ରାୟପୁର: କୁନି ପୁଅକୁ କୋଳରେ ଧରି ସ୍ୱାମୀଙ୍କୁ ଖୋଜୁଛନ୍ତି ସ୍ତ୍ରୀ। ନିଖୋଜ ଅଜୟ ରୋଷନଙ୍କୁ ଜଙ୍ଗଲରେ ଖୋଜି ବୁଲୁଛନ୍ତି ତାଙ୍କ ପତ୍ନୀ ଅର୍ପିତା। କୁନି ପୁଅକୁ ଧରି ଜଙ୍ଗଲ ଭିତରେ ବୁଲୁଛନ୍ତି ଇଂଜିନିୟରଙ୍କ ପତ୍ନୀ। ସ୍ୱାମୀକୁ ଯେଉଁମାନେ ଅପହରଣ କରିଛନ୍ତି ତାଙ୍କୁ ଛାଡ଼ି ଦେବାକୁ ନିବେଦନ କରିଛନ୍ତି। ଛତିଶଗଡ଼ ବିଜାପୁରର ଜନୈକ ଇଂଜିନିୟର ଅଜୟ ରୋଷନଙ୍କୁ ମାଓବାଦୀମାନେ ଅପହରଣ କରିଥିବା ଅଭିଯୋଗ ରହିଛି।
ବିଜାପୁର ଜିଲ୍ଲାର କୁରନା ଓ ମେକେଲି ଅଞ୍ଚଳରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ କାମ ତଦାରଖ କରୁଥିବା ବେଳେ ସେ ଓ ତାଙ୍କର ଆଉ ଜଣେ ସହକର୍ମୀଙ୍କୁ ମାଓବାଦୀମାନେ ଅପହରଣ କରି ନେଇଥିବା କୁହାଯାଉଛି। ଏକଥା ତାଙ୍କ ନଜରକୁ ଆସିବା ପରେ ସ୍ୱାମୀଙ୍କୁ ଫେରାଇ ଆଣିବାକୁ ମହିଳା ଜଣକ ତାଙ୍କ ଛୋଟ ପୁଅ ସହ ଜଙ୍ଗଲ ଅଭିମୁଖେ ଯାଇଛନ୍ତି। ତାଙ୍କ ସହ ସ୍ଥାନୀୟ ଗଣମାଧ୍ୟମ ବ୍ୟକ୍ତିମାନେ ଅଛନ୍ତି। ପତ୍ନୀ ଅର୍ପିତା ନକ୍ସଲମାନଙ୍କ ନିକଟରେ ସ୍ୱାମୀ ଅଜୟ ରୋଶନ ଲାକଡାଙ୍କ ମୁକ୍ତି ପାଇଁ ନିବେଦନ କରିଛନ୍ତି। ଗ୍ରାମବାସୀଙ୍କ ମାଧ୍ୟମରେ ଅର୍ପିତା ନକ୍ସଲମାନଙ୍କୁ ଲଗାତାର ତାଙ୍କ ସ୍ୱାମୀଙ୍କୁ ମୁକ୍ତ କରିବାକୁ ନିବେଦନ କରୁଛନ୍ତି।
ଗତ ତିନି ଦିନ ଧରି ଇଞ୍ଜିନିୟର ଓ ପିଅନ ନିଖୋଜ ଥିବା ବେଳେ ଏସମ୍ପର୍କରେ ପୁଲିସ ପାଖରେ କୌଣସି ସୂଚନା ନାହିଁ। ବର୍ତ୍ତମାନ ପୁଲିସ ଟିମ୍ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରଖିବା ବିଷୟରେ ନିରନ୍ତର କଥାବାର୍ତ୍ତା ଚଳାଇଛି। ଅପହରଣର ୫୦ ଘଣ୍ଟା ବିତିଯାଇଥିଲେ ମଧ୍ୟ ସବ୍-ଇଞ୍ଜିନିୟର ଅଜୟ ରୋଶନଙ୍କ ବିଷୟରେ ଏପର୍ଯ୍ୟନ୍ତ କିଛି ଖୋଜଖବର ମିଳିନାହିଁ। ସେପଟେ କେଉଁ କାରଣ ଲାଗି ସବ୍ ଇଞ୍ଜିନିୟରଙ୍କୁ ନକ୍ସଲମାନେ ଅପହରଣ କରିନେଇଛନ୍ତି ତାହା ମଧ୍ୟ ଜଣାଇ ନାହାନ୍ତି।
The post ନକ୍ସଲଙ୍କୁ ପତ୍ନୀଙ୍କ ଗୁହାରୀ, ମୋ ସ୍ୱାମୀଙ୍କୁ ଛାଡ଼ି ଦିଅ… appeared first on Odisha Reporter.
from Odisha Reporter https://ift.tt/3ooXapr
No comments:
Post a Comment