ନୂଆଦିଲ୍ଲୀ: ଜେଲ ଭିତରେ ଅନଶନରେ ବସିଲା ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ହେଲିକପ୍ଟର ଦୁର୍ନୀତି ମାମଲାର ଅଭିଯୁକ୍ତ। ଏହି ଦୁର୍ନୀତି ମାମଲାର ମଧ୍ୟସ୍ଥି ଖ୍ରୀଷ୍ଟିଆନ୍ ମିସେଲ ତିହାଡ୍ ଜେଲ୍ ଭିତରେ ଆରମ୍ଭ କରିଛି ଅନଶନ। ଗତ ତିନି ଧରି ସେ ହଙ୍ଗର ଷ୍ଟ୍ରାଇକ୍ରେ ବସିଛି। ଏନେଇ ଜେଲ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଖ୍ରୀଷ୍ଟିଆନ୍ ଗୁରୁବାର ଠାରୁ ଭୋକ ଉପବାସରେ ଅଛି । ତାଙ୍କ ସ୍ୱାସ୍ଥ୍ୟ ଉପରେ ଲଗାତର ନଜର ରଖାଯାଇଥିବା ଜେଲ୍ର ଅଧିକାରୀମାନେ ସୂଚନା ଦେଇଛନ୍ତି।
ଖ୍ରୀଷ୍ଟିଆନ ମିସେଲ ଜଣେ ବ୍ରିଟିଶ ନାଗରିକ। ସେ ଏହି ହେଲିକପ୍ଟର ଦୁର୍ନୀତି କାରବାରରେ ମଧ୍ୟସ୍ଥି ସାଜିଥିଲା। ୨୦୧୨ରେ ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ସପକ୍ଷରେ ଏକ ଚୁକ୍ତିରେ ଜଡିତ ଏବଂ ଭାରତୀୟ କର୍ତ୍ତୃପକ୍ଷଙ୍କୁ ବେଆଇନ ଭାବେ ଲାଭ ପ୍ରଦାନ କରୁଥିବା ତିନିଜଣ ମଧ୍ୟସ୍ଥିଙ୍କ ମଧ୍ୟରୁ ମିସେଲଙ୍କ ନାଁ ସାମ୍ନାକୁ ଆସିଥିଲା।
ସିବିଆଇ ଏହି ହେଲିକପ୍ଟର ଦୁର୍ନୀତି ମାମଲାର ତଦନ୍ତ କରୁଛି। ୨୦୧୮ରେ ଦୁବାଇରୁ ଖ୍ରୀଷ୍ଟିଆନ୍ଙ୍କୁ ଭାରତ ଅଣାଯାଇଥିଲା। ସେବେଠାରୁ ସେ ତିହାଡ ଜେଲ୍ରେ ବନ୍ଦି ଅଛନ୍ତି। ସୂଚନା ମୁତାବକ, ମିସେଲ ନିଜ ଲିଗାଲ ଟିମ୍ ମାଧ୍ୟମରେ ବ୍ରିଟେନର ରାଷ୍ଟ୍ରପତି ବୋରିଶ ଜନସନଙ୍କୁ ଏକ ଚିଠି ଲେଖି ଅନଶନରେ ବସିବେ ବୋଲି କହିଥିଲେ।
ଶାସନରେ ଥିବା ବେଳେ ୟୁପିଏ ସରକାର ୨୦୧୦ ଫେବ୍ରୁଆରୀ ୧୨ରେ ଭିଭିଆଇପି ହେଲିକପ୍ଟର କିଣିବା ପାଇଁ ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ସହ ୩୬୦୦ କୋଟି ଟଙ୍କାର ଚୁକ୍ତି କରିଥିଲା। ଅଗଷ୍ଟା ୱେଷ୍ଟଲ୍ୟାଣ୍ଡର ପ୍ୟାରେଣ୍ଟ୍ କମ୍ପାନୀ ଫିନମେକାନିକା ଥିଲା, ଯାହା ବର୍ତ୍ତମାନ ଲିଓନାର୍ଡୋ ସ୍ପା ହୋଇଯାଇଛି।
ଏଥିରେ ଇଟାଲୀ ଅନୁସନ୍ଧାନକାରୀ ସଂସ୍ଥା ୨୦୧୨ ରେ ୩୬୦ କୋଟି ଟଙ୍କା କମିଶନ କରିଥିବା ଅଭିଯୋଗ ହୋଇଛି। ଟେଣ୍ଡର ପାଇବା ପାଇଁ କମ୍ପାନୀ ଭାରତୀୟ ଅଧିକାରୀଙ୍କୁ ଲାଞ୍ଚ ଦେଇଥିବାର ଅଭିଯୋଗ ହୋଇଥିଲା। ମାମଲା ବଢ଼ିବା ପରେ ସରକାର କମ୍ପାନୀ ସହ ହୋଇଥିବା ଡିଲକୁ ବାତିଲ କରି ଦେଇଥିଲେ। ଫେବୃଆରୀ ୨୦୧୩ ରେ ଏହି ମାମଲାର ତଦନ୍ତ ପାଇଁ ସିବିଆଇକୁ ହସ୍ତାନ୍ତର କରାଯାଇଥିଲା। ଗତ ବର୍ଷ ସେପ୍ଟେମ୍ବରରେ ସିବିଆଇ ଏହି ମାମଲାରେ ଏକ ଚାର୍ଜସିଟ୍ ଦାଖଲ କରିଥିଲା ଏବଂ ତତ୍କାଳୀନ ବାୟୁସେନା ମୁଖ୍ୟ ସନ୍ଦୀପ ତ୍ୟାଗିଙ୍କୁ ମଧ୍ୟ ଅଭିଯୁକ୍ତ ବୋଲି ଦର୍ଶାଯାଇଥିଲା।
The post ଅନଶନରେ ଅଗଷ୍ଟା ୱେଷ୍ଟଲ୍ୟାଣ୍ଡର ଅଭିଯୁକ୍ତ appeared first on Odisha Reporter.
from Odisha Reporter https://ift.tt/3nUh0Km
No comments:
Post a Comment