ଭୟ ବଢ଼ାଇଲା ନୂଆ ଭାରିଏଣ୍ଟ, ସମସ୍ତ ଯାତ୍ରୀଙ୍କର ହେବ ଜିନୋମ୍‌ ସିକ୍ୱେନ୍ସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 27, 2021

ଭୟ ବଢ଼ାଇଲା ନୂଆ ଭାରିଏଣ୍ଟ, ସମସ୍ତ ଯାତ୍ରୀଙ୍କର ହେବ ଜିନୋମ୍‌ ସିକ୍ୱେନ୍ସ

ମୁମ୍ବାଇ: ଚିନ୍ତା ବଢ଼ାଇଲାଣି କରୋନାର ନୂଆ ଭାରିଏଣ୍ଟ ‘ଓମିକ୍ରନ୍‌’। ଦକ୍ଷିଣ ଆଫ୍ରିକାରୁ ଏହି ନୂଆ ଭାରିଏଣ୍ଟ ଏବେ ଅନ୍ୟ ୫ଟି ଦେଶକୁ ବ୍ୟାପି ସାରିଲାଣି। ଏହାକୁ ଦୃଷ୍ଟିରେ ରଖି ସବୁ ଦେଶରେ ଛନକା ପଶିଛି। ସୁରକ୍ଷାକୁ ଦୃଷ୍ଟିରେ ମହାରାଷ୍ଟ୍ର ମୁମ୍ବାଇରେ କଟକଣା ଲାଗୁ ହୋଇଛି।

ଦକ୍ଷିଣ ଆଫ୍ରିକାରୁ ଆସୁଥିବା ସମସ୍ତ ଯାତ୍ରୀଙ୍କ ହେବ ଜିନୋମ୍‌ ସିକ୍ୱେନ୍ସ। ଏନେଇ ମୁମ୍ବାଇର ମେୟର ଘୋଷଣା କରିଛନ୍ତି। ଯଦି ଦକ୍ଷିଣ ଆଫ୍ରିକାରୁ ଆସୁଥିବା କୌଣସି ବି ବ୍ୟକ୍ତି କୋଭିଡ-୧୯ରେ ସଂକ୍ରିମିତ ଥିବା ଚିହ୍ନଟ ହୁଅନ୍ତି ତେବେ ତାଙ୍କର ଜିନୋମ୍‌ ସିକ୍ୱେସ୍‌ କରାଯିବ ବୋଲି ମୁମ୍ବାଇର ମେୟର କିଶୋରୀ ପେଡନେକର କହିଛନ୍ତି।

ଏଥିସହ ଦକ୍ଷିଣ ଆଫ୍ରିକାରୁ ଆସୁଥିବା ସମସ୍ତ ଯାତ୍ରୀଙ୍କୁ କ୍ୱାରେଣ୍ଟାଇନ୍‌ ବାଧ୍ୟତାମୂଳକ କରାଯାଇଛି। ସେମାନଙ୍କ କରୋନା ଟେଷ୍ଟ ପରୀକ୍ଷା ହେବ। ଯଦି ପଜିଟିଭ ଆସେ ତାଙ୍କର ଜିନୋମ ସିକ୍ୱେନ୍ସ କରାଯିବ। ନେଗେଟିଭ ଆସିଲେ ସେମାନଙ୍କୁ ଛଡାଯିବ ବୋଲି ମେୟର କହିଛନ୍ତି। ବିଦେଶୁର ଆସୁଥିବା ସମସ୍ତ ଲୋକଙ୍କ ଉପରେ କଡା ନରଜ ରଖିବାକୁ ମଧ୍ୟ କୁହାଯାଇଛି।

ମୁମ୍ବାଇ ମେୟର କିଶୋରୀ ପେଡନେକର କହିଛନ୍ତି, “କରୋନା ଭାଇରସର ନୂଆ ଭାରିଏଣ୍ଟକୁ ନେଇ ମୁମ୍ବାଇରେ ଚିନ୍ତା ବଢ଼ିଛି। ଦକ୍ଷିଣ ଆଫ୍ରିକାରୁ ଆସୁଥିବା (ପଜିଟିଭ) ଯାତ୍ରୀଙ୍କ ଜିନୋମ ସିକ୍ୱେନ୍ସିଂ କରାଯିବ। ତେବେ ବିମାନ ଉଡ଼ାଣ ଉପରେ ଏଯାଏଁ କୌଣସି ପ୍ରତିବନ୍ଧକ ଲଗାଯାଇ ନାହିଁ, କିନ୍ତୁ ଅତୀତର ଅଭିଜ୍ଞତାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି।

ପେଡନେକର ଆହୁରି କହିଛନ୍ତି, “COVID-19 ର ବିପଦ ଅନ୍ୟ ଦେଶରେ ବୃଦ୍ଧି ପାଇଛି, ତେଣୁ ବିଦେଶରୁ ଆସୁଥିବା ଲୋକଙ୍କୁ ଜିନୋମ ଟେଷ୍ଟ କରିବାକୁ ପଡିବ। ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ଯେ ସାମାଜିକ ଦୂରତା ବଜାୟ ରଖନ୍ତୁ ଏବଂ ଏହି ନୂତନ ବିପଦକୁ ରୋକିବା ପାଇଁ ମାସ୍କ ପିନ୍ଧନ୍ତୁ।”

କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍‌ ସାମ୍ନାକୁ ଆସିବା ପରେ ଚାରିଆଡେ ଏହାକୁ ନେଇ ଚିନ୍ତା ବଢ଼ିଛି। ଏଥିଯୋଗୁଁ ଅନେକ ଦେଶ ଦକ୍ଷିଣ ଆଫ୍ରିମକାକୁ ବିମାନ ଉଡାଣ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି।

The post ଭୟ ବଢ଼ାଇଲା ନୂଆ ଭାରିଏଣ୍ଟ, ସମସ୍ତ ଯାତ୍ରୀଙ୍କର ହେବ ଜିନୋମ୍‌ ସିକ୍ୱେନ୍ସ appeared first on Odisha Reporter.



from Odisha Reporter https://ift.tt/3xA6dIn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages