ଗୁରୁଗ୍ରାମ : ଏଣିକି ସବୁ ରାସ୍ତାରେ ଆଉ ନମାଜ ପାଠ କରିହେବନି। ହରିୟାଣାର ଗୁରୁଗ୍ରାମ ପ୍ରଶାସନ ପକ୍ଷରୁ ଲଗାଯାଇଛି କଟକଣା। ୩୭ଟି ନିର୍ଦ୍ଦିଷ୍ଟ ସ୍ଥାନ ମଧ୍ୟରୁ ୮ଟିରେ ନମାଜ ପାଠ ଅନୁମତିକୁ ପ୍ରତ୍ୟାହାର କରିନେଇଛି ଗୁରୁଗ୍ରାମ ପ୍ରଶାସନ। ସ୍ଥାନୀୟ ଲୋକଙ୍କ ଅଭିଯୋଗକ୍ରମେ ୮ଟି ସ୍ଥାନରେ ନମାଜ ପାଠ ନେଇ ମିଳିଥିବା ଅନୁମତି ରଦ୍ଦ କରାଯାଇଛି। ଏନେଇ ଗୁରୁଗ୍ରାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସରକାରୀଭାବେ ନୋଟିସ ଜାରି କରାଯାଇଛି।
ଏହି ଆଠଟି ସାଇଟ ହେଲା ସେକ୍ଟର ୪୯ରେ ବଙ୍ଗାଳୀ ବସ୍ତି, ଡିଏଲ୍ଏଫ୍ ଫେଜ୍ -୩ର ଭି ବ୍ଲକ୍, ସୁରଟ ନଗର ଚରଣ -୧, ଖେରକି ମଜ୍ରା ଗାଁ, ଦ୍ୱାରକା ଏକ୍ସପ୍ରେସ ୱେ ନିକଟ ଦୌଲାତାବାଦ ଭିଲେଜ , ସେକ୍ଟର ୬ର ରାମଗଡ ଗ୍ରାମ, DLF ସ୍କୋୟାର ଟାୱାର ଏବଂ ରାମପୁର ଗାଁର ନାଖ୍ରୋଲା ରୋଡ୍ ।ସର୍ବସାଧାରଣରେ ନମାଜ ପାଠ ପାଇଁ ପ୍ରଶାସନର ସହମତି ଆବଶ୍ୟକ ବୋଲି ଏଥିରେ ଦର୍ଶାଯାଇଛି। ଏଥିସହ କୌଣସି ମସଜିଦ, ଇଦଗାହ କିମ୍ବା ଘରୋଇ ଜାଗାରେ ନମାଜ ପାଠ କରିହେବ ବୋଲି କୁହାଯାଇଛି। ଏ ସବୁ ଜାଗାକୁ ଛାଡ଼ି ଯଦି ଅନ୍ୟ କେଉଁଠି ନମାଜ ପାଠ ନେଇ ଅଭିଯୋଗ ଆସେ ତେବେ ଅନୁମତି ଦିଆଯିବ ନାହିଁ ବୋଲି କୁହାଯାଇଛି।
ଗୁରୁଗ୍ରାମ ଡେପୁଟି କମିଶନର ୟଶ ଗର୍ଗଙ୍କ ନେତୃତ୍ୱରେ ଏକ କମିଟି ଗଠନ ପାଇଁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଛି। ବିଶେଷ କରି ନମାଜ ପାଠ ପାଇଁ ଉପଯୁକ୍ତ ସ୍ଥାନ ଚୟନ ନେଇ ଏହି କମିଟି ସ୍ଥିର କରିବ। ଗୁରୁଗ୍ରାମ ପୁଲିସ ପକ୍ଷରୁ ସହରରେ କଡ଼ା ନଜର ରଖାଯାଇଥିବା ବେଳେ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି। ସର୍ବସାଧାରଣ ଜାଗାରେ ନମାଜ ପାଠ ବନ୍ଦ କରିବା ପାଇଁ ପୂର୍ବରୁ ସ୍ଥାନୀୟ ଳୋକେ ଆପତ୍ତି ଅଭିଯୋଗ ଉଠାବା ସହ ଧାରଣା ମଧ୍ୟ ଦେଇଛନ୍ତି। ସହକାରୀ ପୁଲିସ କମିଶନର (ଏସିପି) ଅମନ ଯାଦବ ଏହି ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି।
ସେ କହିଛନ୍ତି, ସେକ୍ଟର -୪୭, ଗୁରୁଗ୍ରାମର ଏକ ଗ୍ରାଉଣ୍ଡରେ ଶୁକ୍ରବାର ନମାଜ ପାଠ ନେଇ ଏକ ପ୍ରତିବାଦ ହୋଇଥିଲା । ନମାଜ ପାଇଁ ଏକ ବିକଳ୍ପ ସ୍ଥାନ ସନ୍ଧାନ ସହ ସମସ୍ୟାର ସମାଧାନ ପାଇଁ ଉଦ୍ୟମ ଜାରି ରହିଛି ବୋଲି ସେ କହିଛନ୍ତି।
The post ୮ଟି ରାସ୍ତା ଉପରେ ନମାଜ ପାଠ ନେଇ ଲାଗିଲା ରୋକ୍ appeared first on Odisha Reporter.
from Odisha Reporter https://ift.tt/3q1Re8v
No comments:
Post a Comment