୨୬ ବର୍ଷ ହେଲା ପୁଲିସ୍‌ ଆଖିରେ ଧୂଳି ଦେଉଥିଲେ, ଏବେ ବନ୍ଧା ହେଲେ ୪ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 6, 2021

୨୬ ବର୍ଷ ହେଲା ପୁଲିସ୍‌ ଆଖିରେ ଧୂଳି ଦେଉଥିଲେ, ଏବେ ବନ୍ଧା ହେଲେ ୪

ବାଲେଶ୍ୱର(ଓଡ଼ିଶା ରିପୋର୍ଟର):୨୬ ବର୍ଷ ତଳେ ଘଟାଇଥିବା ଅପରାଧୀକ କର୍ମ ପାଇଁ ଏବେ ବନ୍ଧା ହେଲେ ୪ ଅଭିଯୁକ୍ତ । ସମସ୍ତଙ୍କୁ ଗିରଫ ପରେ ପୋଲିସ କୋର୍ଟଚାଲାଣ କରିଛି । ଏପରି ଘଟଣା ବାଲେଶ୍ୱର ଜିଲ୍ଲାରେ ଘଟିଛି।

ସୂଚନାଯୋଗ୍ୟ, ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଛକରେ ୨୬ ବର୍ଷ ତଳର ବହୁଚର୍ଚ୍ଚିତ ବୋମା ବିସ୍ଫୋରଣ ମାମଲାରେ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ସେମାନେ ହେଲେ ଜଗନ୍ନାଥ ରାଉଳ, ସରୋଜ ଜେନା, ସୁଶାନ୍ତ ପ୍ରାମାଣିକ ଏବଂ ପଞ୍ଚାନନ ମୁଖୀ । ସମସ୍ତଙ୍କୁ ଗିରଫ ପରେ ପୋଲିସ କୋର୍ଟଚାଲାଣ କରିଛି ।

୧୯୯୫ମସିହାରେ ଏହି ବିସ୍ଫୋରଣ ଘଟିଥିଲା । ଏକ ବସ୍‌ ଯୋଗେ ଆସିଥିବା ପେଟିକୁ ଜଣେ ରିକ୍ସା ଚାଳକ ନିଜ ରିକ୍ସାରେ ଲୋଡ୍ କରୁଥିବାବେଳେ ତାହା ତଳେ ପଡ଼ି ବିସ୍ଫୋରଣ ହୋଇଥିଲା । ଏଥିରେ ସଂପୃକ୍ତ ରିକ୍ସାଚାଳକଙ୍କ ମୃତ୍ୟୁ ହୋଇଥିଲା । ତାପରଠୁ ଖସିଯାଇଥିଲେ ଏହି ଚାରି ମୁଖ୍ୟ ଅଭିଯୁକ୍ତ । ଯାହାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିଥିଲା ବାଲିଆପାଳ ପୋଲିସ । ଦୀର୍ଘ ବର୍ଷ ପରେ ପୁଲିସ୍‌ ସମସ୍ତ ୪ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି।

The post ୨୬ ବର୍ଷ ହେଲା ପୁଲିସ୍‌ ଆଖିରେ ଧୂଳି ଦେଉଥିଲେ, ଏବେ ବନ୍ଧା ହେଲେ ୪ appeared first on Odisha Reporter.



from Odisha Reporter https://ift.tt/3kdkBRA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages