ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ଥାଇଲାଣ୍ଡ ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ୧୨ ଘଣ୍ଟା ମଧ୍ୟରେ ଏହା ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି। ଯାହା ଧୀରେ ଧୀରେ ପଶ୍ଚିମ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ।୧୫ ତାରିଖରେ ଏହା ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଅବପାତରେ ପରିଣତ ହେବ। ୧୭ ତାରିଖ ପରେ ଦକ୍ଷିଣ ଓଡ଼ିଶାରେ ବର୍ଷାର ପରିମାଣ ବଢ଼ିବ। ଆଗାମୀ ୪ରୁ୫ ଦିନ ରାଜ୍ୟରେ ମେଘୁଆ ପାଗ ସହ ବର୍ଷା ହେବାର ସମ୍ଭାବନା ରହିଛି। ଭୁବେନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ଏହି ସୂଚନା ଦେଇଛନ୍ତି।
ସେ କହିଛନ୍ତି, ଉତ୍ତର ଆଭ୍ୟନ୍ତରୀଣ ତାମିଲନାଡୁଠାରୁ ଦକ୍ଷିଣ ଆନ୍ଧ୍ର ଉପକୂଳ ମଧ୍ୟ ଦେଇ ଉତ୍ତର ଓଡ଼ିଶା ଉପକୂଳ ଯାଏଁ ଯାଇଥିବା ଟ୍ରପଲାଇନଟି ସକ୍ରିୟ ରହିଛି। ଯାହାର ବ୍ୟାପ୍ତି ସମୁଦ୍ର ପତ୍ତନଠାରୁ ଶୂନ ଦଶମିକ ୯ କିଲୋମିଟ ପର୍ଯ୍ୟନ୍ତ ରହିଛି। ଏହା ପ୍ରଭାବରେ ରାଜ୍ୟରେ ବର୍ଷା ହେଉଛି। ଏହା ପ୍ରଭାବ ଆଜି ଓ ଆସନ୍ତାକାଲି ରହିବ। ପାଗରେ କୌଣସି ପରିବର୍ତ୍ତନ ହେବ ନାହିଁ। ଆସନ୍ତାକାଲି କିଛି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି।
ଶ୍ରୀ ଦାସ କହିଛନ୍ତି, ଗତ ୨୪ ଘଣ୍ଟାରେ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ବର୍ଷା ହୋଇଛି। ପୁରୁଷୋତ୍ତମପୁରରେ ୧୭୬ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ବେଲଗୁଣ୍ଠାରେ ୧୨୩.୩ ମିମି ବର୍ଷା ହୋଇଛି। ସେହିପରି ଭଞ୍ଜନଗର ଓ ଦିଗପହଣ୍ଡିରେ ୧୧୯ମି.ମି. ଓ ପୁରୀରେ ୧୨୪ମି.ମି. ବର୍ଷା ରେକର୍ଡ କରାଯାଇଛି। ରାଜଧାନୀ ଭୁବନେଶ୍ୱରରେ ୩୩.୫ ମିମି ବର୍ଷା ରେକର୍ଡ କରାଯାଇଛି।
The post ଆସନ୍ତା ୧୨ ଘଣ୍ଟାରେ ଲଘୁଚାପ କ୍ଷେତ୍ର, ଆହୁରି ୫ ଦିନ ଛେଚିବ! appeared first on Odisha Reporter.
from Odisha Reporter https://ift.tt/3CamqVu
No comments:
Post a Comment