ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ମିଶ୍ରଙ୍କ ଇସ୍ତଫା ଦାବି, ଆଜି ଝାରସୁଗୁଡ଼ା, ଗଜପତି ବନ୍ଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 5, 2021

ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ମିଶ୍ରଙ୍କ ଇସ୍ତଫା ଦାବି, ଆଜି ଝାରସୁଗୁଡ଼ା, ଗଜପତି ବନ୍ଦ

ପାରଳାଖେମୁଣ୍ଡି/ଝାରସୁଗୁଡ଼ା(ଓଡ଼ିଶା ରିପୋର୍ଟର):  ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଓ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି  ତେଜିବାରେ ଲାଗିଛି। ପ୍ରତିବାଦରେ ଆଜି ବିଜେପି ପକ୍ଷରୁ ଝାରସୁଗୁଡ଼ା ଓ ଗଜପତି ବନ୍ଦ ଡାକରା ଦିଆଯାଇଛି।

ଆଜି ଗଜପତି ଜିଲ୍ଲା ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ବିଜେପି। ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ କରାଯିବ ବୋଲି କହିଛନ୍ତି ଗଜପତି ଜିଲ୍ଲା ବିଜେପି ସଭାପତି ତଥା ପାରଳାଖେମୁଣ୍ଡି  ବିଧାୟକ କେ. ନାରାୟଣ ରାଓ ।

ନାରାୟଣ ରାଓ ଅଭିଯୋଗ କରିଥିଲେ, ମମିତା ମେହେରଙ୍କ ହତ୍ୟାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସଂପୃକ୍ତ ଥିବାର ଅଭିଯୋଗ ସତ୍ତ୍ୱେ ତାଙ୍କୁ ଘଣ୍ଟ ଘୋଡ଼ାଇ ରଖିଛନ୍ତି ସରକାର । ନା ସେ ଇସ୍ତଫା ଦେଉଛନ୍ତି ନା ତାଙ୍କୁ ବହିଷ୍କାର କରାଯାଉଛି। ତେଣୁ ତଦନ୍ତ ନିରପେକ୍ଷ ନହେବାର ଆଶଙ୍କା ଅଛି  ।

ପାରଳାଖେମୁଣ୍ଡି ବସ୍‌ଷ୍ଟାଣ୍ଡରେ ବସ୍‌ ଅଟକି ରହିଛି।

କେବଳ ଏହି ଗୋଟିଏ ଘଟଣା ନୁହେଁ, ମହାଙ୍ଗା ଡବଲ ମର୍ଡର, ପରୀ ହତ୍ୟା, ପିପିଲି, ବେବିନା, ଟିକିରି ଅାଦି ଘଟଣାରେ ଠିକରେ ତଦନ୍ତ ହୋଇପାରିନଥିଲା ।   ଏଭଳି ସ୍ଥିତିରେ ସାଧାରଣ ଲୋକେ ନିଜକୁ ଅସୁରକ୍ଷିତ ମଣୁଥିବା ବିଜେପି ଅଭିଯୋଗ କରିଛି ।

ସେହିପରି ସମାନ ଘଟଣାରେ ଆଜି ୮ ଘଣ୍ଟିଆ ଝାରସୁଗୁଡ଼ା ଜିଲ୍ଲା ବନ୍ଦ ଡାକରା ଦେଇଛି ବିଜେପି।  ସକାଳ ୬ଟାରୁ ଦିନ ୨ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦେଇଛି ଜିଲ୍ଲା ବିଜେପି । ସକାଳୁ ସକାଳୁ ବିଜେପି କର୍ମୀମାନେ ବିଭିନ୍ନ ଛକରେ ପିକେଟିଂ କରି ନାରାବାଜି କରୁଛନ୍ତି ।

ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଓ ସିବିଆଇ ତଦନ୍ତ ଦାବିରେ ଏହି ବନ୍ଦ ଡାକରା ଦିଆଯାଇଛି । ଫଳରେ ବସ, ଟ୍ରକ ଚଳାଚଳ ବନ୍ଦ ରହିବା ସହ ଦୋକାନ ବଜାର, ସ୍କୁଲ କଲେଜ ଆଦି ବନ୍ଦ ରହିବ କେବଳ ଜରୁରୀ ସେବା ଚାଲୁ ରହିବ  ।

The post ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ମିଶ୍ରଙ୍କ ଇସ୍ତଫା ଦାବି, ଆଜି ଝାରସୁଗୁଡ଼ା, ଗଜପତି ବନ୍ଦ appeared first on Odisha Reporter.



from Odisha Reporter https://ift.tt/3kaZUFU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages