ଭାରତ ଛାଡ଼ିବେ କି ଅମ୍ବାନୀ ପରିବାର? ଜବାବ ରଖିଲା ରିଲାଏନ୍ସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 5, 2021

ଭାରତ ଛାଡ଼ିବେ କି ଅମ୍ବାନୀ ପରିବାର? ଜବାବ ରଖିଲା ରିଲାଏନ୍ସ

ମୁମ୍ବାଇ: ଦେଶ ତଥା ଏସିଆ ମହାଦେଶର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ ପୂରା ପରିବାର ସହ ଭାରତ ଛାଡ଼ିବେ ବୋଲି ଖବର ଏବେ ଚର୍ଚ୍ଚାର ବିଷୟ ହୋଇଛି। ଖୁବଶୀଘ୍ର ପରିବାର ବର୍ଗଙ୍କୁ ଧରି ମୁକେଶ ଲଣ୍ଡନ ଚାଲିଯିବେ ବୋଲି କିଛି ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିଲା।

ତେବେ ଏହାକୁ ଦୃଢ଼ ଭାବେ ଖଣ୍ଡନ କରିଛି ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରୀ ଲିଃ। ରିଲାଏନ୍ସ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି ଯେ ମୁକେଶ ଅମ୍ବାନୀ ଓ ତାଙ୍କ ପରିବାର ବର୍ଗ ଲଣ୍ଡନ କିମ୍ବା ବିଶ୍ୱର ଅନ୍ୟ କୌଣସି ସ୍ଥାନକୁ ଯିବାର କିଛି ବି ଯୋଜନା କରିନାହାନ୍ତି। ଏହାକୁ ନେଇ ପ୍ରକାଶ ପାଇଥିବା ରିପୋର୍ଟରେ କୌଣସି ସତ୍ୟତା ନାହିଁ।

ନିକଟରେ ଖବର ପ୍ରକାଶ ପାଇଥିଲା ଯେ ଲଣ୍ଡନରେ ଥିବା ଷ୍ଟୋକ ପାର୍କରେ ଅମ୍ବାନୀ ପରିବାର ୩୦୦ ଏକରର ସମ୍ପତ୍ତି କିଣିଛନ୍ତି। ଏଠାରେ ସଂପୂର୍ଣ୍ଣ ଭାବେ ମେଡିକାଲର ବ୍ୟବସ୍ଥା ରହିଛି। ଅମ୍ବାନୀ ପରିବାର ଉକ୍ତ ସ୍ଥାନକୁ ସେମାନଙ୍କର ପ୍ରାଥମିକ ବାସଭବନ ଭାବେ ବ୍ୟବହାର କରିବାକୁ ଯୋଜନା କରୁଛନ୍ତି। ଏହାର ଅର୍ଥ ଭାରତ ଓ ଲଣ୍ଡନ ମଧ୍ୟରେ ନିଜର ସମୟକୁ ଭାଗଭାଗ କରିବାକୁ ଅମ୍ବାନୀ ପରିବାର ପ୍ରସ୍ତୁତ ହେଉଥିବା ଖବର ପ୍ରକାଶ ପାଇଥିଲା।

ହେଲେ ରିଲାଏନ୍ସ ପକ୍ଷରୁ ଏହାର ସ୍ପଷ୍ଟୀକରଣ ଦିଆଯାଇଛି। କାହିଁକି ଅମ୍ବାନୀ ପରିବାର ଲଣ୍ଡନରେ ଏପରି ଏକ ବିଶାଳ ସମ୍ପତ୍ତି କିଣିଛନ୍ତି, ସେ କଥା ମଧ୍ୟ ରିଲାଏନ୍ସ ଇଣ୍ଡଷ୍ଟ୍ରୀ ଲିଃ କହିଛି। କମ୍ପାନୀ କହିଛି, ଲଣ୍ଡନରେ କିଣାଯାଇଥିବା ସମ୍ପତ୍ତିକୁ ଗଲ୍ଫ ଓ ସ୍ପୋର୍ଟିଂ ରିଜର୍ଟଭାବେ ବ୍ୟବହାର କରାଯିବ। ସ୍ଥାନୀୟ ଗାଇଡଲାଇନ ଅନୁଯାୟୀ ଏହା ପରିଚାଳନା ହେବ। କମ୍ପାନୀର ବ୍ୟବସାୟକୁ ମଧ୍ୟ ଏହା ଆଗକୁ ନେବ। ଏଥିସହ ଭାରତର ହସ୍ପିଟାଲ ଇଣ୍ଡଷ୍ଟ୍ରୀ ବିଶ୍ୱସ୍ତରରେ ନିଜର ପାଦ ଥାପିବ। ତେଣୁ ସୋଶାଲ ମିଡିଆରେ ଅମ୍ବାନୀ ପରିବାର ଭାରତ ଛାଡ଼ିବା ନେଇ ଖବର ପ୍ରକାଶ କରାଯାଉଛି, ତାହା ସଂପୂର୍ଣ୍ଣ ଭାବେ ଭିତ୍ତିହୀନ ବୋଲି କମ୍ପାନୀ କହିଛି।

ସୂଚନାଯୋଗ୍ୟ, ଚଳିତ ବର୍ଷ ଏପ୍ରିଲ ମାସରେ ମୁକେଶ ଅମ୍ବାନୀ ଲଣ୍ଡନର ଷ୍ଟୋକ ପାର୍କରେ ଥିବା ଏକ ବଙ୍ଗଳାକୁ କିଣିଥିଲେ। ପ୍ରାୟ ୩୦୦ ଏକର ପରିମିତ ଅଞ୍ଚଳରେ ଥିବା ଏହି ସମ୍ପତ୍ତିର ମୂଲ୍ୟ ୫୯୨ କୋଟି ଟଙ୍କା। ଏହି ବଙ୍ଗଳା ଭିତରେ ୪୯ଟି ବେଡ ରୁମ, ୩୦୦ ବେଡ ବିଶିଷ୍ଟ ଗୋଟିଏ ମେଡିକାଲ, ପାର୍କ, ଗଲ୍ଫ ପଡ଼ିଆ ଭଳି ବିଭିନ୍ନ ପ୍ରକାରର ବ୍ୟବସ୍ଥା ହୋଇଛି।

ମୁମ୍ବାଇର ଆଣ୍ଟିଲିଆରେ ମୁକେଶ ଅମ୍ବାନୀଙ୍କ ୨୭ ମହଲା ବଙ୍ଗଳାରେ ଯେଉଁ ସବୁ ବ୍ୟବସ୍ଥା ରହିଛି, ସେଠାରେ ମଧ୍ୟ ଅନୁରୂପ ବ୍ୟବସ୍ଥା କରାଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ପ୍ରଥମଥର ପାଇଁ ଅମ୍ବାନୀ ପରିବାର ମୁମ୍ବାଇ ବଦଳରେ ଚଳିତ ବର୍ଷ ଲଣ୍ଡନରେ ଥିବା ନିଜ ନୂଆ ଘରେ ଦୀପାବଳି ପାଳନ କରିଥିଲେ। ଏହାପରେ ହିଁ ମୁକେଶ ଅମ୍ବାନୀ ଭାରତ ଛାଡ଼ି ଲଣ୍ଡନ ଚାଲିଯିବେ ବୋଲି ଚର୍ଚ୍ଚା ହେଉଛି।

The post ଭାରତ ଛାଡ଼ିବେ କି ଅମ୍ବାନୀ ପରିବାର? ଜବାବ ରଖିଲା ରିଲାଏନ୍ସ appeared first on Odisha Reporter.



from Odisha Reporter https://ift.tt/31C7936

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages