ଚାଇଲ୍ଡ ପର୍ଣ୍ଣକୁ ନେଇ ସାଂଘାତିକ ତଥ୍ୟ: ଶହେଟି ଦେଶକୁ ଲମ୍ବିଛି ଚେର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 16, 2021

ଚାଇଲ୍ଡ ପର୍ଣ୍ଣକୁ ନେଇ ସାଂଘାତିକ ତଥ୍ୟ: ଶହେଟି ଦେଶକୁ ଲମ୍ବିଛି ଚେର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅନ୍‌ଲାଇନରେ ଶିଶୁଙ୍କୁ ଯୌନ ଶୋଷଣ ମାମଲାରେ ‌ଆସିଛି ଚାଞ୍ଚଲ୍ୟକର ତଥ୍ୟ। ସିବିଆଇର ଖୋଳତାଡ଼ ଭିତରେ ବିଦେଶୀ ଲିଙ୍କ ଥିବା ପ୍ରମାଣ ମିଳିଛି। ଗୋଟିଏ କି ଯୋଡ଼ିଏ ନୁହଁ, ବିଭିନ୍ନ ମହାଦେଶର ଶହେଟି ଦେଶକୁ ଲମ୍ବିଛି ଏହାର ଚେର। ଏନେଇ ପ୍ରେସ୍ ବିଜ୍ଞପ୍ତି ଜାରି କରି ସ୍ପଷ୍ଟ କରିଛି ସିବିଆଇ।

ଶିଶୁଙ୍କୁ ଯୌନ ଶୋଷଣ ଅଭିଯୋଗ ମାମଲାରେ ସିବିଆଇ ୨୩ ଟି ଭିନ୍ନ ଭିନ୍ନ ମାମଲା ରୁଜୁ କରିଛି। ଏହି ଆଧାରରେ ଗତକାଲି ଦେଶର ୧୪ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ରେଡ୍ କରିଥିଲା ସିବିଆଇ। ଖୋଳତାଡ଼ବେଳେ ଜଣାପଡ଼ିଥିଲା ୫୦ଟି ଗ୍ରୁପରେ ୫ ହଜାରରୁ ଊର୍ଦ୍ଧ୍ୱ ବ୍ୟକ୍ତି ଯୌନ ଶୋଷଣ ଭିଡିଓ ସେୟାର କରିଛନ୍ତି। ଆଉ ଅନେକ ଗ୍ରୁପରେ ରହିଛନ୍ତି ବହୁ ସଂଖ୍ୟକ ବିଦେଶୀ ନାଗରିକ। ଗତକାଲିର ଚଢ଼ଉ ବେଳେ ବହୁତ ସଂଖ୍ୟାରେ ଇଲେ୍ଟ୍ରୋନିକ  ଗେଜେଟ୍ ସହ ମୋବାଇଲ୍ ଏବଂ ଲାପଟପକୁ ସିବିଆଇ ଜବତ କରିଛି।

ଗତକାଲି ଓଡ଼ିଶାର ଯାଜପୁର, ଭଦ୍ରକ ଏବଂ ଢେଙ୍କାନାଳ ଜିଲ୍ଲାରେ ସିବିଆଇ ଚଢ଼ଉ କରିଥିଲା। ଭଦ୍ରକ ଜିଲ୍ଲା ଆଗରପଡ଼ା, ଯାଜପୁର ରୋଡ୍ ମସୁଦପୁର  ଓ ଢେଙ୍କାନାଳରେ ରେଡ୍ କରି ୩ ଜଣ ଅଭିଯୁକ୍ତଙ୍କଠୁ ପଚରାଉଚରା କରିଛି ସିବିଆଇ।

ସୂଚନାଯୋଗ୍ୟ,  ଅନ୍‌ଲାଇନ ଶିଶୁଙ୍କ ପ୍ରତି ଯୌନ ଶୋଷଣ ନେଇ ଚଳିତ ମାସ ୧୪ ତାରିଖରେ ସିବିଆଇ ପାଖରେ ମାମଲା ଦାଏର ହୋଇଥିଲା।

The post ଚାଇଲ୍ଡ ପର୍ଣ୍ଣକୁ ନେଇ ସାଂଘାତିକ ତଥ୍ୟ: ଶହେଟି ଦେଶକୁ ଲମ୍ବିଛି ଚେର appeared first on Odisha Reporter.



from Odisha Reporter https://ift.tt/31XhVRx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages