୍ସ ଥିବା ବେଳେ ସେଥିରୁ ମାତ୍ର ୭୪ ହଜାର ଟଙ୍କା ଭରଣା ହୋଇଛି। ତେଣୁ ଅବଶିଷ୍ଟ ଟଙ୍କା କିପରି ଶୁଝିବେ ସେ ନେଇ ତାଙ୍କୁ କିଛି ବୁଦ୍ଧିବାଟ ଦିଶୁନି।

ଯୁକ୍ତରାଷ୍ଟ୍ର ଆମେରିକାରେ ସାଧାରଣତଃ ଆରଟିପିସିଆର ଟେଷ୍ଟ କଲେ ୮ରୁ ୧୫ ଡଲାରେ ମଧ୍ୟରେ ଖର୍ଚ୍ଚ ହୋଇଥାଏ। କିନ୍ତୁ ଟ୍ରାଭିସ୍‌ଙ୍କ ନିକଟକୁ ଆସିଥିବା ବିଲ୍‌ ଦେଖି ଭବିଷ୍ୟତରେ ଆଉ କିଏ ଏହି ଟେଷ୍ଟ କରିବା ଆଗରୁ ନିହାତି ଭାବେ ୪ ଥର ଭାବିବ ।

ଟ୍ରାଭିସ୍‌ ଜଣେ ବ୍ୟବସାୟୀ ହୋଇଥିବା ବେଳେ ସେ ଘରେ ଇଣ୍ଟରନେଟ ସିଷ୍ଟମ ଓ ଭିଡିଓ ସିଷ୍ଟମ ଇନ୍‌ଷ୍ଟଲ କରିଥାନ୍ତି। କରୋନା ଯୋଗୁ ତାଙ୍କ ବ୍ୟବସାୟ ଏକ ପ୍ରକାର ଠପ୍‌ ହୋଇଯାଇଥିବା ବେଳେ କିଛି ମାସ ହେଲା ଏହା ଟ୍ରାକ୍‌କୁ ଆସିବାକୁ ଆରମ୍ଭ କରିଛି। ମାତ୍ର ଏବେ ଏତେ ଟଙ୍କାର ବିଲ୍‌ କିପରି ପଇଠ କରିବେ ତାକୁ ନେଇ ଟ୍ରାଭିସ୍‌ଙ୍କୁ ଚିନ୍ତା ଘାରିଛି।

The post RT-PCR ଟେଷ୍ଟ କରି ପଶ୍ଚାତାପ କରୁଛନ୍ତି, ବିଲ୍‌ ଆସିଛି ୪୦ ଲକ୍ଷ appeared first on Odisha Reporter.



from Odisha Reporter https://ift.tt/3kZdrku

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages