ଆଠଗଡ଼(ନୀଳକଣ୍ଠ ଦୋରା): କରୋନାର କୋପ କମିଥିଲେ ବି ପୁଣି ଥରେ ଏହା ମୁଣ୍ଡ ଟେକିବା ଆଶଙ୍କା ପ୍ରଶାସନକୁ ଘାରିଛି। ତେଣୁ ମହାମାରୀ ତଳମୁହାଁ ଥିଲେ ବି ପର୍ବପର୍ବାଣୀରେ ବିଭିନ୍ନ ଧର୍ମାନୁଷ୍ଠାନକୁ ଯାତାୟତ ଉପରେ କଟକଣା ଲାଗୁ କରାଯାଉଛି।
କାର୍ତ୍ତିକ ମାସ ତଥା ପଞ୍ଚକରେ ଦୂରଦୂରାନ୍ତରୁ ଭକ୍ତ ବାବା ଧବଳେଶ୍ୱରଙ୍କ ଦର୍ଶନ ପାଇଁ ଆସୁଥିବା ବେଳେ ଚଳିତ ବର୍ଷ ସେଥିରେ ଲାଗିଛି କଟକଣା । ଚଳିତ ବର୍ଷ ପଞ୍ଚକରେ ବାବା ଧବଳେଶ୍ୱରଙ୍କ ଦର୍ଶନ ବନ୍ଦ । ଧବଳେଶ୍ୱରଙ୍କ ପୀଠରେ ପଞ୍ଚକ ଓ ବଡଓଷାରେ କଟକଣା ଲଗାଇଲା ପ୍ରଶାସନ । ଆଜି ଅଁଳା ନବମୀଠାରୁ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ ।
ଆଜିଠୁ ୧୯ ତାରିଖ ଯାଏଁ ପୀଠରେ ୧୪୪ ଧାରା ବଳବତ୍ତର ରହିବ । କେବଳ ବିଧି ରକ୍ଷା ପାଇଁ ହେବ ନୀତିକାନ୍ତି । ତେଣୁ ଶ୍ରଦ୍ଧାଳୁଙ୍କୁ ଧବଳେଶ୍ୱର ଆସିବାକୁ ମନା କରିଛି ପ୍ରଶାସନ ।
ସେପଟେ ସାକ୍ଷୀ ଗୋପାଳ ସ୍ଥିତ ଗୋପିନାଥ ଦେବ ମନ୍ଦିର ପରିସରରେ ବି ୧୪୪ ଧାରା ଜାରି କରାଯାଇଛି । ଆଜି ଅଁଳା ନବମୀରେ ରାଧା ପାଦ ଦର୍ଶନ ଓ ୧୫ ତାରିଖରେ ବଡ ଏକାଦଶୀ ପାଇଁ ଜାରି ହୋଇଛି କଟକଣା ।
The post ଏଥର ପଞ୍ଚକରେ ବାବା ଧବଳେଶ୍ୱରଙ୍କ ଦର୍ଶନ ମନା, ଆଜିଠୁ୧୪୪ ଧାରା appeared first on Odisha Reporter.
from Odisha Reporter https://ift.tt/3DaYG4T
No comments:
Post a Comment