ସମ୍ବଲପୁର(ଓଡ଼ିଶା ରିପୋର୍ଟର): ସମ୍ବଲପୁର ସଦର ଥାନା ଅନ୍ତର୍ଗତ ଜୟନ୍ତପୁରରେ ଗତ ରାତିରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ସ୍ଥାନୀୟ ଏକ ପିଚୁ କାରଖାନାରେ ହଠାତ୍ ନିଆଁ ଲାଗିଯାଇଥିଲା।
ଫଳରେ ହୁତୁହୁତୁ ହୋଇ କାରଖାନଟି ଜଳିଗଲା। ଏହା ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ନିଆଁର ପ୍ରକୋପ ମାତ୍ରା ଏତେ ଅଧିକ ଥିଲା ଯେ, ଘଟଣାସ୍ଥଳରେ ୩ଟି ଦମକଳ ବାହିନୀ ପହଞ୍ଚି ଦୀର୍ଘ ସମୟର ଚେଷ୍ଟା ପରେ ନିଆଁକୁ ଆୟତ୍ତ କରିଥିଲେ । ଏଥିରେ କେହି ମୃତାହତ ହୋଇଥିବାର ସୂଚନା ମିଳିନି। ତେବେ ଲକ୍ଷାଧୀକ ଟଙ୍କାର କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି।
ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ କିପରି ହେଲା ଅଗ୍ନିକାଣ୍ଡ, ଏଥିଯୋଗୁ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ କିଛି ସ୍ପଷ୍ଟ ଭାବେ ଜଣାପଡ଼ିନି। ପୁଲିସ୍ କାରଖାନା କର୍ମଚାରୀ ଓ ସାଧାରଣ ଲୋକଙ୍କୁ ପଚରାଉଚରା କରୁଛି।
The post ଆଖି ପିଛୁଳାକେ ଜଳିଗଲା ପିଚୁ କାରଖାନା appeared first on Odisha Reporter.
from Odisha Reporter https://ift.tt/31tnGWU
No comments:
Post a Comment