ଆଜି କଂଗ୍ରେସର ୬ ଘଣ୍ଟିଆ ହରତାଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 11, 2021

ଆଜି କଂଗ୍ରେସର ୬ ଘଣ୍ଟିଆ ହରତାଲ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶିକ୍ଷୟିତ୍ରୀ ମମିତା ମେହେରଙ୍କ ପରିବାରକୁ ନ୍ୟାୟ ଦାବିରେ ଆଜି କଂଗ୍ରେସ ପକ୍ଷରୁ ୬ ଘଣ୍ଟିଆ ହରତାଳ ଡାକରା ଦିଆଯାଇଛି । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଏବଂ ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ଦାବିରେ ଅଡ଼ି ବସିଛନ୍ତି ବିରୋଧୀ ।

ପ୍ରଥମେ ୬ ଘଣ୍ଟିଆ ଓଡ଼ିଶା ବନ୍ଦର ଆହ୍ୱାନ ଦେଇଥିଲା କଂଗ୍ରେସ । ତେବେ ବନ୍ଦ ପାଳନ ବିରୋଧରେ ହାଇକୋର୍ଟରେ ପହଞ୍ଚିଥିବା ଏକ ମାମଲାର ଶୁଣାଣି କରି ବନ୍ଦ ପାଳନ କରାଯାଇପାରିବ ନାହିଁ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ହରତାଲ କରାଯାଇପାରିବ ବୋଲି କହିଥିଲେ ।

କଳାହାଣ୍ଡିଠାରେ ରାସ୍ତା ଉପରେ ପୁଲିସ୍‌ ମୁତୟନ ।

ତା’ସହ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ, ଜୋରଜବରଦସ୍ତ ଦୋକାନବଜାର ବନ୍ଦ କରାଯାଇପାରିବ ନାହିଁ । କୌଣସି ଗାଡ଼ି ମୋଟରକୁ କେହି ଅଟକାଇପାରିବେ ନାହିଁ । ଏପରିକି ରେଳ ରୋକ, ରାସ୍ତାରୋକ କରି ସାଧାରଣ ଜନଜୀବନକୁ ବ୍ୟାହତ କରିପାରିବେନି ।

ତେବେ ବନ୍ଦ ସଂପର୍କରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ କଂଗ୍ରେସ କହିଛି, ଆମେ ଶାନ୍ତିପୂର୍ଣ୍ଣ ଭାବେ ୬ ଘଣ୍ଟିଆ ଧର୍ମଘଟ ଡାକରା ଦେଇଛୁ । ଜୋର ଜବରଦସ୍ତ ବନ୍ଦ ପାଳନ ନେଇ ଆମେ କେବେ କହିନାହୁଁ । ଏପଟେ ଶାନ୍ତିଶୃଙ୍ଖଳାର ସହ ହରତାଳ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ବିଶୃଙ୍ଖଳା କିମ୍ବା ଆଇନକୁ ହାତକୁ ନେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।

The post ଆଜି କଂଗ୍ରେସର ୬ ଘଣ୍ଟିଆ ହରତାଲ appeared first on Odisha Reporter.



from Odisha Reporter https://ift.tt/3onWjoV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages