ପୂର୍ବତନ ବିଧାୟକ ଉମେଶ ସ୍ୱାଇଁଙ୍କ ପରଲୋକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 16, 2021

ପୂର୍ବତନ ବିଧାୟକ ଉମେଶ ସ୍ୱାଇଁଙ୍କ ପରଲୋକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜଗତସିହଂପୁର ଜିଲ୍ଲା ବାଲିକୁଦାର ପୂର୍ବତନ ବିଧାୟକ ଉମେଶ ସ୍ୱାଇଁଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା। ଭୁବନେଶ୍ୱର ସ୍ଥିତ ବାସଭବନରେ ହୃଦଘାତରେ ଆଜି ଭୋରୁ ଭୋରୁ ତାଙ୍କ ପରଲୋକ ହୋଇଥିବା ପରିବାର ଲୋକଙ୍କ ସୂତ୍ରରୁ ଜଣାପଡ଼ିଛି। ତାଙ୍କ ଦେହାନ୍ତ ଖବର ପ୍ରଚାରିତ ହେବା ପରେ ବାଲିକୁଦା ସମେତ ଜଗତସିଂହପୁର ଜିଲ୍ଲାରେ ଶୋକର ଛାୟା ଖେଳି ଯାଇଛି।

ଉମେଶ ସ୍ୱାଇଁ ଜଗତସିଂହପୁର ଜିଲ୍ଲାର ଜଣେ ବର୍ଷୀୟାନ ନେତା ଥିଲେ। ବାଲିକୁଦାରୁ ୪ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।

ଛାତ୍ର ଜୀବନରୁ ଉମେଶ ମଧୁସୁଦନ ଲ କଲେଜର ସଭାପତି ଥିଲେ। ସେବେଠୁ ତାଙ୍କ ରାଜନୈତିକ ଜୀବନ ଆରମ୍ଭ ହୋଇଥିଲା। ଏହି ସମୟ ମଧ୍ୟରେ  ବିଜୁ ପଟ୍ଟନାୟକଙ୍କ ସହ ତାଙ୍କ ଘନିଷ୍ଠତା ବଢ଼ିଥିଲା।  ୧୯୭୭-୮୦ ମସିହାରେ ସେ ପ୍ରଥମେ ଜନତା ଦଳରୁ ବିଧାୟକ ହୋଇଥିଲେ। ଏହାପରେ ୧୯୯୦ରେ ବିଜୁ ପଟ୍ଟନାୟକଙ୍କ ସରକାର ଶାସନ ଭାର ସମ୍ଭାଳିବା ପରେ ୫ ବର୍ଷ ପର୍ଯ୍ୟନ୍ତ ଉମେଶ ବିଧାୟକ ଭାବେ କାମ କରିଥିଲେ।  ଏହାପରେ ଜନତା ଦଳ ସହ ତିକ୍ତତା ହେବାରୁ ଜନତା ଛାଡ଼ି କଂଗ୍ରେସରେ ଯୋଗ ଦେଇଥିଲେ।  କଂଗ୍ରେସରୁ ୨୦୦୦-୨୦୦୪, ୨୦୦୪-୨୦୦୯ ପର୍ଯ୍ୟନ୍ତ ବିଧାୟକ ଥିଲେ।  ଏହାପରେ କିଛି ବର୍ଷ ପୂର୍ବରୁ ସେ ବିଜେଡିରେ ଯୋଗ ଦେଇଥିଲେ।

ଉମେଶଙ୍କର ସେପରି କିଛି ସ୍ୱାସ୍ଥ୍ୟ ସମସ୍ୟା ନ ଥିଲା। ଗତକାଲି ରାତିରେ ଖାଇକି ଶୋଇଥିବା ବେଳେ ଆଜି ସକାଳେ ହୃଦଘାତରେ ତାଙ୍କର ପରଲୋକ ହୋଇଛି। କିଛି ଦିନ ପରେ ସେ ଗାଁକୁ ଯିବେ ବୋଲି କହିଥିବା ବେଳେ ତାଙ୍କର ଏହି ଆଶା ପୂରଣ ହୋଇପାରିଲା ନାହିଁ ବୋଲି କୋହଭରା କଣ୍ଠରେ କହିଛନ୍ତି ପରିବାର ଲୋକ ।

 

The post ପୂର୍ବତନ ବିଧାୟକ ଉମେଶ ସ୍ୱାଇଁଙ୍କ ପରଲୋକ appeared first on Odisha Reporter.



from Odisha Reporter https://ift.tt/30y5KKt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages