ଦୀପାବଳିରେ ଟିମ୍ ଇଣ୍ଡିଆର ଦମଦାର ବିଜୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 3, 2021

ଦୀପାବଳିରେ ଟିମ୍ ଇଣ୍ଡିଆର ଦମଦାର ବିଜୟ

ଆବୁ ଧାବି: ଚଳିତ ଆଇସିସି ଟି-୨୦ ବିଶ୍ୱକପରେ ବିଜୟର ସ୍ୱାଦ ଚାଖିଛି ଟିମ ଇଣ୍ଡିଆ । ବୁଧବାର ଗ୍ରୁପ୍‌-୨ର ଏକ ମ୍ୟଚରେ ଦମଦାର ବ୍ୟାଟିଂ ଓ ଶୃଙ୍ଖଳିତ ବୋଲିଂ ପ୍ରଦର୍ଶନ ବଳରେ ଭାରତ ୬୬ ରନରେ ଆଫଗାନିସ୍ତାନକୁ ହରାଇ ପଏଣ୍ଟ ବେଟୁଲରେ ଖାତା ଖୋଲିଛି । ଏହି ବିଜୟ ସହ ଭାରତର ନେଟ୍ ରନରେଟରେ ଉନ୍ନତି ଆସିଛି ।

ଫର୍ମକୁ ଫେରିଥିବା ରୋହିତ୍ ଶର୍ମା ଓ ଲୋକେଶ ରାହୁଲଙ୍କ ଦମଦାର ବ୍ୟାଟିଂ ବଳରେ ଟିମ୍ ଇଣ୍ଡିଆ ୨୦ ଓଭରରେ ୨ ୱିକେଟ୍ ହରାଇ ୨୧୦ ରନ୍ କରିଥିଲା। ଟି-୨୦ ବିଶ୍ୱକପରେ ଭାରତର ଏହା ସର୍ବଶ୍ରେଷ୍ଠ ସ୍କୋର। ଏହା ପୂର୍ବରୁ ୨୦୧୬ ଟି-୨୦ ବିଶ୍ୱକପରେ ଭାରତ ୨ ୱିକେଟରେ ୧୯୨ ରନ୍ କରିଥିଲା। ରୋହିତ୍ ସର୍ବାଧିକ ୭୪ (୪୭ ବଲ୍, ୮ ଚୌକା, ୩ ଛକା) ଓ ରାହୁଲ୍ ୬୯ (୪୮ ବଲ୍, ୬ ଚୌକା, ୨ ଛକା) ରନ୍ କରିଥିଲେ। ଜବାବରେ ଆଫଗାନିସ୍ତାନ ୭ ୱିକେଟରେ ୧୪୪ ରନ୍ କରିଥିଲା।

ଏହି ବିଜୟ ସହ ଭାରତର ନେଟ୍ ରନରେଟ୍ ମଧ୍ୟ ପଜିଟିଭ୍ ହୋଇଛି । ଏହା ପୂର୍ବରୁ ଏହା ନେଗେଟିଭ୍ ଥିଲା । ଭାରତ ଏଯାଏ ୩ ମ୍ୟାଚ୍ ଖେଳିଛି, ଯେଉଁଥିରୁ ଗୋଟିଏରେ ବିଜୟୀ ହୋଇଛି । ଏବେ ଭାରତର ନେଟ୍ ରନ୍ ରେଟ୍ +୦.୦୭୩ ହୋଇଛି । ଭାରତକୁ ନେଟ୍ ରନ ରେଟ୍ ପଜିଟିଭ୍ ଆଣିବାକୁ ଆଫଗାନିସ୍ତାନକୁ ୬୩ କିମ୍ବା ଏହାଠାରୁ ଅଧିକ ରନରେ ହରାଇବାର ଥିଲା । ଆଉ ଟିମ୍ ଇଣ୍ଡିଆ ଏହା କରି ଦେଖାଇଛି । ଭାରତ ପାଇଁ ଏବେବି ସେମିଫାଇନାଲ୍ ରାସ୍ତା ଉଜ୍ଜୀବିତ ରହିଛି । ଟିମ୍ ତା’ର ଶେଷ ଦୁଇଟି ମ୍ୟାଚରେ ବଡ଼ ବ୍ୟବଧାନରେ ବିଜୟୀ ହେବାକୁ ପଡ଼ିବ ।

୨୧୧ ରନର ବିଶାଳ ଲକ୍ଷ୍ୟର ପିଛା କରୁଥିବା ଆଫଗାନିସ୍ତାନ ଆରମ୍ଭରୁ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇଥିଲା । ଦଳ ପକ୍ଷରୁ କରିମ ଜନ୍ନତ ସର୍ବାଧିକ ୪୨, କ୍ୟାପଟେନ୍ ନବି ୩୫, ଗୁରବାଜ ୧୯, ଗୁଲବଦିନ ୧୮, ହଜରତୁଲ୍ଲା ଜଜଇ ୧୩ ଓ ନାବିବୁଲ୍ଲା ୧୧ ରନ୍ କରିଥିଲେ । ଭାରତର ମହମ୍ମଦ ଶାମି ୩ଟି, ଆର୍ ଅଶ୍ବିନ୍ ୨ଟି, ଯଶପ୍ରୀତ ବୁମ୍ରା ଓ ଜାଡେଜା ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ ।

ପୂର୍ବରୁ ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଭାରତକୁ ଜବରଦସ୍ତ ଷ୍ଟାର୍ଟ ଦେଇଥିଲେ ରାହୁଲ୍ ଓ ରୋହିତ। ଦୁହେଁ ଆରମ୍ଭରୁ ସତର୍କତାର ସହ ଖେଳିଥିଲେ। ହେଲେ ସେଟ୍‌ ହେବା ରୋହିତ୍ ଓ ରାହୁଲ୍ ଆଫଗାନିସ୍ତାନ ବୋଲରଙ୍କୁ ନିର୍ଧୁମ୍ ଧୋଇଥିଲେ। ଦୁହେଁ ପ୍ରଥମ ୧୧.୪ ଓଭରରେ ଭାରତର ସ୍କୋରକୁ ୧୦୦ ରନରେ ପହଞ୍ଚାଇଥିଲେ। ପ୍ରଥମେ ରୋହିତ୍ ୩୭ ବଲରେ ଏବଂ ପରେ ରାହୁଲ୍ ୩୫ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ଦୁହେଁ ପ୍ରଥମ ୱିକେଟ୍ ପାଇଁ ୧୪.୪ ଓଭରରେ ୧୪୦ ରନର ଭାଗିଦାରୀ କରି ଭାରତକୁ ବଡ଼ ସ୍କୋର ଅଭିମୁଖେ ନେଇଥିଲେ। ବଡ଼ ଶଟ୍ ଖେଳିବା ପ୍ରୟାସରେ ରୋହିତ୍ ଆଫଗାନ୍ ବୋଲର କରିମ୍ ଜନ୍ନତଙ୍କ ଶିକାର ହୋଇଥିଲେ। ପରେ ରାହୁଲ୍ ମଧ୍ୟ ନିଜର ୱିକେଟ୍‌ ଦେଇ ବସିଥିଲେ। ରାହୁଲଙ୍କୁ ଗୁଲବଦିନ ନଇବ ପ୍ୟାଭିଲିୟନ୍ ପଠାଇଥିଲେ।

ଦୁହିଁଙ୍କ ଆଉଟ୍ ପରେ ଭାରତର ରନ୍ ଗତି କମିଯାଇଥିଲା। ହେଲେ ହାର୍ଦ୍ଦିକ ପାଣ୍ଡ୍ୟା ଓ ଋଷଭ ପନ୍ତ ଧୂଆଁଧାର ବ୍ୟାଟିଂ କରି ଭାରତର ସ୍କୋରକୁ ୨୦୦ ଅତିକ୍ରମ କରାଇଥିଲେ। ଖରାପ ଫର୍ମରେ ଥିବା ହାର୍ଦ୍ଦିକଙ୍କର ପୁରୁଣା ଚମକ ଦେଖିବାକୁ ମିଳିଥିଲା। ଉଭୟ ହାର୍ଦ୍ଦିକ ଓ ପନ୍ତ ତୃତୀୟ ୱିକେଟ୍ ପାଇଁ ୨୧ ବଲରେ ୬୩ର ପାର୍ଟନରଶିପ୍ କରିଥିଲେ। ହାର୍ଦ୍ଦିକ ୧୩ ବଲରେ ୪ ଚୌକା ଓ ୨ ଛକା ସହ ୩୫ ଓ ପନ୍ତ ୧୩ ବଲରେ ୧ ଚୌକା ଓ ୩ ଛକା ସହ ୨୭ ରନ୍ କରି ଅପରାଜିତ ଥିଲେ। ଆଫଗାନିସ୍ତାନ ପକ୍ଷରୁ ନଇବ ଓ ଜନ୍ନତ ଗୋଟିଏ ଲେଖାଏ ୱିକେଟ୍‌ ପାଇଥିଲେ।

The post ଦୀପାବଳିରେ ଟିମ୍ ଇଣ୍ଡିଆର ଦମଦାର ବିଜୟ appeared first on Odisha Reporter.



from Odisha Reporter https://ift.tt/3BI9HZG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages